ନୂଆଦିଲ୍ଲୀ: ତଳକୁ ଖସିଥିବା ଅର୍ଥନୀତିକୁ ସୁଦୃଢ କରିବାକୁ ସରକାର ଆପଣାଇଥିବା ଋଣ ସହାୟତା ଯୋଜନାରେ ଦେଶ ଅନେକ ସମୟ ନଷ୍ଟ କରିଛି । ଯାହାକି ଆଶାନୁରୂପ ସଫଳତା ଦେଇନାହିଁ । ତେବେ ଏପରି ସ୍ଥିତିରେ ଭାରତର ଗରିବ ଲୋକଙ୍କ ପାଖକୁ ସିଧାସଳଖ ନଗଦ ପହଞ୍ଚାଇଲେ କିଛି ହୋଇପାରିବ ବୋଲି କହିଛନ୍ତି ଜଣେ ବରିଷ୍ଠ ଅର୍ଥନୀତିଜ୍ଞ ।
ଦେଶର ସର୍ବନିମ୍ନ 40% ଜନସଂଖ୍ୟାକୁ ସରକାର ସର୍ବନିମ୍ନ ନଗଦ ହସ୍ତାନ୍ତର କରିବା ଉଚିତ ଏବଂ ବଜେଟରେ କୃଷିକ୍ଷେତ୍ର ପାଇଁ ଅଧିକ ବ୍ୟୟବରାଦ କରିବା ସହ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କିମ୍ବା କୃଷକମାନଙ୍କ ପାଇଁ ସାର ସବସିଡି ସରକାର ଦେବାକୁ ପ୍ରାବଧାନ କରିବା ଦରକାର ବୋଲି ନୂଆଦିଲ୍ଲୀ ଭିତ୍ତିକ ମାନବ ବିକାଶ ଅର୍ଥନୀତିଜ୍ଞ ସନ୍ତୋଶ ମେହୋତ୍ରା କହିଛନ୍ତି।
ଆମେ ପୂର୍ବରୁ ଅନେକ ସମୟ ନଷ୍ଟ କରିଛୁ ତେଣୁ ବଜେଟରେ ଲୋକଙ୍କ ନିବେଶ ଉପରେ ଅଧିକ ଜୋର ଦେବା ଆବଶ୍ୟକ ବୋଲି ଇଟିଭି ଭାରତକୁ ସାକ୍ଷାତକାର ଦେଇ ସେ କହିଛନ୍ତି ।
ମେହୋତ୍ରା କହିଛନ୍ତି ଯେ ଜନସାଧାରଣଙ୍କ ଖର୍ଚ୍ଚ ବଢାଇବା ପାଇଁ ଏବଂ ଜନସାଧାରଣଙ୍କ ହାତକୁ ସିଧାସଳଖ ଅଧିକ ଟଙ୍କା ଦେବା ପାଇଁ ସରକାର ଅଧିକ ଋଣ କରିବା ଆବଶ୍ୟକ । ସରକାର ନିଶ୍ଚିନ୍ତ ଭାବେ ଗରିବଙ୍କୁ ନଗଦ ଦେବାକୁ ଗମ୍ଭୀରତା ସହିତ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି ।
ମେହୋତ୍ରା କହିଛନ୍ତି ଯେ, ସରକାର ନଗଦ ଦେବା ପାଇଁ ଅତିରିକ୍ତ ଅର୍ଥ ଆବଶ୍ୟକ କରନ୍ତି ନାହିଁ । କାରଣ ଏହା ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ପାଇଁ ବଜେଟ୍ ଆବଣ୍ଟନକୁ ବ୍ୟବହାର କରି ଏହି ମାନଦଣ୍ଡକୁ ବିସ୍ତାର କରି ଅଧିକ ସଂଖ୍ୟକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ। ଦୁନିଆର ସମସ୍ତ ପ୍ରମୁଖ ଅର୍ଥନୀତିଜ୍ଞମାନେ ନଗଦ ସ୍ଥାନାନ୍ତର କିମ୍ବା ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ପାଇଁ ସୁପାରିଶ କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ମୁଁ କେବଳ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର 40% ଗରିବ ଲୋକଙ୍କୁ ମାସକୁ 500 ଟଙ୍କା ଦେବା ବିଷୟରେ କହୁଥିବା ସେ କହିଛନ୍ତି । ସେ କହିଛନ୍ତି, ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ପିଏମ ଗରିବ କଲ୍ୟାଣ ଯୋଜନାରେ ଟଙ୍କା ଦିଆଯାଉଥିବା ପର୍ଯ୍ୟାପ୍ତ ନୁହେଁ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣଙ୍କ ଅଧୀନରେ କେନ୍ଦ୍ର 20 କୋଟି (20 ନିୟୁତ) ମହିଳା ପିଏମ ଜନ ଧାନ ଆକାଉଣ୍ଟଧାରୀଙ୍କୁ ନଗଦ ସବସିଡି ହସ୍ତାନ୍ତର କରିଛି ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀ ଯେପରିକି ବରିଷ୍ଠ ନାଗରିକ, ବିଧବା ଏବଂ ଅନ୍ୟାନ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏହାର ଏକ ଅଂଶ ଭାବରେ ହସ୍ତାନ୍ତର କରିଛି। ଲକଡାଉନ୍ ଅବଧି ମଧ୍ୟରେ ସେମାନଙ୍କ ହାତରେ ଖାଦ୍ୟ, ଇନ୍ଧନ ଏବଂ କିଛି ନଗଦ ଦେବାକୁ ହୋଇଥିବା ଏହି ଯୋଜନା ଗତ ବର୍ଷ ନଭେମ୍ବରରେ ଶେଷ ହୋଇଛି ।
ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି
ଗ୍ରାମୀଣ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ (MGNREGA) ରେ କୋଟି କୋଟି ପ୍ରବାସୀ ଶ୍ରମିକଙ୍କୁ ଜୀବିକା ନିର୍ବାହ ପାଇଁ ଆବଣ୍ଟନରେ ଯଥେଷ୍ଟ ବୃଦ୍ଧି ନକରିବାରୁ ଅର୍ଥନୀତିଜ୍ଞ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟ ଅର୍ଥନୀତିଜ୍ଞଙ୍କ ପରି ମଧ୍ୟ ସହରାଞ୍ଚଳରେ ନରେଗା କାର୍ଯ୍ୟକ୍ରମକୁ ବଢାଇବାକୁ ମେହୋତ୍ରା କହିଛନ୍ତି । ଯାହାକି ଶ୍ରମିକଙ୍କୁ ସହରାଞ୍ଚଳମୁଖୀ କରିବ ଯାହା ସେମାନେ ଚାହାଁନ୍ତି ବୋଲି ମେହୋତ୍ରା କହିଛନ୍ତି ।
ସେ ଏଥିସହ ମେଟ୍ରୋ ବଦଳରେ ସହରାଞ୍ଚଳରେ ସୁଲଭ ଗୃହ ନିର୍ମାଣକୁ ସରକାର ପ୍ରୋତ୍ସାହିତ କରିବା ଉଚିତ ବୋଲି କହିଛନ୍ତି । ତେବେ ପ୍ରବାସୀଙ୍କ ରୋଜଗାର ପାଇଁ ମନରେଗାରେ ଆଉ 40,000 କୋଟି ବଢାଇ ସରକାର ଏଥିପାଇଁ ଏକ ଲକ୍ଷ କୋଟି ବ୍ୟୟବରାଦ କରିଥିଲେ ।
ତେବେ, ସଂଶୋଧିତ ଆକଳନ ଅନୁଯାୟୀ ଚଳିତ ବର୍ଷ MGNREGA ଖର୍ଚ୍ଚର ପ୍ରକୃତ ବୃଦ୍ଧି କେବଳ 30,000 କୋଟି ଟଙ୍କା ହେବ । କାରଣ ସରକାର ଗତ ବର୍ଷ NREGA ରେ 71,000 କୋଟି ଟଙ୍କା ବଜେଟ୍ ଆକଳନ ତୁଳନାରେ 60,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ତତକ୍ଷଣାତ ଲକଡାଉନ ଅର୍ଥନୀତିକୁ ଦୁର୍ବଳ କରିଛି
ମହାମାରୀ ସମୟରେ ତତକ୍ଷଣାତ ଲକଡାଉନ ଅର୍ଥନୀତିକୁ ଦୁର୍ବଳ କରିବା ସହ ଲୋକଙ୍କ ଜୀବନଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି ।
ଦକ୍ଷଣି ଆଫ୍ରିକା ପରି ଦେଶ ଯେଉଁଠି କି ଲକଡାଉନର ଚାରି ଦିନ ଆଗରୁ ନୋଟିସ ଦିଆଯାଇଥିଲା ହେଲେ ଭାରତରେ ମାତ୍ର ଚାରି ଘଣ୍ଟାରେ ଏହାକୁ ଲାଗୁ କରାଗଲା ବୋଲି ସେ କହିଛନ୍ତି । ଏତେ ଶିଘ୍ର ଏହା ହୋଇଥିଲା ଯେ, ଲୋକଙ୍କ ପାଇଁ ଚିନ୍ତା କରିବାକୁ ସମୟ ନଥିବା ସେ କହିଛନ୍ତି । ଏପରି ଲକଡାଉନ ଫଳରେ ଦେଶର ଅର୍ଥନୀତି ଭୁଶୁଡିପଡିଥିବା ସେ କହିଛନ୍ତି ।
