ETV Bharat / business

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ : ପିଏମ କଲେ ପ୍ରଶଂସା, ଥମ୍ବସଅପ ଦେଲେ ବିଶେଷଜ୍ଞ - pm reaction on fm announcement

20 ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ପ୍ରଥମ ପର୍ଯ୍ୟାୟ ଘୋଷଣା ପରେ କିଛି ଏଭଳି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ଓ ବିଶେଷଜ୍ଞଙ୍କ , ଅଧିକ ପଢନ୍ତୁ..

who said what finance ministers announcements
ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ
author img

By

Published : May 13, 2020, 8:33 PM IST

ନୂଆଦିଲ୍ଲୀ: କୋଭିଡ-19ରେ ପ୍ରଭାବିତ ଅର୍ଥନୀତିକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଣ ବୁଧବାର ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ପ୍ୟାକେଜର ଏହା ଅଂଶବିଶେଷ । ତେବେ ଏ ନେଇ କଣ ରହିଛି କାହାର ମତ, ଜାଣନ୍ତୁ..

ଅର୍ଥମନ୍ତ୍ରୀଙ୍କ ଘୋଷଣା ଉପରେ ଟିପ୍ପଣୀ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘‘ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କ ଦ୍ବାରା ଆଜି କରାଯାଇଥିବା ଘୋଷଣାରେ ବ୍ୟବସାୟ ବିଶେଷ କରି ଏମଏସଏମଇ ସମସ୍ୟାର ଏକ ଲମ୍ବା ସମାଧାନ ରାସ୍ତା ନିର୍ଦ୍ଧାରିତ ହେବ । ଏହି ପଦକ୍ଷେପ ଦ୍ବାରା ଲିକ୍ୟୁଡିଟିକୁ ପ୍ରୋତ୍ସାହନ ମିଳିବ । ଉଦ୍ୟୋଗପତିଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପ୍ରତିଯୋଗୀତା ମନୋଭାବକୁ ମଜବୁତ କରିବ ।

ସେହିଭଳି ASSOCHAM ମହାସଚିବ ଦୀପର ସୁଡ କହିଛନ୍ତି ଯେ, କୋଭିଡ-19 ମହାମାରୀ ଯୋଗୁଁ ରାଷ୍ଟ୍ରବ୍ୟାପି ବନ୍ଦ ପ୍ରଭାବରେ କାରବାର ଗୁରୁତର ହୋଇପଡିଥିଲା । ଏପରି ସ୍ଥିତିରେ ଆଜି ଅର୍ଥମନ୍ତ୍ରୀଙ୍କ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜ ଏମସଏମଏିଇ , ଆର୍ଥିକ ସଂସ୍ଥାନ, ରିୟଲଇଷ୍ଟେଟ ବ୍ୟବସାୟକୁ ରିଲିଫ ପ୍ରଦାନ କରିବ ।

ବିଶେଷ କରି ଏମସଏମଇ ପାଇଁ ଘୋଷଣା ହୋଇଥିବା 3 ଲକ୍ଷ କୋଚି ଟଙ୍କାର ଋଣ ଉପରେ 100 ପ୍ରତିଶତ ସରକାରୀ ଗ୍ୟାରେଣ୍ଚି ଓ 1 ବର୍ଷ ପାଇଁ କିସ୍ତି ଭରିବାରୁ ମୁକ୍ତି ନିହାତି ବ୍ୟବସାୟକୁ ଆଗକୁ ବଢାଇବ ବୋଲି ସୁଦ କହିଛନ୍ତି ।

ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ ମଧ୍ୟ ଏ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, କୋଭିଡ 19ରେ ପ୍ରଭାବିତ ଏମଏସଏମଇ, ଡିସକମ, ସ୍ବଳ୍ପ ବେତନଭୋଗୀ ଆଦି ପ୍ରମୁଖ କ୍ଷେତ୍ରକୁ ଆଶ୍ବସ୍ତି ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.