ETV Bharat / business

ହ୍ବାଟ୍ସଆପରେ ସେବା ଆରମ୍ଭ କଲା ୟେସ ବ୍ୟାଙ୍କ

author img

By

Published : Jul 24, 2020, 8:15 PM IST

କୋରୋନା ସଙ୍କଟ ମଧ୍ୟରେ ଗ୍ରାହକଙ୍କୁ ସୁବିଧା ଓ ସ୍ଥିତିକୁ ଅନୁଧ୍ୟାନ କରି ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କଲା ୟେସ ବ୍ୟାଙ୍କ । ଏହା ଜରିଆରେ ବାସ ଗୋଟିଏ ମେସଜରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳିପାରିବ । ଅଧିକ ପଢନ୍ତୁ..

YES Bank launches banking services on WhatsApp

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିଖବର । କୋରୋନା ସଙ୍କଟ ମଧ୍ୟରେ କିଛି ଜରୁରୀ କାମ ପାଇଁ ଆଉ ବ୍ୟାଙ୍କକୁ ଧାଇଁବାକୁ ପଡିବନି । ବାସ ଘରେ ବସି ମେସେଜ ପଠାଇଲେ ସବୁ କାମ ସହଜରେ ହୋଇଯିବ । ଏଥିପାଇଁ ୟେସ ବ୍ୟାଙ୍କ ଲୋକପ୍ରିୟ ମେସେଜିଂ ଆପ ହ୍ବାଟ୍ସଆପ ରେ ନିଜର ବ୍ୟାଙ୍କିଙ୍ଗ ସେବା ଲଞ୍ଚ ନେଇ ଘୋଷଣା କରିଛି ।

ବ୍ୟାଙ୍କର 60ରୁ ଅଧିକ ପ୍ରଡକ୍ଟ ଓ ସର୍ବିସେସ ହ୍ବାଟ୍ସଆପରେ ଉପଲବ୍ଧ ହେବ । ଗ୍ରାହକଙ୍କୁ ସାହାଯ୍ୟ ପାଇଁ 24 ଘଣ୍ଟା ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ରହିବ । ବ୍ୟାଙ୍କର କହିବା ଅନୁଯାୟୀ ପରିବର୍ତ୍ତନ ହେଉଥିବା ପରିସ୍ଥିତି ଅନୁସାରେ ନିଜକୁ ଡିଜିଟାଲ ପାଇଁ ରଣନୀତି ଚାଲିଛି । ଆଉ ହ୍ବାଟ୍ସଆପ ସେବା ଏହାର ଅଂଶବିଶେଷ ।

ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ୟେସ ବ୍ୟାଙ୍କର ଗ୍ରାହକ ବାସ ଏକ ମେସେଜ ଜରିଆରେ ସଞ୍ଚୟ ଖାତା ବାଲାନ୍ସ ଚେକ କରିପାରିବେ । ନିକଟରେ କରିଥିବା ନେଣଦେଣ ଓ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ରଡକ୍ଟସ ଦେଖିପାରିବେ । ଫିକ୍ସ ଡିପୋଜିଟ ବାବଦରେ ଋଣ ନେବା ସହ ଚେକ ବୁକ ଅର୍ଡର କରିପାରିବେ । ବେଆଇନ କାରବାର ରିପୋର୍ଟ କରିପାରିବେ । ଇମେଲ କିମ୍ବା କଲ ମାଧ୍ୟମରେ ଯୋଗାଯୋଗ କେନ୍ଦ୍ର ସହିତ ସଂଯୋଗ କରିବା ସହ ନିକଟସ୍ଥ ଏଟିଏମ ଓ ବ୍ରାଞ୍ଚ ବିଷୟରେ ଜାଣିପାରିବେ ।

ତେବେ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ ସେବାକୁ ଆକ୍ଟିଭ କରିବା ପାଇଁ +91-829-120-1200 ମିସକଲ ଦେବାକୁ ପଡିବ । ଏଥିରେ ଆପଣଙ୍କ ଏକ ଏସଏମଏସ ମିଳିବ । ଯାହା ସହ ସର୍ଭିସେସ ଆକ୍ଟିଭ କରିବା ପାଇଁ ଏକ ଲିଙ୍କ ଥିବ । ଏହାକୁ ସେଭ କରନ୍ତୁ ଓ ହ୍ବାଟ୍ସଆପ ଓପେନ କରି ହାଏ ପଠାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.