ETV Bharat / business

ଅଗଷ୍ଟରେ ବଢିଲା WPI, ମହଙ୍ଗା ଖାଦ୍ୟ-ସାମଗ୍ରୀ - ପାଇକାରୀ ମୁଦ୍ରାସ୍ଫୀତି

ଅଗଷ୍ଟରେ ବଢିଲା ପାଇକାରୀ ମୁଦ୍ରାସ୍ଫୀତି । ଜୁଲାଇରେ ଏହା ନକରାତ୍ମକ 0.58 ପ୍ରତିଶତ ଥିଲା । ଏ ନେଇ ସୋମବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ଜାରି ହୋଇଛି ।

ଅଗଷ୍ଟରେ ବଢିଲା WPI, ମହଙ୍ଗା ଖାଦ୍ୟ-ସାମଗ୍ରୀ
ଅଗଷ୍ଟରେ ବଢିଲା WPI, ମହଙ୍ଗା ଖାଦ୍ୟ-ସାମଗ୍ରୀ
author img

By

Published : Sep 14, 2020, 4:17 PM IST

ନୂଆଦିଲ୍ଲୀ: ବଢିଲା ଚିନ୍ତା। ଅଗଷ୍ଟ ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି 0.16 ପ୍ରତିଶତ ବୃଦ୍ଧି ପାଇଛି । ଏହି ଅବଧିରେ ଖାଦ୍ୟ ସାମଗ୍ରୀ ଏବଂ ଉତ୍ପାଦିତ ଦ୍ରବ୍ୟ ମହଙ୍ଗା ହୋଇଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଏନେଇ ଦର୍ଶାଯାଇଛି।

ଏହା ପୂର୍ବରୁ ଲଗାତାର 4 ମାସ ଧରି ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟପିଆଇ) ନକରାତ୍ମକ ରହିଛି । ଏପ୍ରିଲରେ (-) 1.57 , ମେ ମାସରେ (-) 3.37, ଜୁନ (-) 1.81 ଏବଂ ଜୁଲାଇରେ (-) 0.58 ପ୍ରତିଶତ ରହିଛି ।

2019 ଅଗଷ୍ଟରେ ଡବ୍ଲ୍ୟୁପିଆଇ 1.17 ପ୍ରତିଶତ ଥିଲା । ତେବେ ଚଳିତ ବର୍ଷ ଅଗଷ୍ଟରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ପୀତି 3.84 ପ୍ରତିଶତ ରହିଛି । ଆଳୁ ଦାମରେ 82.93 ପ୍ରତିଶତ ବୃଦ୍ଧି ହୋଇଛି । ସେପଟେ ପରନିପରିବା ମୁଦ୍ରାସ୍ପୀତି 7.03 ପ୍ରତିଶତ ଅଛି , ପିଆଜ (-) 34.48 ପ୍ରତିଶତ ଅଛି । ଇନ୍ଧନ ଓ ବିଦ୍ୟୁତ ଦେଖିବାକୁ ଗଲେ, ଅଗଷ୍ଟରେ ଏହାର ମୁଦ୍ରାସ୍ପୀତି ହାର 9.68 ପ୍ରତିଶତ ଅଛି । ତେବେ ଏହି ଅବଧିରେ ବିନିର୍ମାଣ ଉତ୍ପାଦର ମୁଦ୍ରାସ୍ପୀତି ବଢି 1.27 ପ୍ରତିଶତ ହୋଇଛି । ଯାହାକି ଜୁଲାଇରେ 0.51 ପ୍ରତିଶତ ଥିଲା ।

ଯେତେବେଳେ କୌଣସି ଦେଶରେ ଦ୍ରବ୍ୟ କିମ୍ବା ସେବାର ମୂଲ୍ୟ ଅଧିକ ହୁଏ, ଏହାକୁ ମୁଦ୍ରାସ୍ଫୀତି କୁହାଯାଏ । ଉତ୍ପାଦର ମୂଲ୍ୟ ବଢିବା ସହିତ ୟୁନିଟ ପିଛା କ୍ରୟ ଶକ୍ତି ହ୍ରାସ ହୁଏ । ଆର୍ଥିକ ଏବଂ ମୁଦ୍ରା ନୀତିର ନିଷ୍ପତ୍ତି ହୋଲସେଲ ମୂଲ୍ୟ ସୂଚକାଙ୍କ ଆଧାରରେ ନିଆଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.