ETV Bharat / business

ଏପ୍ରିଲରେ ଦୁଇ ଅଙ୍କ ଛୁଇଁଲା ହୋଲସେଲ ମୁଦ୍ରାସ୍ଫୀତି

author img

By

Published : May 17, 2021, 4:53 PM IST

ଏପ୍ରିଲ ମାସରେ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତର ଛୁଇଁଲା ହୋଲସେଲ ମୁଦ୍ରାସ୍ଫୀତି ହାର । ଅଶୋଧିତ ତୈଳ ଓ ବିନିର୍ମାଣ ବସ୍ତୁ ମହଙ୍ଗା ଯୋଗୁଁ ବଢିଲା WPI । ଅଧିକ ପଢନ୍ତୁ..

ଏପ୍ରିଲରେ ଦୁଇଅଙ୍କ ଛୁଇଁଲା ହୋଲସେଲ ମୁଦ୍ରାସ୍ପୀତି

ନୂଆଦିଲ୍ଲୀ: ଅଶୋଧିତ ତୈଳ ଓ ବିନିର୍ମାଣ ବସ୍ତୁ ମହଙ୍ଗା ଯୋଗୁଁ ସର୍ବୋଚ୍ଚ ସ୍ତରରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ଫୀତି (WPI) । 2021 ଏପ୍ରିଲ ମାସରେ ଡବ୍ଲୁପିଆଇ ସବୁ ରେକର୍ଡ ଭାଙ୍ଗି 10.49 ପ୍ରତିଶତରେ ପହଞ୍ଚିଛି ।

2021 ମାର୍ଚ୍ଚ ମାସରେ ଡବ୍ଲୁପିଆଇ ମୁଦ୍ରାସ୍ଫୀତି 7.39 ପ୍ରତିଶତ ରହିଥିଲାବେଳେ 2020 ଏପ୍ରିଲରେ ଏହା ନେଗେଟିଭ 1.57 (ମାଇନସ) ପ୍ରତିଶତ ଥିଲା ।

ହୋଲସେଲ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତିରେ ଲଗାତାର 4ର୍ଥ ମାସରେ ବୃଦ୍ଧି ଦେଖିବାକୁ ମିଳିଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ରିପୋର୍ଟ ମୁତାବକ,‘‘ 2021 ଏପ୍ରିଲରେ ( 2020 ଏପ୍ରିଲ ମୁକାବିଲାରେ) ମାସିକ ଡବ୍ଲୁପିଆଇ ଉପରେ ଆଧାରିତ ମୁଦ୍ରାସ୍ଫୀତିର ବାର୍ଷିକ ହାର 10.49 ପ୍ରତିଶତ ଥିଲା । ବିଶେଷ କରି ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଭଳି ଖଣିଜ ତେଲ ଓ ବିନିର୍ମିତ ଉତ୍ପାଦର ଦାମରେ ବଢିବା ଦ୍ବାରା 2021 ଏପ୍ରିଲରେ ମୁଦ୍ରାସ୍ଫୀତିର ବାର୍ଷିକ ହାର ଗତ ବର୍ଷର ଏହି ମାସ ତୁଳନାରେ ଅଧିକ ରହିଛି ।

ଏହି ଅବଧିରେ ଅଣ୍ଡା, ମାଂସ ଓ ମାଛ ଭଳି ପ୍ରୋଟିନ ଯୁକ୍ତ ଖାଦ୍ୟ ଉତ୍ପାଦର ଦାମରେ ଭାରୀ ବୃଦ୍ଧି ଯୋଗୁଁ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି 4.92 ପ୍ରତିଶତ ରହିଛି । ତେବେ ପରିବା ଦାମରେ 9.03 ପ୍ରତିଶତ ହ୍ରାସ ହୋଇଛି ।

ଏଭଳି ଭାବେ ଇନ୍ଧନ ଓ ବିଦ୍ୟୁତର ମୁଦ୍ରାସ୍ଫୀତି ଏପ୍ରିଲରେ 20.94 ପ୍ରତିଶତ ରହିଛି । ଯେତେବେଳେ କି ବିନିର୍ମିତ ଉତ୍ପାଦରେ ଏହା 9.01 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.