ETV Bharat / business

ବୃଦ୍ଧି ପାଉଛି ରାଜକୋଷୀୟ ଘାଟା, ଉଦବେଗ ପ୍ରକାଶ କଲେ ଅଭିଜିତ

author img

By

Published : Jan 11, 2020, 7:40 PM IST

ଶିକ୍ଷା ବଜେଟ ହ୍ରାସ ଓ ରାଜକୋଷୀୟ ଘାଟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ । ଅଧିକ ପଢନ୍ତୁ...

Won't support fiscal tightening right now, says Abhijit Banerjee ahead of Union Budget
ରାଜକୋଷୀୟ ଘାଟା ବୃଦ୍ଧି ନେଇ ଅଭିଜିତ ବାନାର୍ଜୀଙ୍କ ଉଦବେଗ

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ଆଗତ ହେବ 2020-21 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଆଉ ଏହା ପୂର୍ବରୁ ଶିକ୍ଷା ବଜେଟ ହ୍ରାସ ଓ ରାଜକୋଷୀୟ ଘାଟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ ।

ଅଭିଜିତ କହିଛନ୍ତି, ପ୍ରଥମରୁ ହିଁ ଘାଟାର ଲକ୍ଷ୍ୟ ବହୁତ ରହିଛି । ଏହାକୁ ଆହୁରି ବୃଦ୍ଧି ସପକ୍ଷରେ ମୁଁ ସହମତ ନୁହେଁ । ସେହିପରି ଶିକ୍ଷା ସରକାରଙ୍କ ଅଧିନରେ ଆସିଥାଏ । ହେଲେ ପ୍ରଥମରୁ ହିଁ ଏହା ପାଇଁ କମ ଫଣ୍ଡ ଜାରି କରାଯାଉଛି । ଏବେ ଆହୁରି 3 ହଜାର କୋଟି ଟଙ୍କା କମ ଫଣ୍ଡିଙ୍ଗ କରିବା ନିଷ୍ପତ୍ତି ଠିକ ହେବନାହିଁ । ଏପରି ଭାବେ ଭାରତରେ ୱେଲଥ ଟ୍ୟାକ୍ସ ଲଗାଇବା ମଧ୍ୟ ଯଥାଯୁକ୍ତ ବୋଲି ସେ କହିଛନ୍ତି ।

ଏପଟେ ଚାହିଦା ବୃଦ୍ଧି ନେଇ ବାନାର୍ଜୀ ମତ ଦେଇଛନ୍ତି କି , ଦେଶରେ ଭିତ୍ତିଭୂମି ପାଇଁ ଅଧିକ ଖର୍ଚ୍ଚ କରାଯିବା ଦରକାର । ଯେପରି ରୋଜଗାର ବଢିବ । ଫଳରେ ଉପଯେଗୀତା ବୃଦ୍ଧି ପାଇବ ।

କଣ ଏହି ରାଜକୋଷୀୟ ଘାଟା ?

ଆୟ ତୁଳନାରେ ଅଧିକ ଖର୍ଚ୍ଚକୁ ରାଜକୋଷୀୟ ଘାଟା କୁହାଯାଏ । ଅର୍ଥାତ ଆୟ ଓ ବ୍ୟୟ ମଧ୍ୟରେ ରହିଥିବା ଅନ୍ତରକୁ ହିଁ ରାଜକୋଷୀୟ ଘାଟା କୁହାଯାଏ । ଏଥିରୁ ଜଣାପଡିଥାଏ କି, ସରକାରଙ୍କୁ ଦେଶ ଚଲାଇବା ପାଇଁ କେତେ ଋଣର ଆବଶ୍ୟକତା ରହିଛି । ବଜେଟ ସମୟରେ ଏହି ଗଣନା ନେଇ ତଥ୍ୟ ପ୍ରକାଶ କରାଯାଏ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.