ହାଇଦ୍ରାବାଦ: ଗତ କିଛି ମାସ ଧରି ସୋସିଆଲ ଚାଟିଂ ଆପ Whatsapp ଆଣୁଛି ନୂଆ ଫିଚର୍ସ । ଗୋଟିଏ ପରେ ଗୋଟିଏ ପୂର୍ବ ନୀତିକୁ ବଦଳାଉଛି । କିନ୍ତୁ ବର୍ତ୍ତମାନ ଆଣିଥିବା ଫିଚର୍ସରେ କିଛି ସ୍ମାର୍ଟଫୋନ ବ୍ୟବହାରକାରୀ ପ୍ରଭାବିତ ହୋଇପାରନ୍ତି । ଏହି ମେସେଜିଂ ଆପର ନୂଆ ଫିଚର୍ସ ୪୩ଟି ସ୍ମାର୍ଟଫୋନ ମଡେଲରେ କାମ କରିବନି । ତେବେ ଆସନ୍ତା ନଭେମ୍ବର ୧ ତାରିଖଠାରୁ ଏଭଳି ଫିଚର୍ସ ଆସିବାକୁ ଥିବା ବେଳେ କେତୋଟି ନିର୍ଦ୍ଦିଷ୍ଟ ସ୍ମାର୍ଟଫୋନରେ ମିଳିବ ନାହିଁ ଏହି ମେସେଜିଂ ଆପ୍ ହ୍ବାଟ୍ସଆପ ।
ଏହି ମେସେଜିଂ ଆପ୍କୁ ବିଶ୍ବ ତଥା ଭାରତରେ ଅଧିକାଂଶ ସ୍ମାର୍ଟଫୋନଧାରୀ ବ୍ୟବହାର କରିଥାନ୍ତି । ଲୋକଙ୍କ ମଧ୍ୟରେ ଯେକୌଣସି ସମୟରେ ଯୋଗାଯୋଗ କରିବା ପାଇଁ ଏହି ଆପକୁ ବହୁଳ ଭାବରେ ବ୍ୟବହାର କରାଯାଏ । ଏଣୁ ଏହି ନୂଆ ଫିଚର୍ସ ଅନେକ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି । ହ୍ବାଟ୍ସଆପକୁ କେବଳ ବନ୍ଧୁ ବା ପରିବାର ବର୍ଗଙ୍କ ସହିତ କଥାହେବା ପାଇଁ ନୁହେଁ, ବରଂ ଜାତୀୟ, ବିଶ୍ବ ଜରୁରୀ ଓ ଅଫିସ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଉଛି । କିଛି ନିର୍ଦ୍ଦିଷ୍ଟ ୟୁଜର୍ସମାନେ ଆଉ ୨ ମାସ ମଧ୍ୟରେ ଏହି ଆପର ବ୍ୟବହାର କରିପାରିବେ ନାହିଁ ।
ହ୍ବାଟ୍ସଆପ ପ୍ରାୟ ୪୩ଟି ସ୍ମାର୍ଟଫୋନ iOS ଓ Andriodରେ ମଧ୍ୟ କାମ କରିବ ନାହିଁ । ଯେଉଁ ସ୍ମାର୍ଟଫୋନରେ Android 4.0.4 ରହିଥିବ ସେଥିରେ ନଭେମ୍ବର ମାସଠାରୁ ହ୍ବାଟ୍ସଆପ ଚାଲିବ ନାହିଁ । Android ଫୋନର ପୁରୁଣା ଭର୍ସନରେ ମଧ୍ୟ ଏହି ଆପ କାମ କରିବ ନାହିଁ ।
ନିମ୍ନଲିଖିତ ସ୍ମାର୍ଟଫୋନରେ କାମ କରିବ ନାହିଁ Whatsapp:-
- Samsung: Galaxy Trend II, Galaxy SII, Samsung Galaxy Trend Lite, Galaxy S3 mini, Galaxy Ace 2, Galaxy Xcover 2, and Galaxy Core
- LG: LG Lucid 2, Optimus F7, Optimus F5, Optimus L3 II Dual, Optimus F5, Optimus L5, Optimus L5 II, Optimus L5 Dual, Optimus L3 II, Optimus L7, Optimus L7 II Dual, Optimus L7 II, Optimus F6, Enact , Optimus L4 II Dual, Optimus F3, Optimus L4 II, Optimus L2 II, Optimus Nitro HD and 4X HD, and Optimus F3Q
- Sony: Sony Xperia Neo L, Sony Xperia Miro, and Xperia Arc S
- ZTE: ZTE Grand S Flex, ZTE V956, Grand Memo and Grand X Quad V987
- Huawei: Huawei Ascend G740, Ascend D1 Quad XL, Ascend P1 S, Ascend Mate, Ascend D Quad XL, and Ascend D2
- Apple: iPhone SE, 6S and 6S Plus
- Lenovo A820, HTC Desire 500, Alcatel One Touch Evo 7, Archos 53 Platinum, Faea F1, Caterpillar Cat B15, Wiko Cink Five, Wiko Darknight, UMi X2, and THL W8
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