ETV Bharat / business

‘କୋରୋନା’ ଝଡରେ ଦୋହଲିଲା ବିଶ୍ବ ବଜାର, କ୍ଷତିରେ ବିଶ୍ବ ଧନୀକ - ବ୍ଲୁମବର୍ଗ ରିପୋର୍ଟ

କୋରୋନା ଝଡରେ ଥରହର ବିଶ୍ବ ଅର୍ଥବ୍ୟବସ୍ଥା । ଛିନଛତର ଇକ୍ବିଟି ବଜାର । ଏସିଆ ଠାରୁ ୟୁରୋପ ପର୍ଯ୍ୟନ୍ତ ସବୁ ପ୍ରାୟ ସବୁ ଷ୍ଟକ ମାର୍କେଟରେ ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ ।

World's richest people lost 444 billion dollar billion in 7 day due to coronavirus
‘କୋରୋନା’ ଝଡରେ ଦୋହଲିଲା ବିଶ୍ବ ବଜାର, କ୍ଷତିରେ ବିଶ୍ବ ଧନୀକ
author img

By

Published : Feb 29, 2020, 6:16 PM IST

ନୂଆଦିଲ୍ଲୀ: କୋରୋନା ଝଡରେ ଥରହର ବିଶ୍ବ ଅର୍ଥବ୍ୟବସ୍ଥା । ଛିନଛତର ଇକ୍ବିଟି ବଜାର । ଏସିଆ ଠାରୁ ୟୁରୋପ ପର୍ଯ୍ୟନ୍ତ ସବୁ ପ୍ରାୟ ସବୁ ଷ୍ଟକ ମାର୍କେଟରେ ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ । ଆଉ ଏଥିରେ ନିବେଶକ ଛାନିଆ ହୋଇଥିଲା ବେଳେ ପ୍ରଭାବିତ ବିଶ୍ବର ପ୍ରମୁଖ ଅରବପତି ।

ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ , ସମଗ୍ର ଦୁନିଆର ଶ୍ରେଷ୍ଠ 500 ଅରବପତିଙ୍କ ସମ୍ପତ୍ତି 7 ଦିନରେ ପାଖାପାଖୀ 444 ଅରବ ଡଲାର(ପାଖାପାଖୀ 31.52 ଲକ୍ଷ କୋଟି ଟଙ୍କା) ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅର୍ଥାତ ପୂରା 7 ଦିନ କାରବାରରେ 31 ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବୁଡିଯାଇଛି ।

ତଥ୍ୟ ଅନୁଯାୟୀ, 2008 ରେ ଆସିଥିବା ଆର୍ଥିକ ସଙ୍କଟ ପରେ ଏବେ ପ୍ରଥମ ଥର, ଯେବେ ଷ୍ଟକ ମାର୍କେଟ ତଳମୁହାଁ ସହ ଏତେ ପରିମାଣରେ କ୍ଷତି ସହିବାକୁ ପଡିଛି । 2008 ଆର୍ଥିକ ସଙ୍କଟ ସମୟରେ ସମଗ୍ର ଦୁନିଆର ମାର୍କେଟରେ ପାଖାପାଖୀ 6 ଲକ୍ଷ କୋଟି ଟଙ୍କା ବୁଡିଥିଲା ।

ସେହିପରି ଗତ ସପ୍ତାହରେ ବହୁତ ଗ୍ଲୋବାଲ ଇଣ୍ଡେକ୍ସ ମଧ୍ୟ ଭାରୀ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଆମେରିକା ଇଣ୍ଡେକ୍ସ ଡୋ ଜୋନ୍ସରୁ ଭାରତର ନିଫ୍ଟି, ଚୀନର ସଂଘାଇ କମ୍ପୋଜିଟ, ଜାପାନର ନିକେଇ, କୋରିଆର କୋସ୍ପି ମଧ୍ୟ ବିପୁଳ ଖସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.