ମୁଣ୍ଡପିଛା ଜିଡିପି ହ୍ରାସ
ଜିଡିପି ଅଭିବୃଦ୍ଧିର ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଭାରତର ମୁଣ୍ଡପିଛା ଜିଡିପି ଚାରି ବର୍ଷ ମଧ୍ୟରେ 1 ଲକ୍ଷରୁ କମ୍ ହେବ। ଏହାର ପରିଣାମ ଏବଂ ଚାକିରିର ଯିବା ଏବଂ ମଜୁରୀ ହ୍ରାସ ଯାହା ପୂର୍ବରୁ ଘଟୁଛି, ତାହା ଦାରିଦ୍ର୍ୟରେ ବହୁତ ତୀବ୍ର ବୃଦ୍ଧି ଘଟାଇବ ବୋଲି ପ୍ରଫେସର ମେହୋତ୍ରା ଇଟିଭି ଭାରତକୁ କହିଛନ୍ତି ।
ସ୍ବାସ୍ଥ୍ୟ ପାଇଁ ଅଧିକ ଖର୍ଚ୍ଚ ହେଉ
ଜନସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ଅଧିକ ଆବଣ୍ଟନ ଦରକାର କାରଣ ଏହା କେବଳ ମହାମାରୀ ଟୀକାକରଣରେ ମୁକାବିଲା କରିବାରେ ସାହାଯ୍ୟ କରିବ ନାହିଁ ବରଂ ଏହା ରୋଜଗାର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ ବୋଲି ସେ ଆଶା କରିଛନ୍ତି । ଏହା କର୍ମ ଯୋଗାଇବା କ୍ଷେତ୍ର ବୋଲି ସେ କହିଛନ୍ତି । ଆମେ କେବଳ ଜିଡିପିର 1.15 ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରୁଛେ, ଯାହାକି ବିଶ୍ବର ସବୁଠୁ କମ ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ଯାଉଛି ବୋଲି ସେ କହିଛନ୍ତି । ଆମେ ଏହାକୁ 2.5 ପ୍ରତିଶତ କରିବା ଉଚିତ ବୋଲି ମେହୋତ୍ରା କହିଛନ୍ତି ।
ଭିତ୍ତିଭୂମି ବିକାଶ ଗୁରୁତ୍ବପୂର୍ଣ୍ଣ
ସରକାର ଏବେ ଭିତ୍ତିଭୂମି ବିକାଶ ଛାଡି ଡିଜିଟାଲ ବିକାଶ ଦିଗରେ ଅଧିକ ଫୋକସ ଦେବା ଘଟଣାକୁ ବି ମେହୋତ୍ରା ଗ୍ରହଣ କରି ନପାରିବା ସହ ଏବେ ବି ଆମକୁ ଭିତ୍ତିଭୂମି ବିକାଶ ଉପରେ ଅଧିକ କାମ କରିବାକୁ ପଡିବ ବୋଲି କହିଛନ୍ତି । ଯାହାକି ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ ବୋଲି ସେ ଆଶା କରିଛନ୍ତି ।
କୃଷି ଆଇନରେ ସଂସ୍କାର କରନ୍ତୁ
ସରକାର ରାଜ୍ୟଗୁଡିକ ସହିତ ଆଲୋଚନା ନକରି ଯେଭଳି ଭାବେ କୃଷି ଆଇନ ଲାଗୁ କରିବାକୁ ପ୍ରୟାସ କରିଛନ୍ତି ତାହାକୁ ମେହୋତ୍ରା ତାଛଲ୍ୟ କରିଛନ୍ତି । ଏହାସହ ସେ କୃଷି କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳ ପାଇଁ ବଜେଟରେ ଅଧିକ ବ୍ୟୟବରାଦ କରିବାକୁ କହିଛନ୍ତି । ଯାହାକି ଦେଶରେ କୃଷି କ୍ଷେତ୍ରରେ ହେଉଥିବା ଜଳର ପ୍ରୟୋଗକୁ କମ କରିପାରିବ ବୋଲି ସେ କହିଛନ୍ତି । ଚାଷ କ୍ଷେତ୍ରରେ ଅଧିକ ଜଳ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଆମେ ରହିଛୁ । ତେଣୁ ସରକାର ଜଳ ସଂରକ୍ଷଣ ଉପରେ ଫୋକସ ଦେଇ କୃଷି କ୍ଷେତ୍ରର ଉନ୍ନତି ଉପରେ କିଛି କରିବାକୁ ସେ କହିଛନ୍ତି ।