ETV Bharat / business

ବିଜନେସ 2020: ଚୀନ ବ୍ୟବସାୟକୁ ଭାରତର ପ୍ରହାର

author img

By

Published : Dec 25, 2020, 10:15 AM IST

2020ରେ ସ୍ବଦେଶୀ ବ୍ୟବହାର, ଚୀନକୁ ବୟକଟ ସ୍ବର ଏତେ ତେଜିଲା କି ସରକାର ଚୀନର ଗୋଟିଏ ପରେ ଗୋଟିଏ, ଶତାଧୀକ ଆପ୍‌କୁ ବ୍ୟାନ କରିଛନ୍ତି । ଏଥିସହ ବିଭିନ୍ନ କମ୍ପାନୀ ବି ଚୀନ କମ୍ପାନୀକୁ କରିଛନ୍ତି ବର୍ଜନ । ଅଧିକ ପଢନ୍ତୁ..

ବିଜନେସ 2020: ଚୀନ ବ୍ୟବସାୟକୁ ଭାରତର ପ୍ରହାର
ବିଜନେସ 2020: ଚୀନ ବ୍ୟବସାୟକୁ ଭାରତର ପ୍ରହାର

ନୂଆଦିଲ୍ଲୀ: ଭାରତ ସହ ପଙ୍ଗା ଚୀନକୁ ପଡିଛି ଭାରୀ । 2020ରେ ହୋଇଥିବା ଗଲୱାନ ଆକ୍ରାମଣର ଜବାବ ସ୍ବରୂପ ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ ଚୀନ ଅର୍ଥନୀତିକୁ କରିଛି ଦୁର୍ବଳ । ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ଚୀନ ଆପଗୁଡିକ ଉପରେ କେନ୍ଦ୍ର ସରକାରକଙ୍କ ଚୋଟ ଚୀନକୁ ବିଚଳିତ କରିଦେଇଛି ।

ସ୍ବଦେଶୀ ବ୍ୟବହାର , ଚୀନକୁ ବୟକଟ ସ୍ବର ଏତେ ତେଜିଲା କି ସରକାର ଚୀନର ଗୋଟିଏ ପରେ ଗୋଟିଏ ଶତାଧୀକ ଆପ୍‌ କୁ ବ୍ୟାନ କରିଛନ୍ତି । ଏଥିସହ ଭାରତୀୟଙ୍କ ଫୋନରୁ ହଟିଛି ଚୀନ ଆପ । ପ୍ରଥମ ପର୍ଯ୍ୟାୟରେ 2020 ଜୁନ 29 ତାରିଖରେ ଟିକଟକ ସମେତ 59 ଚାଇନା ଆପକୁ ଦେଶରେ କରାଯାଇଥିଲା ବ୍ୟାନ । ତଥ୍ୟ ଚୋରୀ ଅଭିଯୋଗରେ ସରକାର ଏସବୁ ଉପରେ ଲଗାଇଥିଲେ ପ୍ରତିବନ୍ଧକ । ଏହି ଆପ ଜରିଆରେ ଚୀନ ଭାରତରୁ ପ୍ରବଳ ମାତ୍ରାରେ ଅର୍ଥ ରୋଜଗାର କରୁଥିଲା ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ବିବୃତ୍ତି ଅନୁସାରେ, ବ୍ୟାନ ହୋଇଥିବା 59 ଆପର କାର୍ଯ୍ୟକଳାର ଭାରତରେ ସାର୍ବଭୌମତ୍ବ , ଏକତା , ପ୍ରତିରକ୍ଷା , ଦେଶର ସୁରକ୍ଷା ଏବଂ ସର୍ବସାଧାରଣ ପ୍ରତି ବିଗଦ ସୃଷ୍ଟି କରାଉଥିବା ଜଣାପଡିଛି ।

ଗଲୱାନାରେ ଭାରତୀୟ ଯବାନଙ୍କ ଉପରେ ଚୀନ ସେବାର ବର୍ବର ଆକ୍ରମଣ ପରେ ସରକାର ଏଭଳି କଡା ଅର୍ଥନୈତିକ ଆକ୍ରମଣ କରିଛନ୍ତି । କେବଳ ଆପ ନୁହେଁ ସରକାର ଚୀନରୁ ଆମଦାନୀ ହେଉଥିବା ବିଭିନ୍ନ କଞ୍ଚାମାଳର ବିକଳ୍ପ ବଜାର ଖୋଜିବାକୁ ମଧ୍ୟ ଭାରତୀୟ ଶିଳ୍ପ ଜଗତକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଜାଣନ୍ତୁ ଚୀନର ବ୍ୟାନ ହୋଇଥିବା 9 ସବୁଠୁ ଲୋକପ୍ରିୟ ଚାଇନିଜ ଆପ, ଯାହାକୁ ଅଧିକ ବ୍ୟବହାର କରୁଥିଲେ ଭାରତୀୟ ..

