ETV Bharat / business

ଆସନ୍ତାବର୍ଷରୁ ଆପଣ ପାଇବେ ଏସବୁ ସୁବିଧା

author img

By

Published : Dec 29, 2020, 8:38 AM IST

2020ରେ ନିଆଯାଇଥିବା ବହୁ ନିଷ୍ପତ୍ତିର ସୁବିଧା 2021ରୁ ଆପଣଙ୍କୁ ମିଳିବ । ତେବେ ଆସନ୍ତୁ ଜାଣିବା ଆଗାମୀ ବର୍ଷରୁ କେଉଁ ସବୁ ସୁବିଧାର ଲାଭ ପାଇବେ ଆପଣ...

ଆସନ୍ତା ବର୍ଷରୁ ଆପଣ ପାଇବେ ଏସବୁ ସୁବିଧା
ଆସନ୍ତା ବର୍ଷରୁ ଆପଣ ପାଇବେ ଏସବୁ ସୁବିଧା

ନୂଆଦିଲ୍ଲୀ: ସରିଲା 2020 । ଏ ବର୍ଷ ଦେଶ ମେରୁଦଣ୍ଡକୁ ଦୁର୍ବଳ କରିଥିବା ବେଳେ ବିଭିନ୍ନ ପ୍ରମୁଖ ସେକ୍ଟରକୁ କରିଛି ଦୁର୍ବଳ । ତେବେ ଏହି ସଙ୍କଟରୁ ମୁକୁଳିବା ପାଇଁ ସରକାର ବହୁ ପଦକ୍ଷେପ, ଯୋଜନାର ଘୋଷଣା କରିଥିଲା ବେଳେ 2021 ରୁ ଜାନୁଆରୀ ପହିଲାରୁ କିଛି କ୍ଷେତ୍ରରେ ସୁଧାର ସହ ସଂସ୍କାର ଆଣିବାକୁ କରିଛନ୍ତି ପ୍ରୟାସ ।

ଉପଭେକ୍ତାଙ୍କୁ ଫାଇନାନ୍ସ , ବୀମା, ବ୍ୟାଙ୍କିଙ୍ଗ କ୍ଷେତ୍ରରେ 2020 ଅନେକ ବଡ ଭେଟି ଦେଇଛି । ଏଥିରେ ଏନଇଏଫଟି (NEFT) ଓ ଆରଟିଜିଏସ (RTGS)ର 24 ଘଣ୍ଟା 7 ଦିନ ସୁବିଧା ମିଳିବ । ରୁପେ (RUPAY) ଓ ୟୁପିଆଇ (UPI) ନେଣଦେଣ ଉପରେ ଶୁଳ୍ପ ଉଠାଇବା ସାମିଲ ଅଛି । ବନ୍ଦ ବୀମା ପଲିସି ଆରମ୍ଭ କରିବା ପାଇଁ ଏବେ ଅଧିକ ସମୟ ଓ ବିବାହ-ଶିକ୍ଷା କିମ୍ବା ରୋଗ ସମୟରେ ଏଥିରୁ ଧନ ଉଠାଣ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି । ଇନକମ ଟ୍ୟାକ୍ସର ନୂଆ ବୈକଳ୍ପିକ ପ୍ରଣାଳୀ ମଧ୍ୟ ଏ ବର୍ଷ ଆରମ୍ଭ ହୋଇଛି । 2021 ଜାନୁଆରୀରୁ ମଧ୍ୟ ଏଭଳି ଅନେକ ସୁବିଧା ଗ୍ରାହକଙ୍କୁ ମିଳିବ, ତେବେ ଆସନ୍ତୁ ଜାଣିବା ଆଗାମୀ ବର୍ଷରୁ କେଉଁ ସବୁ ସୁବିଧାର ଲାଭ ପାଇବେ ଆପଣ -

