ହାଇଦ୍ରବାଦ: ମାରାତ୍ମକ କୋରୋନା ମହାମାରୀ ଯୋଗୁଁ ଭାରତ ଆଜି ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାର ପ୍ରଭାବରେ ଜୀବନ ସହ ଜୀବିକା ରେଡ ଆଲର୍ଟରେ ଅଟକିଛି । ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ଏହାର ବିସ୍ତାରକୁ ରୋକିବା ପାଇଁ ଲକଡାଉନର ସାହାରା ନିଆଯାଇଛି ।
54 ଦିନର ଲକଡାଉନ ଯୋଗୁଁ ଯଦିଓ କୋରୋନା ସଂକ୍ରମଣରୁ ସାମାନ୍ୟ ଆଶ୍ବସ୍ତି ଦେଇଛି । ହେଲେ ଦେଶର ଅର୍ଥବ୍ୟବସ୍ଥାକୁ ଅଚଳ କରିଦେଇଛି ।
ଲକଡାଉନ ଯୋଗୁଁ ଦେଶର ଉତ୍ପାଦନ, ରୋଜଗାର ଓ ଆୟ କ୍ଷେତ୍ରରେ ବଡ ଝଟକା ମିଳିଛି । ମିଳିତ ଜାତିସଂଘ ଆକଳନ କରିଛି ଯେ 2020 ରେ ଭାରତୀୟ ଅର୍ଥନୀତି 1.2 ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ 2019 ଏବଂ 2018 ମଧ୍ୟରେ ଏହା ଯଥାକ୍ରମେ 4.3 ପ୍ରତିଶତ ଏବଂ 6.8 ପ୍ରତିଶତ ବୃଦ୍ଧି ପାଇବ।
ଅନ୍ୟପଟେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMI)ର ତଥ୍ୟରୁ ଜଣାପଡିଛି ଯେ 2020 ଏପ୍ରିଲରେ 114 ନିୟୁତ ଲୋକ ଚାକିରୀ ହରାଇଛନ୍ତି। ଏହାଠାରୁ ଆହୁରୀ ଚିନ୍ତାଜନକ ବିଷୟ କି ଏଥିମଧ୍ୟରୁ 27 ନିୟୁତ ଯୁବକ ଅଟନ୍ତି ।
ପ୍ୟାକେଜ ଓ କିଛି ଚିନ୍ତା
କୋମାରେ ଥିବା ଅର୍ଥବ୍ୟବସ୍ଥାକୁ ପୁଣି ସୁସ୍ଥ କରିବା ପାଇଁ ସରକାର 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ବିଶେଷକ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ କରିବା ଓ ସେହି ଋଣ ପାଇଁ ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରିବା ଉପାୟର ଏକ ମିଶ୍ରଣ। ଯାହା ବ୍ୟାଙ୍କଗୁଡିକ ଏମଏସଏମଇ ଠାରୁ ଆରମ୍ଭ କରି ବେପାରୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ହିତାଧିକାରୀଙ୍କୁ ଦିଅନ୍ତି।
ଦ୍ବିତୀୟପକ୍ଷରେ କୃଷି, ଶିଳ୍ପ ଏବଂ ବାଣିଜ୍ୟକୁ ସୁଗମ ଓ ସୁଦୃଢ ପାଇଁ ବିଭିନ୍ନ ସଂସ୍କାର ଅଣାଯାଇଛି । ସେହିପରି ସାର୍ବଜନୀନ କ୍ଷେତ୍ରରେ ଘରୋଇ ସେକ୍ଟରର ପ୍ରବେଶ ପାଇଁ ମଧ୍ୟ ବହୁ ଉପାୟ ଅଣାଯାଇଛି । ଏଭଳି ଭାବେ ଅର୍ଥମନ୍ତ୍ରୀ ନିଜ ସାମ୍ବାଦିକ ସମ୍ମିଳନୀର ସିରିଜରେ ଯେଉଁ ସବୁ ନୀତିଗତ ପଦକ୍ଷେପର ଘୋଷଣା କରିଛନ୍ତି ତାହାକୁ ସ୍ବାଗତ କରିବା ଦରକାର । କାରଣ ସେଥିରେ ମଧ୍ୟମ ଓ ଦୀର୍ଧ ସମୟ ଧରି ଭାରତକୁ ଆତ୍ମନିର୍ଭରଶୀଳ କରିବା କ୍ଷମତା ରହିଛି ।
ତେବେ ଏତେ ଏହି ମହାପ୍ୟାକେଜ ପରେ ବି ସମସ୍ୟା ଏବେ ବି ଟଳିନି । ଆର୍ଥିକ ବୃଦ୍ଧିରେ ହ୍ରାସ ଓ ବେକାରୀ ସଂଖ୍ୟା ବୃଦ୍ଧି ଏବଂ ଦ୍ରବ୍ୟ ଓ ସେବା ଚାହିଦା ହ୍ରାସ ଅଭିବୃଦ୍ଧିର ବାଟ ଓଗାଳି ରଖିଛି । ଏଥିସହ ଉପଯୋଗୀତା ବଢିବା ଦରକାର । ଏପରିକି ଯୋଗାଣ ଶୃଙ୍ଖଳା ନେଟୱର୍କ ଓ ଏଥିସହ ଜଡିତ ଅନ୍ୟ ବିଷୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ରହିଛି ।
