ETV Bharat / business

ବିଜନେସ-2019: ଟଳମଳ ଟେଲିକମ ବଜାର, ମହଙ୍ଗା ମୋବାଇଲ ସେବା - telecom market faces life-threatening crisis

ବିଦାୟ ନେଉଛି 2019 । ଅର୍ଥନୀତି ପାଇଁ ଏ ବର୍ଷ ଏତେଟା ଲାଭଦାୟକ ନାହିଁ । ବିଶେଷ କରି ଦେଶ ମେରୁଦଣ୍ଡକୁ ସୁଦୃଢ କରି ରଖିଥିବା ଟେଲିକମ ସେକ୍ଟର ସ୍ଥିତି ଶୋଚନୀୟ ହୋଇପଡିଛି । ଅଧିକ ପଢନ୍ତୁ...

World's cheapest, biggest telecom market faces life-threatening crisis
ବିଜନେସ 2019: ଟଳମଳ ଟେଲିକମ ବଜାର,ମହଙ୍ଗା ମୋବାଇଲ ସେବା
author img

By

Published : Dec 26, 2019, 9:53 PM IST

ନୂଆଦିଲ୍ଲୀ: ଶସ୍ତା ଓ ଦ୍ରୁତ ଅଭିବୃଦ୍ଧିଶୀଳ ଟେଲିକମ ସେକ୍ଟର ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି 2019 । ନିବେଶ ଠାରୁ ଆରମ୍ଭ କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଥିବା ଏହି ସେକ୍ଟର ଏବେ ତିଷ୍ଟି ରହିବାକୁ କରୁଛି ସଂଘର୍ଷ ।

ଋଣ ଭାର ଓ ପ୍ରତିଯୋଗୀତା ଭିତରେ ଅଣନିଶ୍ବାସୀ ରାଷ୍ଟ୍ରାୟାତ ଠାରୁ ଘରୋଇ ଟେଲିକମ କମ୍ପାନୀ । ନିଜ ଅସ୍ତିତ୍ବ ବଞ୍ଚାଇବାକୁ ଏବେ ସରକାର ତଥା ଟ୍ରାଇକୁ ଲଗାତାର ଗୁହାରୀ କରୁଛନ୍ତି । ଏପରିକି ବହୁ କମ୍ପାନୀ ବୋଝ ତଳେ ଲଦି ହୋଇ ବନ୍ଦ ବି ହୋଇସାରିଲାଣି ।

ମୋବାଇଲ ସେବା ମହଙ୍ଗା ନେଇ ଆରମ୍ଭ ଯୁଦ୍ଧ ଭିତରେ ଅରବ ଡଲାରର ଭାରୀ ଋଣ ବୋଝ କମ୍ପାନୀର ସମସ୍ୟା ବଢାଇଦେଇଛି । ଏପଟେ ମୋବାଇଲ ଟାରିଫ ନେଇ ନୂଆ ଓ ପୁରୁଣା ଦୂରସଞ୍ଚାର କମ୍ପାନୀଙ୍କ ମଧ୍ୟ ସାଂଘାତିକ ପ୍ରତିଯୋଗୀତାର ପ୍ରଭାବ ଲାଭ ଉପରେ ପଡୁଛି । ବହୁ କମ୍ପାନୀ ବଜାରରୁ ଆଉଟ ହୋଇଗଲେଣି । ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ମୁତାବକ, ଟେଲିକମ କମ୍ପାନୀଙ୍କ ମୋଟ ରଜସ୍ବରେ ଅଣୁପ୍ରମୁଖ ରାଜସ୍ବକୁ ସାମିଲ କରାଯିବ । ଆଉ ସେହି ଆଧାରରେ ଏମାନଙ୍କ ଉପରେ ଟିକସ ବସିବ ବୋଲି ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ପୁଣି ପୁରୁଣା ଦୂରସଞ୍ଚାର କମ୍ପାନୀ ଓ ରିଲାଏନ୍ସ ଜିଓ ଭିତରେ ଯୁଦ୍ଧ ଆରମ୍ଭ ହୋଇଗଲା ।

