ETV Bharat / business

ସିଦ୍ଧାର୍ଥଙ୍କ ମୃତ୍ୟୁରେ ମାଲ୍ୟାଙ୍କ ଟ୍ବିଟ, ସରକାର ଓ ବ୍ୟାଙ୍କକୁ ଦେଲେ ସବୁ ଦୋଷ

author img

By

Published : Jul 31, 2019, 7:20 PM IST

ସିସିଡି ମାଲିକ ଭି.ଜି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ମଦସମ୍ରାଟ ତଥା ପଳାତକ ବିଜୟ ମାଲ୍ୟା । ଏଥିପାଇଁ ସେ ସରକାରୀ ଏଜେନ୍ସି ଓ ବ୍ୟାଙ୍କକୁ ଦୋଷ ଦେବା ସହ ସିଦ୍ଧାର୍ଥଙ୍କ ମାମଲାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସିସିଡି ମାଲିକ ଭି.ଜି ସିଦ୍ଧାର୍ଥଙ୍କ ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଲେ ପଳାତକ ବିଜୟ ମାଲ୍ୟା । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ସେ ସରକାରୀ ଏଜେନ୍ସି ଓ ବ୍ୟାଙ୍କକୁ ଦୋଷ ଦେଇଛନ୍ତି ।

vijay mallya twitte
ମାଲ୍ୟାଙ୍କ ଟ୍ବିଟ

ସେ ଟ୍ବିଟ କରି କହିଛନ୍ତି ଯେ, ‘ମୁଁ ପରୋକ୍ଷ ଭାବେ ଭି ଜି ସିଦ୍ଧାର୍ଥଙ୍କ ସହ ଜଡିତ । ସେ ଜଣେ ମହାନ ମଣିଷ ସହ କୁଶଳୀ ଉଦ୍ୟୋଗୀ । ତାଙ୍କ ଦ୍ବାରା ଲେଖାଯାଇଥିବା ଚିଠି ଦେଖି ମୁଁ ଭାଙ୍ଗିପଡିଛି । ସରକାରୀ ଏଜେନ୍ସି ଓ ବ୍ୟାଙ୍କ ମିଶି କାହାକୁ ମଧ୍ୟ ଏପରି ଦୁର୍ବଳ କରିଦେବେ । ଦେଖ, ସେ ଏବେ ମୋ ମାମଲାରେ କିପରି କରୁଛନ୍ତି । ଯେତେବଳେକି ମୁଁ ପୂରା ଟଙ୍କା ସୁଝିବା ପାଇଁ ପ୍ରସ୍ତୁତ ରହିଛି ।

ଦେଶର ସର୍ବବୃହତ୍ତ କଫି ଚେନ ସିସିଡି ମାଲିକ ଭି.ଜି ସିଦ୍ଧାର୍ଥ ଏପରି ପ୍ରାଣ ହରାଇବା ସମସ୍ତଙ୍କୁ ଆଚମ୍ବିତ କରିରଖିଛି । ମୃତ୍ୟୁ ପୂର୍ବରୁ ସେ ଛାଡିଯାଇଥିବା ଚିଠିରେ ଏପରି ବହୁତ କିଛି ଲେଖିଥିଲେ ଯାହା କେତେକ ଦିଗକୁ ଅଙ୍ଗୁଳି ଦେଖାଇଛି । ତେବେ ତାଙ୍କ କମ୍ପାନୀ ପାଖାପାଖୀ 8 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଋଣ ଭାରରେ ବୁଡିଯାଇଥିବା ଜଣାପଡିଛି । ଏଥିରେ ବ୍ୟତିବ୍ୟସ୍ତ ହୋଇ ସେ ସୋମବାର ସନ୍ଧ୍ୟାରେ ବେଙ୍ଗାଲୁରୁରୁ ମାଙ୍ଗାଲୁରୁ ଯିବା ରାସ୍ତାରେ ଦକ୍ଷିଣ କନ୍ନଡ଼ ଜିଲ୍ଲାର କୋଟେପୁରା ନିକଟସ୍ଥ ନେତ୍ରାବତୀ ନଦୀ ପାଖରୁ ନିଖୋଜ ହୋଇଯାଇଥିଲେ । ଏହା ପରେ ମଙ୍ଗଳବାର ଏହି ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରକାଶ ଥାଉ ଯେ, ସିଦ୍ଧାର୍ଥ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସ ଏମ କ୍ରିଷ୍ଣାଙ୍କର ଜ୍ବାଇଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.