ETV Bharat / business

ଅର୍ଥନୀତିକୁ ଅନିଶ୍ଚିତତାକୁ ଠେଲି ଦେଇଛି ଅଦିନିଆ ପାଣିପାଗ - growth

ଭାରତ ଭଳି କୃଷି ପ୍ରଧାନ ଦେଶରେ ପାଣିପାଗର ପରିବର୍ତ୍ତନ ଅର୍ଥନୀତିକୁ ହାନି ପହଞ୍ଚାଉଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 4, 2019, 2:15 PM IST

ନୂଆଦିଲ୍ଲୀ: ଟାଇଁ ଟାଇଁ ଖରା, ତା ସାଙ୍ଗକୁ ଅଦିନିଆ ବର୍ଷା । କେବେ ବାତ୍ୟା ତ ପୁଣି କେବେ କାଳବୈଶାଖୀ ଓ ମରୁଡିର କୋପ । ଜଳବାୟୁର ଏପରି ମନମୁତାଣିଆ ଯୋଗୁଁ ରୋଗାଗ୍ରସ୍ଥ ହେବାକୁ ବସିଲାଣି ରାଜକୋଷ । ସେ କୃଷି ହେଉ କି ଶିଳ୍ପ । ଅର୍ଥନୀତିର ପ୍ରତିଟି ଉତ୍ସକୁ ଭାରୀ ମାତ୍ରାରେ ପ୍ରଭାବିତ କରିଛି ଏଇ ଦୁର୍ବଳ ଜଳବାୟୁ ।

ଆଇଡିଏଫସି ଏଏମସିର ଅର୍ଥଶାସ୍ତ୍ରୀ(ଫଣ୍ଡ ମ୍ୟାନେଜମେଣ୍ଟ)ସୃଜିତ ବାଲା ସୁବ୍ରମଣ୍ୟମଙ୍କ ରିପୋର୍ଟ ମୁତାବକ, ଚଳିତ ବର୍ଷ ଅଧିକ ମାତ୍ରାରେ ଜଳବାୟୁରେ ପରିବର୍ତ୍ତନ ସମ୍ଭାବନା ରହିଛି । ଯେଉଁଥିପାଇଁ ବ୍ୟକ୍ତିଗତ ଉପଭୋଗ ପ୍ରଭାବିତ ହେବ । ତେବେ ଖାଦ୍ୟ ମୁଦ୍ରାସ୍ପୀତି( ଦରବୃଦ୍ଧି)ର ସମ୍ଭାବନା କମ ରହିଛି । କାରଣ ଭାରତରେ ବ୍ୟାପକ ପରିମାଣରେ ବଫର ଷ୍ଟକ( ସୁରକ୍ଷିତ ଭଣ୍ଡାର ) ରହିଛି ।

ହେଲେ ବର୍ଷା ଋତୁରେ ଯେକୌଣସି ପ୍ରକାର ପ୍ରଭାବ ବିଶେଷତଃ କୃଷି ଓ ଘରୋଇ ଉତ୍ପାଦନ ଉପରେ ପକାଇବ । ଯାହା ଫଳରେ ପରୋକ୍ଷ ହେଉ ଅବା ପ୍ରତ୍ୟକ୍ଷ ଭାବେ ତାହା ଖାଦ୍ୟ ମୁଦ୍ରାସ୍ପୀତି ଠାରୁ ବି ଅଧିକ ଚାପ ପକାଇବ । କିନ୍ତୁ ସରକାର ପ୍ରତିଟି କ୍ଷେତ୍ରରେ ଶୀତଳ ଭଣ୍ଡାରର ସୁବନ୍ଦୋବସ୍ତ ଓ ଖାଦ୍ୟ ମହଜୁତର ବିଭିନ୍ନ ପନ୍ଥା ଆପଣାଇଥିବାରୁ ଏହା ଏତେଟା ଇମ୍ପାକ୍ଟ ପକାଉ ନାହିଁ ।

ତେବେ ଦୁର୍ବଳ ଜଳବାୟୁ ବେପାର ମାନ୍ଦା କରିଦେଇଥାଏ । ରାସ୍ତା କ଼ଡର ବୁଲାବିକାଳି ଠାରୁ ଆରମ୍ଭ କରି ବଡ ବଡ କମ୍ପାନୀକୁ ଘାଟାକୁ ଠେଲିଦିଏ । ଯେଉଁଥିପାଇଁ ଆଂଶିକ ଭାବେ ନିଯୁକ୍ତି ମଧ୍ୟ ହ୍ରାସ ପାଇଥାଏ ।

ପ୍ରକାଶ ଥାଉ ଯେ, ଭାରତ ଭଳି ଦେଶରେ ୭୦ ପ୍ରତିଶତରୁ ଊର୍ଦ୍ଧ୍ଵ ଲୋକ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି । ଆଉ ଏ ସବୁ ପାଣିପାଗ ଉପରେ ନିର୍ଭରଶୀଳ । ଯଦି ଏଥିରେ ପରିବର୍ତ୍ତନ ହୁଏ, ତେବେ ଏହାର ପ୍ରଭାବ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ସୁନିଶ୍ଚିତ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.