ETV Bharat / business

ଜାଣନ୍ତୁ, କିପରି ଲଣ୍ଡନରେ ଆଡ୍ଡା ଜମାଇଲେ ଠକଙ୍କ ଗୁରୁ ନୀରବ?

ଭାରତର ବଡ ଠକର ନୂଆ ଠିକଣା ଏବେ ଲଣ୍ଡନ । ବେଶ୍‌ ମଉଜରେ ଆଲିସାନ ଘରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ନୀରବ । ତେବେ ଏହା ପଛରେ ରହିଛି ବ୍ରିଟେନର ସ୍ବତନ୍ତ୍ର ଏଣ୍ଟ୍ରି କାର୍ଡ ‘ଗୋଲ୍ଡେନ ଭିସା’ ।

author img

By

Published : Mar 15, 2019, 8:53 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତର ବଡ ଠକର ନୂଆ ଠିକଣା ଏବେ ଲଣ୍ଡନ । ବେଶ୍‌ ମଉଜରେ ଆଲିସାନ ଘରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ନୀରବ । ଦେଶରୁ କୋଟି କୋଟି ଟଙ୍କା ଲୁଟିନେଇ ଲଣ୍ଡନରେ କିପରି ପ୍ରବେଶ କରି ଆଡ୍ଡା ଜମାଇଲେ ସେ ନେଇ ଉଠିଛି ପ୍ରଶ୍ନ । ତେବେ ଏହା ପଛରେ ରହିଛି ବ୍ରିଟେନର ସ୍ବତନ୍ତ୍ର ଏଣ୍ଟ୍ରି କାର୍ଡ ‘ଗୋଲ୍ଡେନ ଭିସା’ ।

ୟୁକେ ସରକାରଙ୍କ ବ୍ରାଣ୍ଡ କିମ୍ବା ସେୟାରରେ 2 ମିଲିୟନ ପାଉଣ୍ଡର ନିବେଶ କରିବା ପରେ ମିଳିଥାଏ ଏହି ଗୋଲ୍ଡେନ ଭିସା । ଯାହା ମାଧ୍ୟମରେ ଅତି ସହଜରେ ବ୍ରିଟେନ ବାସିନ୍ଦା ଭାବେ ସ୍ଥାନ ମିଳିଯାଇଥାଏ ।

ରିପୋର୍ଟ ମୁତାବକ, ନୀରବ ମୋଦିଙ୍କୁ ଭାରତୀୟ ପାସପୋର୍ଟ ଉପରେ ଭିସା ଜାରି କରାଯାଇଛି । 2018ଜାନୁଆରୀ ପରଠାରୁ ନୀରବ ଭାରତ ଛାଡି ପଳାଇଛନ୍ତି । ଏହା ପରେ ଗତବର୍ଷ ହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ଅଧିନିୟମ ଜାରି କରି ନୀରବଙ୍କୁ ଆର୍ଥିକ ଅପରାଧୀ ଘୋଷିତ କରିବାକୁ ମାମଲା ରୁଜୁ କରିଥିଲା ।

ଏହି ଗୋଲ୍ଡେନ ଭିସାକୁ ବ୍ୟବହାର କରି ଗତ 10 ବର୍ଷ ମଧ୍ୟରେ କୋଟି କୋଟି ପାଉଣ୍ଡ ନିବେଶ କରି ସମଗ୍ର ବିଶ୍ବର ବହୁ ସମୃଦ୍ଧ ଲୋକ ବିଟ୍ରେନର ନିଜ ସ୍ଥାୟୀତ୍ବ ଜମାଇସାରିଲେଣି । 2008 ମସିହାରୁ ଏହି ବ୍ରିଟେନରେ ଏହି ନୀତି ଚାଲିଛି ।

ନୀରବ ମୋଦିଙ୍କ ବ୍ରିଟେନର ପ୍ରବେଶର ସଠିକ ସମୟ ଏବେ ସୁଦ୍ଧା ଜଣାପଡିନାହିଁ । 13ହଜାର କୋଟିର ଘୋଟାଲା ଜଣାପଡିବା ପରେ ନୀରବ ଭାରତ ଛାଡି ଫେବୃଆରୀରେ ନ୍ୟୁୟର୍କ ଅଭିମୁଖେ ଉଡାଣ ଭରିଥିବା ଜଣାପଡିଛି ।

ଗୋଲ୍ଡେନ ଭିସା କଣ?

  • -ବ୍ରିଟେନରେ କୌଣସି ବ୍ୟକ୍ତି ପ୍ରବେଶ କରିବାର ମାଧ୍ୟମ ଗୋଲ୍ଡେନ ଭିସା ।
  • -ଏହି ଭିସା ସେହି ବିଦେଶୀ ବ୍ୟକ୍ତିକୁ ମିଳିଥାଏ , ଯିଏ ବ୍ରିଟେନର ପାଖାପାଖି 2 ମିଲିୟନ ପାଉଣ୍ଡ ନିବେଶ କରେ । ଏହା ପରେ ଉକ୍ତ ବ୍ୟକ୍ତି 5 ବର୍ଷ ପରେ ବ୍ରିଟେନର ସ୍ଥାୟୀ ବାସିନ୍ଦା ଭାବେ ଆବେଗଦନ କରିପାରିବ ।
  • -ଯଦି ସେ 5 ମିଲିୟନ ପାଉଣ୍ଡ ନିବେଶ କରେ , ତେବେ ସେ 3 ବର୍ଷ ପରେ ସ୍ଥାୟୀ ବାସିନ୍ଦା ପାଇଁ ଆବେଦନ କରିପାରିବ ।
  • - ଆଉ ଯଦି ସେ 10 ମିଲିୟନ ପାଉଣ୍ଡ ନିବେଶ କରନ୍ତି , ତେବେ ମାତ୍ର 2 ବର୍ଷ ପରେ ସେ ବ୍ରିଟେନର ନାଗରିକତା ପାଇଁ ଆବେଦନ କରିପାରିବ ।

Intro:Body:

SpandanaNew Delhi: Congress' social media head Divya Spandana has mocked the Prime Minister through his followers by tweeting a meme. Divya tweeted that Modi supporters are stupid.

In her tweet, she wrote that 1 of the 3 Modi supporters are as stupid as the other two. She also gave the caption 'My favourite! Aren't they adorable?'

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.