ETV Bharat / business

ହ୍ବାଟସଆପର ନୂଆ ନିୟମ, ସବୁ ପ୍ରଶ୍ନର ଉତ୍ତର ଦେବାକୁ ତୟାର ଆପ

author img

By

Published : Jan 20, 2021, 7:37 PM IST

ନୂଆ ପ୍ରାଇଭେସି ପଲିସି ନେଇ ହ୍ବାଟସଆପର ସଫେଇ । ସମସ୍ତ ଭୁଲ ସୂଚନାର ସମାଧାନ କରିବା ଓ କୌଣସି ମଧ୍ୟ ପ୍ରଶ୍ନର ଜବାବ ଦେବାକୁ ପ୍ରସ୍ତୁତ ବୋଲି ହ୍ବାଟସଆପ ଜଣାଇଛି । ଅଧିକ ପଢନ୍ତୁ..

ହ୍ବାଟସଆପର  ନୂଆ ନିୟମ , ସବୁ ପ୍ରଶ୍ନର ଉତ୍ତର ଦେବାକୁ ତୟାର  ଆପ

ନୂଆଦିଲ୍ଲୀ: ନୂଆ ପ୍ରାଇଭେସି ପଲିସିକୁ ନେଇ ହ୍ବାଟସଆପକୁ ଭାରତ ସରକାର ତାଗିଦ । ଏହି ପରିବର୍ତ୍ତନକୁ ପ୍ରତ୍ୟାହାର ପାଇଁ କୁହାଯିବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସ୍ପଷ୍ଟୀକରଣ ଦେଇଛି ଆପ । ଆପ କହିଛି ଯେ ପ୍ରସ୍ତାବିତ ପରିବର୍ତ୍ତନ ଦ୍ବାରା ଫେସବୁକ ସହ ଡାଟା ସେୟାର କରିବା ନେଇ ଏହାର କ୍ଷମତା ବୃଦ୍ଧି ହେବ ନାହିଁ । ଏହି ସମ୍ଭନ୍ଧରେ କୌଣସି ପ୍ରଶ୍ନର ଜବାବ ଦେବାକୁ ପ୍ରସ୍ତୁତ ହ୍ବାଟସଆପ ।

ପ୍ରକାଶ ଥାଉକି ଭାରତ ସରକାର ମଙ୍ଗଳବାର ହ୍ବାଟସଆପ ଦ୍ବାରା ସେବା ଓ ଗୋପନୀୟତା ନୀତି ସର୍ତ୍ତ ପରିବର୍ତ୍ତନ ଉପରେ 14 ଟି ପ୍ରଶ୍ନ ପଚାରିଥିଲେ । ହ୍ବାଟସଆପର ଜଣେ ମୁଖପାତ୍ର କହିଛନ୍ତି କି ‘‘ ଆମେ ସ୍ପଷ୍ଟ କରୁଛୁ ଯେ ଏହି ପରିବର୍ତ୍ତନ ଫେସବୁକ ସହ ଡାଟା ସେୟାର କରିବା ନେଇ ଆମର କ୍ଷମତାକୁ ବଢାଇବ ନାହିଁ । ଆମର ଉଦ୍ଦେଶ୍ୟ ପାରଦର୍ଶୀତା ଆଣିବା ଓ ବ୍ୟବସାୟକୁ ଯୋଡିବାର ନୂଆ ବିକଳ୍ପ ଉପଲବ୍ଧ କରିବା ଅଟେ । ଯେପରି ସେମାନେ ଗ୍ରାହକଙ୍କ ସେବା କରିପାରିବେ ଓ ବୃଦ୍ଧି ହାସଲ କରିପାରିବେ । ’’

ହ୍ବାଟସଆପ ସର୍ବଦା ଆଣ୍ଡ-ଟୁ- ଆଣ୍ଡ ଏନ୍କ୍ରିସ୍ପନ ସହ ବ୍ୟକ୍ତିଗତ ମେସେଜର ରକ୍ଷା କରିବ । ଯେପରି ଏହାକୁ ନା ହ୍ବାଟସଆପ ନା ଫେସବୁକ ତାହାକୁ ଦେଖିପାରିବେ । ଏଥିସହ ସମସ୍ତ ଭୁଲ ସୂଚନାର ସମାଧାନ କରିବା ଓ କୌଣସି ମଧ୍ୟ ପ୍ରଶ୍ନର ଜବାବ ଦେବାକୁ ଉପଲବ୍ଧ ବୋଲି ହ୍ବାଟସଆପ ଜଣାଇଛି ।

ଜାନୁଆରୀ 6 ରେ ହ୍ବାଟସଆପ ନୂଆ ଗୋପନୀୟତା ନୀତି ଘୋଷଣା କରିଥିଲା । ଏହା ଅନୁସାରେ ଏନକ୍ରିପ୍ଟେଡ ଡାଟାକୁ ଫେସବୁକ ସହ ସେୟାର କରାଯିବ । ତେବେ ଏଥିରେ ବହୁ କର୍ପୋରେଟ କମ୍ପାନୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତଥ୍ୟ ସୁରକ୍ଷିତ ନେଇ ଆପ ସଫେଇ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.