ETV Bharat / business

ସ୍ମାର୍ଟସିଟିରେ ମାଇକ୍ରୋ ଏଟିଏମ, ବିନା ଡେବିଟ କାର୍ଡରେ ଉଠିବ ଟଙ୍କା

ବୁଧବାର ଭୁବନେଶ୍ବରରେ ମାଇକ୍ରୋ ଏଟିଏମ ସେବାର ଶୁଭରାମ୍ଭ ହୋଇଛି । ଏହା ଜରିଆରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ବିନା ଏଟିଏମରେ ଟଙ୍କା ଉଠାଯାଇ ପାରିବ ।

author img

By

Published : May 15, 2019, 8:01 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ମାର୍ଟ ବ୍ୟବସ୍ଥା । ଜରୁରୀ ସମୟରେ ଆଉ ଏଟିଏମ ପାଇଁ ଏଣେତେଣେ ବୁଲିବାକୁ ପଡିବନି । ବିନା ଡେବିଟ କାର୍ଡରେ ଉଠାଇ ପାରିବେ ଟଙ୍କା । ବୁଧବାର ରାଜଧାନୀରେ ଆରମ୍ଭ ହୋଇଛି ମାଇକ୍ରୋ ଏଟିଏମ ସେବା । ଏୟାରପୋର୍ଟ, ମେଡ଼ିକାଲ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଆଦି ଜନହଗହଳିପୂର୍ଣ୍ଣ ସ୍ଥାନରେ ଏହା ଉପଲବ୍ଧ ହେବ । ଫନି ପାଇଁ ଆରମ୍ଭ ହୋଇଥିବା ଏହି ସେବା ଆଗକୁ ଧୀରେ ଧୀରେ ପ୍ରସାରିତ ହେବ ବୋଲି କୁହାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଆଧାର କାର୍ଡ଼ ଜରିଆରେ ସ୍ବାଇପ କରି ଗ୍ରାହକ ବ୍ୟାଙ୍କ ଷ୍ଟାଫଙ୍କ ଠାରୁ ଟଙ୍କା ନେଇପାରିବେ । ଏଥିପାଇଁ କୌଣସି ଚାର୍ଜ ମଧ୍ୟ ଦେବାକୁ ପଡିନଥାଏ । ଭୁବନେଶ୍ବରରେ ୪ଟି ମାଇକ୍ରୋ ଏଟିଏମ ସେବା ଉପଲବ୍ଧ ହୋଇଛି । ଏହା ଜରିଆରେ ଜଣେ ସର୍ବାଧିକ 2ହଜାର ଟଙ୍କା ଉଠାଇପାରିବେ । ଫନି ପରେ ବହୁ ସ୍ଥାନରେ ନେଟୱର୍କ ସୁବିଧା ନଥିବାରୁ ବିଏମସି ଏବଂ ଆକ୍ସିସ ବ୍ୟାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ଆଗକୁ ଆହୁରି ଅଧିକ ମେସିନ ବ୍ୟବସ୍ଥା କରାଯିବ ବୋଲି ବିଏମସି ଅତିରିକ୍ତ ଆୟୁକ୍ତ ଅନନ୍ୟା ଦାସ କହିଛନ୍ତି । ସେହପରି ଏହି ସେବା ଧୀରେ ଧୀରେ ସମ୍ପ୍ରସାରିତ ହେବ ବୋଲି ଆକ୍ସିସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଅରବିନ୍ଦ ସାହୁ ସୂଚନା ଦେଇଛନ୍ତି ।

ଏହି ମାଇକ୍ରୋ ଏଟିଏମ ମେସିନ ଗୁଡିକ ଇଣ୍ଟରନେଟ ଦ୍ବାରା ସୁବିଧାରେ କାର୍ଯ୍ୟକ୍ଷମ ହୋଇପାରିବ । ମାଇକ୍ରୋ ଏଟିଏମ ମେସିନ ଗୁଡିକ ଜିପିଆରଏସ ସଂଯୋଗୀକରଣରେ ପରିଚାଳିତ । ଏହା ଦ୍ବାରା ବାତ୍ୟା ପ୍ରଭାବିତ ନଗଦ ଅର୍ଥ ପାଇଁ ସମ୍ମୁଖୀନ ହେଉଥିବା ଅସୁବିଧା ଦୂର ହେବ ବୋଲି ବିଏମସି ଓ ଆକ୍ସିସ ବ୍ୟାଙ୍କ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ସମୟାନୁକ୍ରମେ ସ୍ୱାଭାବିକ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱର । ସହରର ମୁଖ୍ୟ ଅଞ୍ଚଳ ସମେତ ସହରକୁ ଲାଗି ରହିଥିବା ଗ୍ରାମାଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରୁଛି । ତେବେ ଲୋକଙ୍କ ସୁବିଧା ପାଇଁ ଏଭଳି ଉଦ୍ୟମ ସାଧାରଣରେ ଅନେକ ସହାୟକ ହୋଇପାରିବ ବୋଲି ଆଶା ରହିଛି ।

କଣ ମାଇକ୍ରୋ ଏଟିଏମ ?

ପଏଣ୍ଟ ଅଫ ସେଲ୍ସ ମେସିନ ଭଳି ଏହା କାମ କରିଥାଏ । ବ୍ୟାଙ୍କ ଅଧିକାରୀଙ୍କ ଦ୍ବାରା ଏହା ପରିଚାଳିତ ହୁଏ । ଏଥିରେ ଫିଙ୍ଗରପ୍ରିଣ୍ଟସ ଓ ମୋବାଇଲ ନମ୍ବର ଡେବିଟ କାର୍ଡର କାମ କରିଥାଏ । ଏଥିପାଇଁ ଗ୍ରାହକଙ୍କୁ କୌଣସି ପିନ କାର୍ଡର ମଧ୍ୟ ଆବଶ୍ୟକତା ପଡିନଥାଏ ।

ଆପଣ ଟଙ୍କା ଉଠାଇବାକୁ ଚାହୁଁଥିଲେ ପ୍ରଥମେ ଆପଣ ଆଧାର ନମ୍ବରକୁ ଉପସ୍ଥିତ ବ୍ୟାଙ୍କ ଷ୍ଟାଫଙ୍କୁ ଦେବେ । ପରେ ସେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ୍ସ ନେଇ ଏହାକୁ ଭେରିଫିକେସନ କରିବେ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ତାହାକୁ ଦେଇ ଆପଣ ସହଜରେ ଟଙ୍କା ଉଠାଇପାରିବେ ।
ଗତ ବର୍ଷ ଏହି ସେବା ଗ୍ରାମାଞ୍ଚଳକୁ ନଜରରେ ରଖି ଆରମ୍ଭ ହୋଇଥିଲା । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏହି ସେବା ସମସ୍ତଙ୍କୁ ଅଧିକ ସହାୟକ ହେବ ବୋଲି ଆଶା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.