1.ଟିକଟକ

ଭାରତ ଏବଂ ଚୀନ ମଧ୍ୟରେ ବିବାଦ ମଧ୍ୟରେ ବହୁ ଲୋକପ୍ରିୟ ଟିଟକଟ ଗୁଗୁଲ ପ୍ଲେ ଷ୍ଟୋରରେ 10 ନମ୍ବରକୁ ଖସିଛି । ଚୀନ ଓ ଆମେରିକା ପରେ ଭାରତର ଟିକଟକ ୟୁଜର୍ସ ସର୍ବାଧିକ ରହିଛି । ଏହା ଏକ ଭିଡିଓ ସେୟାରିଂ ପ୍ଲାର୍ଟଫର୍ମ । ଯାହା ୟୁଜର୍ସଙ୍କୁ 1 ମିନିଟ ପର୍ଯ୍ୟନ୍ତ ଭିଡିଓ ତିଆରି ସୁବିଧା ଦେଇଥାଏ । ଭାରତରେ ଲକ୍ଷାଧିକ ଭାରତୀୟ ଏହାକୁ ଡାଉନଲୋଡ କରିଥିଲେ ।

2. ପବଜୀ ମୋବାଇଲ ଆପ

ପୁଣି ଭାରତ 118 ଚାଇନା ଆପ ବ୍ୟାନ କରିଥିବା ଲିଷ୍ଟରେ ଯୁବପିଢିଙ୍କ ପ୍ରଥମ ପସନ୍ଦ ପବଜୀ ମୋବଆଇଲ ଆପ ସାମିଲ ଥିଲା । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନର 69 ଏ ଧାରା ଆଧାରରେ ଏହି ଆପ ଉପରେ ବ୍ୟାନ ଲଗାଯାଇଛି । ଏହାର ବ୍ୟାଟେଲ ରୟଲ ଗେମ ବହୁତ ଲୋକପ୍ରିୟ ଥିଲା ।

3. ୟୁସି ବ୍ରାଉଜର

ଏହା ଏକ ମୋବାଇଲ ବ୍ରାଉଜର । ଏହାକୁ UCWeb କରିଛି । ଏହା ଅଲିବାବାଙ୍କ କମ୍ପାନୀ । ଗୁଗୁଲ କ୍ରୋମ ପରେ ଏହି ଆପ ଭାରତରେ ସର୍ବାଧିକ ଲୋକପ୍ରିୟ ରହିଥିଲା ।

4. ହାଲୋ

ଏହା ଏକ ସୋସିଆଲ ନେଟୱର୍କ ଆପ । ଯାହାକୁ ବାଇଟଡ୍ୟାନ୍ସ କରିଛି । ଭାରତରେ ଏଥିପାଇଁ 40 ଲକ୍ଷ ୟୁଜର୍ସ ରହିଥିଲେ । ଏହି ଆପ ଅନେକ ଭାରତୀୟ ଭାଷାର ସପୋର୍ଟ କରିଥାଏ । ଏହା ଆପ ସାହାଯ୍ୟରେ ଲୋକମାନେ ସେମାନଙ୍କ ଭାଷାରେ ନିଜ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହୋଇପାରିବେ ।

5. VMate

ଏହା ମଧ୍ୟ ଟିକଟକ ଭଳି ଏକ ଭିଡିଓ ସେୟାରିଂ ଆପ । ଟିକଟକ କାରଣରୁ ଏହି ଆପ ଏତେ ଲୋକପ୍ରିୟ ହୋଇପାରି ନାହିଁ । ହେଲେ ବି ଭାରତରେ ଏହାର ଲକ୍ଷାଧିକ ୟୁଜର୍ସ ଅଛନ୍ତି ।

6. ସେୟାର ଇଟ

ଏହା ଏକ ପପୁଲାର ଫାଇଲ ସେୟାରିଂ ଆପ । ଏହା ସହଯୋଗରେ 2 ଡିଭାଇସ ମଧ୍ୟରେ ସହଜରେ ଫାଇଲ ଟ୍ରାନ୍ସଫର କରିପାରେ । ଏହା ସାହାଯ୍ୟରେ ଫୋନ ଓ କମ୍ୟୁଟର ମଧ୍ୟରେ ବି ଫାଇଲକୁ ଆଦାନପ୍ରଦାନ ହୋଇପାରେ ।

