ETV Bharat / business

ୟେସ ବ୍ୟାଙ୍କ ମାମଲା: ଅନୀଲ ଅମ୍ବାନୀଙ୍କୁ ଇଡିର ସମନ

author img

By

Published : Mar 16, 2020, 1:04 PM IST

ଅନୀଲ ଅମ୍ବାନୀଙ୍କୁ ଇଡିର ସମନ । ୟେସ ବ୍ୟାଙ୍କ ଋଣ ଅନିୟମତା ମାମଲାରେ ଅଧିକ ପଚରାଉଚରା ପାଇଁ ହାଜର ହେବାରୁ ଅନୀଲଙ୍କୁ ସମନ ପଠାଇଛି ଇଡି । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ଉପସ୍ଥିତ ହୋଇନାହାନ୍ତି ଅନୀଲ ।

Yes Bank: ED summons Anil Ambani
ୟେସ ବ୍ୟାଙ୍କ ମାମଲା: ଅନୀଲ ଅମ୍ବାନୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ବଢିଲା ଚିନ୍ତା । ୟେସ ବ୍ୟାଙ୍କ ଋଣ ଅନିୟମତା ମାମଲାରେ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମେତ ଅନୀଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ପଠାଇଛି । ସୋମବାର ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବା ଅନୁଯାୟୀ ୟେସ ବ୍ୟାଙ୍କରୁ ରିଲାୟନ୍ସ ଗ୍ରୁପର ବହୁ କମ୍ପାନୀ ନେଇଥିବା ଋଣ ପରିଶୋଧ କରିନଥିଲେ । ଫଳରେ ଏସବୁ ଏବେ ଅନାଦେୟ ଋଣ(ଏନପିଏ)ରେ ପରିଣତ ହୋଇଯାଇଛି । ଏହି କାରଣରୁ ଅନୀଲଙ୍କୁ ସମନ ପଠାଇଇଡିର ମୁମ୍ବାଇ ସ୍ଥିତ କାର୍ଯ୍ୟଳୟରେ ପହଞ୍ଚିବାକୁ କୁହାଯାଇଥିଲା । ହେଲେ କିଛି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅନୀଲ ଉପସ୍ଥିତ ହେବାକୁ ଛୁଟି ମାଗିଛନ୍ତି । ଏଥିପାଇଁ ତାଙ୍କୁ ଅନ୍ୟ ଏକ ତାରିଖ ଦିଆଯାଇପାରେ । ଅନୀଲ ଅମ୍ବାନୀଙ୍କ କମ୍ପାନୀଗୁଡିକ ୟେସ ବ୍ୟାଙ୍କରୁ ପ୍ରାୟ 12800 କୋଟି ଟଙ୍କାର ଋଣ ନେଇଛନ୍ତି । ଯାହା ଏବେ ଏନପିଏ ଭାବେ ଘୋଷଣା ହୋଇଛି ।

ମାର୍ଚ୍ଚ 6ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବାଦଦାତା ସମ୍ମିଳନୀ କରି କହିଥିଲେ ଯେ, ଅନୀଲ ଅମ୍ବାନୀଙ୍କ ଗ୍ରୁପ , ଏସ୍ସଲ, ଆଇଏଲଏଫଏସ, ଡିଏଚଏଫଏଲ ଓ ଭୋଡାଫୋନ ପ୍ରମୁଖ ୟେସ ବ୍ୟାଙ୍କର ବଡ ଋଣଦାତା ରହିଛନ୍ତି । ଆଉ ଏମାନେ ନେଇଥିବା ଋଣ ସବୁ ଏନପିଏରେ ପରିଣତ ହୋଇଛି । ଏଣୁ ଏହି ସବୁ ବଡ କମ୍ପାନୀଙ୍କ ପ୍ରତିଷ୍ଠାତାଙ୍କୁ ଡକାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଜଣାଇଛନ୍ତି । ପ୍ରକାଶ ଯେ, ବର୍ତ୍ତମାନ ସମୟରେ ରାଣା କପୁର ଇଡିର ହେପାଜତରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.