ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିଛି । ଚିନ୍ତା କରିବା ନେଇ କୌଣସି ବିଷୟ ନାହିଁ । ଆସନ୍ତା 18 ସନ୍ଧ୍ୟା 6 ଟାରୁ ସ୍ବଭାବିକ ହେବ ବ୍ୟାଙ୍କିଙ୍ଗ ସେବା । ଏନେଇ ଜମାକର୍ତ୍ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ ରୋପୋରେଟ ଦର ହ୍ରାସ ନେଇ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
କୋରୋନା ଭାଇରସର ମୁକାବିଲା ପାଇଁ ପ୍ରାୟ ବହୁତ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ରେପୋରେଟ ଦର ହ୍ରାସ କରିଥିବା ବେଳେ ଆରବିଆଇ ଶୀଘ୍ର ଏନେଇ ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଥିଲା । ଗଣମାଧ୍ୟମର ଏହି ପ୍ରଶ୍ନର ଉତ୍ତରରେ ଗଭର୍ଣ୍ଣର କହିଛନ୍ତି ଯେ, ଆରବିଆଇ ବୋର୍ଡ ନିୟମ ଅନୁଯାୟୀ ରୋପୋରେଟ ନିଷ୍ପତ୍ତି କେବଳ ମୁଦ୍ରାନୀତି ବୈଠକରେ ହିଁ ନିଆଯିବ । ତେବେ ଆଗକୁ ଏ ନେଇ ଯାହା ଆବଶ୍ୟକ ପଡିବ ସେ ନେଇ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶକ୍ତିକାନ୍ତ ।
ସାମ୍ବାଦିକ ସମ୍ମିଳନୀରରେ ଶକ୍ତିକାନ୍ତ ଦାସ ଭାରତୀୟ ବ୍ୟାଙ୍କ ସୁରକ୍ଷିତ ଥିବା ନେଇ ଦୃଢୋକ୍ତି ଦେଇଛନ୍ତି । ଏଥିସହ କୋରୋନା ଭାଇରସରୁ ଦୂରେଇ ରହିବାକୁ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେବାକୁ ଜଣାଇଛନ୍ତି ।
ଏଥିସହ ଦାସ କହିଛନ୍ତି ଯେ, "ଏହି ମହାମାରୀରେ ଭାରତ ପ୍ରତିରୋଧକ ନୁହେଁ, ପୂର୍ବରୁ 100 ରୁ ଅଧିକ ମାମଲା ରୁଜୁ ହୋଇସାରିଛି । ଏହାର ମୁକାବିଲା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । କୋଭିଡ -19 ସିଧାସଳଖ ବାଣିଜ୍ୟ ମାଧ୍ୟମରେ ଭାରତକୁ ପ୍ରଭାବିତ କରିପାରେ ।