7. କାମ ସ୍କାନର

ଏହା ଏକ ଲୋକ ପ୍ରିୟ ସ୍କାନିଂ ଆପ । ଏହା ସହଯୋଗରେ ଇମେଜେସ ଓ ଇକ୍ୟୁପେଣ୍ଟସକୁ ସହଜରେ ସ୍କାନ କରି ମୋବାଇଲ କିମ୍ବା କମ୍ପ୍ୟୁଟରରେ ମଧ୍ୟ ନେଇ ଯାଇପାରିବା । 2019 ରେ ଏହି ଆପ ବିବାଦରେ ଆସିଥିଲା କି , ଏଥିରେ ଡକ୍ୟୁମେଣ୍ଟ ସ୍କାନ ପରେ ଏକ ଭାଇରସପୂର୍ଣ୍ଣ ସଫ୍ଟୱେରରେ ଯାଇଥାଏ ।

8. ବ୍ୟୁଇଟି ପ୍ଲସ

ଏହା ଏକ ଫୋଟ ଏଡିଟିଂ ଓ ସେଲ୍ଫି ଫିଲ୍ଟର ଆପ । ଏହା ସହଯୋଗରେ ଇମେଜକୁ ଏଡିଟ କରାଯାଇପାରିବ । ଆଉ ଏଥିରେ ଇଫେକ୍ଟ ଯୋଡା ଯାଇପାରିବ । ଏହାକୁ ଚୀନ କମ୍ପାନୀ Meitu ଡେଭଲପ କରିଥିଲା ।

9. UVideo

ଏହା ଏକ ଭିଡିଓ ଷ୍ଟାଟସ୍ ଆପ୍ । ଏଥିରେ ସର୍ଟ ଭିଡିଓକୁ ଡାଉନଲୋଡ କରି ତାହାକୁ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଷ୍ଟାଟସ୍ ଭାବରେ ଡାଉନଲୋଡ କରାଯାଇପାରିବ ।

ରିମୁଭ ଚାଇନା ଆପ ଓ ବୟକଟ ଚୀନ ଆଦି ଭାରତରେ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଡ କରିଛି । ଏହା ପରେ ବିଭିନ୍ନ ଘରୋଇ ଓ ସରକାରୀ କମ୍ପାନୀ ମଧ୍ୟ ଚୀନ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି ।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଚୀନ ସାମଗ୍ରୀକୁ ବର୍ଜନ ପାଇଁ ଆହ୍ବାନ ଦେଇଛି । ଏଥିପାଇଁ ସିଏଆଇଟି ପ୍ରାୟ 500 ଆମଦାନୀ ହେଉଥିବା ସାମଗ୍ରୀର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛି । CAIT କହିଛି ଯେ ଏହାର ଉଦ୍ଦେଶ୍ୟ ହେଉଛି ଡିସେମ୍ବର 2021 ସୁଦ୍ଧା ଚାଇନାରେ ପ୍ରସ୍ତୁତ ସାମଗ୍ରୀର ଆମଦାନୀକୁ 13 ବିଲିୟନ ଡ଼ଲାର କିମ୍ବା ପ୍ରାୟ 1 ଲକ୍ଷ କୋଟି ଟଙ୍କା ହ୍ରାସ କରିବା ।

ସ୍ବଦେଶୀ ଆପ ତିଆରି ଚ୍ୟାଲେଞ୍ଜ ଆରମ୍ଭ

ଡ୍ରାଗନକୁ ବଡ ଝଟକା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍ବଦେଶୀ ଆପ ତିଆରି ଚ୍ୟାଲେଞ୍ଜ ଆରମ୍ଭ କରିବା ସହ ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ପାଇଁ ଆହ୍ବାନ ଦେଇଛନ୍ତି । ମୋଦି କହିଛନ୍ତି କି, ଯଦି ଆପଣଙ୍କ ପାଖରେ ଏଭଳି କୌଣସି ପ୍ରଡକ୍ଟ ରହିଛି ଆଉ ଲାଗୁଛି କି କିଛି ଭଲ କରିବା ଦୃଷ୍ଟିକୋଣ ଓ କ୍ଷମତା ରହିଛି ତେବେ ଟେକ କମ୍ୟୁନିଟି ସହ ଯୋଡି ହୋଇଯାଆନ୍ତୁ ।

ଚୀନ ଉପରେ ଭାରତର ଆର୍ଥିକ ଆକ୍ରମଣ ପ୍ରଭାବରେ ହୋଲି ଠାରୁ ଦୀପାବଳୀ ସବୁ ପାର୍ବଣରେ କ୍ଷତି ସହିଛି ଚାଇନା ବ୍ୟବହାୟ । ଏଥର ଚୀନ ସାମଗ୍ରୀ ଉପରେ ସ୍ବଦେଶୀ ଉତ୍ପାଦ ଭାରୀ ପଡିଛି । ଚୀନ ସାମଗ୍ରୀର ବଏକଟ ଯୋଗୁଁ ଚୀନକୁ ଏବର୍ଷ ଦିପାବଳୀରେ 40 ହଜାର କୋଟି କ୍ଷତି ସହିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.