ETV Bharat / business

ୱାର୍କ ଫ୍ରମ ହୋମ: 3 ରୁ ଜଣେ ମାସିକ 5 ହଜାର ଟଙ୍କା ସଞ୍ଚୟ କରନ୍ତି

ୱାର୍କ ଫ୍ରମ ହୋମ ଦ୍ବାରା ଯିବାଆସିବା ଖର୍ଚ୍ଚ, କପଡା, ଖାଦ୍ୟ ଓ ଅନ୍ୟ ସବୁ ବାବଦରେ ଖର୍ଚ୍ଚ ଟଙ୍କା ବଞ୍ଚିଛି । ସର୍ଭେ ଅନୁସାରେ 3 ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ପ୍ରତି ମାସରେ ହାରାହାରୀ 3000ରୁ 5000 ଟଙ୍କା ସଞ୍ଚୟ କରୁଛନ୍ତି । ଅଧିକ ପଢନ୍ତୁ..

author img

By

Published : Sep 1, 2020, 6:45 PM IST

ୱାର୍କ ଫ୍ରମ ହୋମ : 3 ରୁ ଜଣେ  ମାସିକ 5 ହଜାର ଟଙ୍କା ସଞ୍ଚୟ କରନ୍ତି

ମୁମ୍ବାଇ: କୋଭିଡ-19 କାରଣରୁ ସମଗ୍ର ଦେଶରେ ଜାରି ଲକଡାଉନ ଯୋଗୁଁ ଘରୁ କାମ କରୁଥିବା ଲୋକଙ୍କ ଖର୍ଚ୍ଚ କମିଛି । ଏକ ସର୍ଭେ ଅନୁସାରେ 3 ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ପ୍ରତି ମାସରେ ହାରାହାରୀ 3000ରୁ 5000 ଟଙ୍କା ସଞ୍ଚୟ କରୁଛନ୍ତି । ମଙ୍ଗଳବାର ଜାରି ଏହି ରିପୋର୍ଟରେ କୁହାଯାଇଛି କି ୱାର୍କ ଫ୍ରମ ହୋମ ଦ୍ବାରା ଯିବାଆସିବା ଖର୍ଚ୍ଚ, କପଡା, ଖାଦ୍ୟ ଓ ଅନ୍ୟ ସବୁ ବାବଦରେ ଖର୍ଚ୍ଚ ଟଙ୍କା ବଞ୍ଚିଛି ।

ଅନଲକ ସର୍ଭେରେ ସାମିଲ 74 ପ୍ରତିଶତ ଲୋକ କହିଛନ୍ତି କି ସେମାନେ ଘରୁ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଯେତେବେଳେ କି 80 ପ୍ରତିଶତ ଲୋକଙ୍କ ବିଶ୍ବାସ ରହିଛି କି ସେମାନଙ୍କ ଜବ ରୋଲ ଘରୁ କାମ କରିବା ପାଇଁ ଉପଯୁକ୍ତ ।

ଏହି ସର୍ଭେ ଭାରତର ସବୁଠୁ ବଡ ହୋମଗ୍ରୋନ କ୍ଲେକ୍ସ ୱାର୍କପ୍ଲେସ ପ୍ରୋଭାଇଡର ଅଫିସ ପକ୍ଷରୁ କରାଯାଇଛି ।

ଏହି ସର୍ଭେ ଦୁଇ ମାସ (ଜୁନ ଏବଂ ଜୁଲାଇ) ମଧ୍ୟରେ ଜନମତ ଉପରେ ଆଧାରିତ ଏବଂ ଏଥିରେ ସାତଟି ମେଟ୍ରୋ ସହର ସହ ବିଭିନ୍ନ ଶିଳ୍ପର 1000ରୁ ଅଧିକ କର୍ମଚାରୀଙ୍କୁ ସାମିଲ କରାଯାଇଛି ।

ସର୍ଭେ ଅନୁଯାୟୀ, 47 ପ୍ରତିଶତ ଲୋକ କହିଛନ୍ତି ଯେ ଘରୁ କାମ କରିବାବେଳେ ସେମାନେ ଆରାମଦାୟକ ଚେୟାର ଏବଂ ଟେବୁଲର ଅଭାବ ଅନୁଭବ କରୁଥିବାବେଳେ 71 ପ୍ରତିଶତ ଲୋକ ବିଶ୍ୱାସ କରିଥିଲେ ଯେ ଯଦି ଘରେ କାମ କରିବା ପାଇଁ ଭିନ୍ନ ସ୍ଥାନ ଅଛି, ତେବେ ସେମାନେ ଘରୁ କାମ କରିବାରେ ସଫଳ ହୋଇପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.