ତେବେ ରିଲାଏନ୍ସ ଜିଓ ଟାରିଫ ବୃଦ୍ଧି ନେଇ ସହମତି ରଖିବା ପରେ ପୁରୁଣା କମ୍ପାନୀ ସ୍ଥିତିରେ ସୁଧାର ଆସିଛି । ଭାରତୀୟ ସେଲ୍ୟୁଲାର ଅପରେଟର ସଂଘ( ସିଓଏଆଇ)ର ମହାନିର୍ଦ୍ଦେଶକ ରାଜନ ମାଥ୍ୟୁସ କହିଛନ୍ତି ଯେ, ଘରୋଇ ବଜାର ଏବେ ମୌଳିକତା ଭାବେ ବଦଳିଯାଇଛି । ଭଏସ ନେଟୱର୍କରୁ ହାଇବ୍ରିଡ ନେଟୱର୍କ ରୂପ ନେଉଛି । ଗ୍ରାହକ ଚାହୁଁଛନ୍ତି ଭଏସ ସହ ଡାଟା ନେଟୱର୍କ ସେବା । ହେଲେ କମ୍ପାନୀ ଏଥିପାଇଁ ଅସମର୍ଥ । ଏଣୁ 2020 ମାର୍ଚ୍ଚ ପୂର୍ବରୁ ସମସ୍ତ କମ୍ପାନୀ ପାଇଁ ଫ୍ଲୋର ପ୍ରାଇସ ଆବଶ୍ୟକ । ଏହା ଦ୍ବାରା ଟାରିଫ ପ୍ଲାନ ପାଇଁ ସର୍ବନିମ୍ନ ଶୁଳ୍କ ସ୍ଥିର କରିବା ଆବଶ୍ୟକ । ‘‘ ଅନ୍ୟ ଦେଶ ତୁଳନାରେ ଭାରତ ଦୁନିଆର ସବୁଠୁ ଶସ୍ତା ଦୂରସଞ୍ଚାର ବଜାର । ଏଠେ 1 ଜିବି ଦାମ 0.26 ଡଲାର ରହିଛି । ଯେତେବେଳେ କି ଆମେରିକାରେ 1 ଜିବି ପାଇଁ ଗ୍ରାହକଙ୍କୁ 12.37 ଓ ବ୍ରିଟେନରେ 6.66 ଡଲାର ଦେବାକୁ ପଡୁଛି ।

ସରକାରଙ୍କ ଯାଚିକା ପରେ ଅକ୍ଟୋବର 24ରେ ଉଚ୍ଚତମ ନ୍ୟାୟଳୟ ଦୂରସଞ୍ଚାର କମ୍ପାନୀଙ୍କୁ ପୁରୁଣା ବକେୟା ପୂରଣ ତଥା ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ଭରିବା ପାଇଁ ଆଦେଶ ଦେଇଥିଲା । ଏହା ଦ୍ବାରା ଦୂରସଞ୍ଚାର କମ୍ପାନୀ ଉପରେ ମୋଟ 1.47 ଲକ୍ଷ କୋଟି ଟଙ୍କାର ବୋଝ ଲଦିହୋଇଗଲା ।

ଏ ନେଇ କମ୍ପାନୀଗୁଡିକ ପୁଣି ଥରେ ନ୍ୟାୟଳୟରେ ପୁର୍ନବିଚାର ଦାୟର କରିଥିଲେ । ଭୋଡାଫୋନ-ଆଇଡିଆ ପୁକ୍ଷରୁ ସରକାର ଅନୁଦାନ ଦାବି ହୋଇଛି । ଯଦି ଆର୍ଥିକ ସହାୟତା ନ ମିଳେ ତେବେ କମ୍ପାନୀ ବନ୍ଦ କରିବାକୁ ପଡିବ ବୋଲି ଅଧ୍ୟକ୍ଷ ମଙ୍ଗଳମ ବିର୍ଲା କହିଛନ୍ତି । ତେବେ ଏସବୁ ସମସ୍ୟା ଭିତରେ ଦୂରସଞ୍ଚାର ଉଦୌଗ 7ରୁ 8 କମ୍ପାନୀ ବଦଳରେ କେବଳ 3 ଘରୋଇ କମ୍ପାନୀ ଓ ଗୋଟିଏ ସରକାରୀ କମ୍ପାନୀ ମଧ୍ୟରେ ସୀମିତ ରହିଯାଇଛି ।

ପ୍ରକାଶ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭୋଡାଫୋନ-ଆଇଡିଆ ସରକାରଙ୍କୁ 53 ହଜାର କୋଟି ଟଙ୍କା ପୈଠ କରିବାକୁ ପଡିବ । ଏହା ପରେ ଦ୍ବିତୀୟ ତ୍ରୈୟମାସରେ କମ୍ପାନୀକୁ ପ୍ରାୟ 51 ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଯାହାକି ଟେଲିକମ ଯୁଗରେ ସର୍ବାଧିକ କ୍ଷତି । ଖାଲି ଭୋଡାଫୋନ-ଆଇଡିଆ ନୁହେଁ ଏୟାରଟେଲର ସ୍ଥିତି ମଧ୍ୟ ଶୋଚନୀୟ । ସରକାର ଘରୋଇ ଦୂରସଞ୍ଚାର କମ୍ପାନୀଙ୍କୁ ଆଶ୍ବସ୍ତି ଦେବା ପାଇଁ ସ୍ପେକ୍ଟ୍ରମ ଭରଣକୁ 2 ବର୍ଷକୁ ବଢାଇଦେଇଛନ୍ତି । ତେବେ ରାଷ୍ଟ୍ରାୟତ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲ ପାଇଁ ଏ ବର୍ଷ ଭଲ ରହିଛି । ସରକାର 2 କମ୍ପାନୀର ପୁନଉଦ୍ଧାର ପାଇଁ 69,000 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିସହ କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଭିଆରଏସ ଯୋଜନା ଆଣିଛନ୍ତି । ଏଥିପାଇଁ ମୋଟ 92,700 କର୍ମଚାରୀ ଚୟନ ହୋଇଛନ୍ତି । ଏହା ଦ୍ବାରା ବାର୍ଷିକ 8,800 କୋଟି ଟଙ୍କା ବଞ୍ଚିପାରିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.