ଲଡାଉନ ଯୋଗୁଁ ନିଯୁକ୍ତି କମିଛି । ଫଳରେ ଆୟ ହ୍ରାସ ପାଇଛି । ଏଣୁ ରାଜକୋଷୀୟ ପ୍ରୋତ୍ସାହନ ବିନା ଉପଭୋକ୍ତାଙ୍କ ଖର୍ଚ୍ଚ ଆଶା କରିବା ରାଜ୍ୟ ପାଇଁ ଉପଯୋଗୀ ପ୍ରସ୍ତାବ ହୋଇପାରିବ ନାହିଁ । ଅନ୍ୟପଟେ, ଖୁଚୁରା ଠାରୁ ଆରମ୍ଭ କରି କର୍ପୋରେଟ ପର୍ଯ୍ୟନ୍ତ ବ୍ୟବସାୟଗୁଡିକ ସେମାନଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ସତ୍ତ୍ବେ ଖର୍ଚ୍ଚ ନିର୍ଦ୍ଧାରଣ କରିଛନ୍ତି। ଯାହାକି ବ୍ୟବସାୟକୁ ପୁନର୍ଜୀବିତ କରିବା ପାଇଁ ସେମାନଙ୍କ ଉପରେ ଅଧିକ ଚାପ ପକାଇଥାଏ । ତେବେ ଏହି ପ୍ୟାକେଜରେ ନିର୍ଦ୍ଦିଷ୍ଟ ଖର୍ଚ୍ଚରେ ସବସିଡି କ୍ଷେତ୍ରରେ ସେମାନଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ମୁଖ୍ୟତଃ ଋଣ ଦେବା ପାଇଁ ଫୋକସ ରଖିଛି ।
ବର୍ତ୍ତମାନ ସମୟରେ ଦ୍ରବ୍ୟ ଓ ସେବା ଉପଯୋଗୀତା ହ୍ରାସ ଦେଖାଦେଇଛି । ଏଭଳି ସମୟରେ ପ୍ୟାକେଜରେ ଘୋଷଣା ହୋଇଥିବା ଋଣ ଦ୍ବାରା ଅର୍ଥବ୍ୟବସ୍ଥାରେ ଚାହିଦା କେତେ ଜଲଦି ସୁଧୁରୁଛି ତାକୁ ଦେଖିବା ଦରକାର ରହିଛି ।
ଆଗାମୀ ରାସ୍ତା
ଉପଯୋଗୀତାର ଚାହିଦାକୁ ପୁନଜୀବିତ କରିବା ପାଇଁ ଏକ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଜନସାଧାରଣଙ୍କ ଖର୍ଚ୍ଚରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି । ଯାହା ଗୋଟିଏ ପଟେ ବେକାରୀଙ୍କ ପାଇଁ କାମ ଯୋଗାଇବ ଏବଂ ଚାଷୀଙ୍କୁ ଇନପୁଟ୍ ସବସିଡି ପ୍ରଦାନ କରିବ । ଆର୍ଥିକ ପ୍ରୋତ୍ସାହନ ଏବଂ ଅନ୍ୟପଟେ କ୍ଷୁଦ୍ର ଖୁଚୁରା ବ୍ୟବସାୟ ଏବଂ ଏମଏସଏମଇଗୁଡିକର ନିର୍ଦ୍ଦିଷ୍ଟ ମୂଲ୍ୟ ଆବଶ୍ୟକତାର ଏକ ଅଂଶ ପୂରଣ କରିଥାଏ ।
ସେହିପରି ଗରିବ ଏବଂ ଦୁର୍ବଳବର୍ଗଙ୍କୁ ନଗଦ ଯୋଗାଣ ବୃଦ୍ଧି ଆବଶ୍ୟକତା ରହିଛି । କାରଣ ସେମାନେ ନିଜ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଆୟର ସର୍ବାଧିକ ଅଂଶ ଖର୍ଚ୍ଚ କରନ୍ତି । ଏଣୁ ସେମାନଙ୍କୁ ଟଙ୍କା ଯୋଗାଇବେ ଚାହିଦାରେ ସୁଧାର ଆସିବ ।
ଏଭଳି ଭାବେ କୃଷି ଓ ଏମଏସଏମଇ ମିଶ୍ରିତ ରୂପେ ପାଖାପାଖୀ 80 ପ୍ରତିଶତ ଶ୍ରମ ବଳର ଯୋଗାଦାନ ରଖନ୍ତି । ଏଥିସହ ରାଜକୋଷୀୟ ପ୍ରୋତ୍ସାହନ ଉପାୟ ସହ ଏହି କ୍ଷେତ୍ରରେ ପୁନଉଦ୍ଧାର ଦ୍ବାରା ରୋଜଗାର ସୁଯୋଗ ସୃଷ୍ଟି ହେବ । ଫଳରେ ଆୟ ବଢିବ ଓ ଉପଯୋଗୀତା ବୃଦ୍ଧି ପାଇବ ।
(ଲେଖକ - ଡକ୍ଟର ମହେନ୍ଦ୍ର ବାବୁ କୁରୁଭା, ସହକାରୀ ପ୍ରଫେସର, ବ୍ୟବସାୟ ପରିଚାଳନା ବିଭାଗ, HNB କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଉତ୍ତରପ୍ରଦେଶ, ଉପରୋକ୍ତ ଧାରଣା ଲେଖକଙ୍କ ବ୍ୟକ୍ତିଗତ ଅଟେ )