24 ଘଣ୍ଟିଆ ଏନଇଏଫଟି ଟ୍ରାଞ୍ଜକ୍ସନ

ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ ଆଶ୍ବସ୍ତି। ଏନଇଏଫଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ 24x7 ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇପାରିବେ। ଏପରିକି ଏନଇଏଫଟି ଉପରେ ଶୁଳ୍କ ହଟାଇବାକୁ ଆରବିଆଇ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଲାଗୁ ହୋଇଛି । ଫଳରେ ଗତ 12 ମାସରେ ଡିଜିଟାଲ ଟ୍ରାଞ୍ଜାକ୍ସନ 3 ଗୁଣା ବଢିଛି । ସରକାର ରୂପେ ଓ ୟୁପିଆଇ ପେମେଣ୍ଟ ଉପରେ ମଧ୍ୟ ଲାଗୁଥିବା ଏମଡିଆର ଶୁଳ୍କକୁ ସମାପ୍ତ କରିଛନ୍ତି ।

ଏଟିଏମ ନେଣଦେଣରେ ଓଟିପି

ଠକେଇକୁ ରୋକିବାକୁ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଆପଣାଇଛନ୍ତି ଓଟିପି ଟ୍ରିକ । ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ପାଇଁ ଓଟିପି ସୁବିଧା ଲାଗୁ ହୋଇଛି । ଏହା ଦ୍ବାରା ଏଟିଏମରୁ 10 ହଜାର ଟଙ୍କାରୁ ଅଧିକ ଉଠାଣ ପାଇଁ ଆପଣଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ତାହାକୁ ଦେବା ପରେ ଅଧିକ ଉଠାଣ ହୋଇପାରିବ ।

କମିବ ଆପଣଙ୍କ ଟେକ ହୋମ ଦରମା

ଆସନ୍ତା ବର୍ଷରୁ କମିବ ଆପଣଙ୍କ ଟେକ ହୋମ ଦରମା । ହେଲେ କମ୍ପାନୀ ଆପଣଙ୍କ ପାଇଁ ଅଧିକ ଟଙ୍କା ଭରିବ । ଆମ ଦେଶରେ ମଧ୍ୟ ବିକଶିତ ଦେଶ ଆଧାରରେ ସାମାଜିକ ସୁରକ୍ଷା ଉପରେ ଜୋର ଦିଆଯିବ । ଏହାର ପ୍ରଭାବରେ ଆପଣଙ୍କ ବ୍ୟାଙ୍କ ଖାତାକୁ କମ ଦରମା ଆସିବ । କିନ୍ତୁ ଆପଣଙ୍କ ପିଏଫ ଓ ଗ୍ରାଚ୍ୟୁଇଟି ରାଶିକୁ ବଢାଯିବ । ନୂଆ ନିୟମ ଅନୁସାରେ କର୍ମଚାରୀଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରକାର ଭତ୍ତା ମୋଟ ପାରିଶ୍ରମିକର 50 ପ୍ରତିଶତରୁ ଅଧିକ ହେବ ନାହିଁ । ଅର୍ଥାତ ଏପ୍ରିଲ ମାସରୁ ମୂଳ ଦରମା , ମୋଟ ଦରମାର 50 ପ୍ରତିଶତ କିମ୍ବା ତା ଠାରୁ ଅଧିକ ରହିବ । ଫଳରେ କର୍ମଚାରୀଙ୍କ ଅବସର ପରବର୍ତ୍ତୀ ଗ୍ରାଚ୍ୟୁଇଟି ରାଶି ଅଧିକ ରହିବ ।

ଚେକ ଠକେଇକୁ ରୋକିବାକୁ ନୂଆ ବ୍ୟବସ୍ଥା

ଆରବିଆଇ ଚେକ ଦ୍ବାରା ଠକେଇ ରୋକିବାକୁ ପଜେଟିଭ ପେ ସିଷ୍ଟମ 2021 ଜାନୁଆରୀ ପହିଲାରୁ ଲାଗୁ କରିଛି । ଏଥିରେ 50 ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ ଜାରି କରୁଥିବା ଏମଏସଏମଇ , ବ୍ୟାଙ୍କର ଆପ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ଗୁରୁତ୍ବପୂର୍ଣ୍ଣ ଆକାଉଣ୍ଟ ନମ୍ବର ଭଳି ତମାମ ସୂତନା ଭେରିଫିକେସନ କରିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.