ETV Bharat / business

ବ୍ରିଟେନରେ ରହିବାକୁ ଶେଷ ଗୋଟି ଚଳାଇଲେ ମାଲ୍ୟା

author img

By

Published : Jan 23, 2021, 7:24 PM IST

ଭାରତ ପ୍ରତ୍ୟାପଣ ନ କରିବାକୁ ନୂଆ ନୂଆ ରାସ୍ତା ଆପଣାଉଛନ୍ତି ବିଜୟ ମାଲ୍ୟା । ଏବେ ୟୁକେରେ ରହିବାକୁ ଚଲାଇଛନ୍ତି ପ୍ରସ୍ତୁତି । ଅଧିକ ପଢନ୍ତୁ..

ବ୍ରିଟେନରେ ରହିବାକୁ ଶେଷ ଗୋଟି ଚଳାଇଲେ ମାଲ୍ୟା
ବ୍ରିଟେନରେ ରହିବାକୁ ଶେଷ ଗୋଟି ଚଳାଇଲେ ମାଲ୍ୟା

ନୂଆଦିଲ୍ଲୀ: ଭାରତ ଆସିବାକୁ ଅମଙ୍ଗ ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟା । ଏଥିପାଇଁ ବ୍ରିଟେନରେ ରହି ଗୋଟିଏ ପରେ ଗୋଟିଏ ଚଳାଉଛନ୍ତି ଗୋଟି। ଏବେ ଭାରତ ପ୍ରତ୍ୟାପଣରୁ ବଞ୍ଚିବା ପାଇଁ ମାଲ୍ୟା ବ୍ରିଟେନରେ ରହିବାକୁ ଆପଣାଇଛନ୍ତି ଆଉ ଏକ ରାସ୍ତା ।

ମାଲ୍ୟାଙ୍କ ଓକିଲ ଶୁକ୍ରବାର ବ୍ରିଟେନର ଏକ ଅଦାଲତରେ ଶୁଣାଣୀ ସମୟରେ ଏନେଇ ସଙ୍କେତ ଦେଇଛନ୍ତି । ଅନୁମାନ ଲଗାଯାଉଛି କି ମାଲ୍ୟା ବ୍ରିଟେନର ଗୃହ ମନ୍ତ୍ରଣାଳୟ ପାଖରେ ଶରମ ମାଗିବାକୁ ଆବେଦନ କରିଛନ୍ତି । ଭାରତ ସରକାରଙ୍କ ପ୍ରତ୍ୟାପଣ ଅନୁରୋଧ ବିରୋଧରେ ମାଲ୍ୟା କରିଥିବା ଯାଚିକାକୁ ବ୍ରିଟେନର ଉଚ୍ଚତମ ନ୍ୟାୟଳୟ ଗତ ବର୍ଷ ଖାରଜ କରିଦେଇଥିଲେ । ତେବେ ମାଲ୍ୟା ସେବେ ଯାଏଁ ବ୍ରିଟେନରେ ରହିପାରିବେ, ଯେ ପର୍ଯ୍ୟନ୍ତ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲ ତାଙ୍କୁ ଭାରତ ଯିବାକୁ ଓ ଭାରତରେ ଠକେଇ ତଥା ମନି ଲଣ୍ଡ୍ରିଂ ମାମଲାର ଶୁଣାଣୀ କରିବା ଡକ୍ୟୁମେଣ୍ଟ ଉପରେ ହସ୍ତାକ୍ଷର କରିବେ ନାହିଁ ।

ମାଲ୍ୟାଙ୍କ ଓକିଲ ଫିଲିପ ମାର୍ଶଲ ଗତକାଲି ହୋଇଥିବା ଭିଡିଓ କନଫରେନ୍ସି ଶୁଣାଣୀରେ କହିଛନ୍ତି କି, ‘ପ୍ରତ୍ୟାପଣ ପ୍ରକ୍ରିୟାକୁ ଅକ୍ଷୁର୍ଣ୍ଣ ରଖାଯାଇଛି, କିନ୍ତୁ ମାଲ୍ୟା ଏବେ ବି ଏଠାରେ ଅଛନ୍ତି । କାରଣ ତାଙ୍କ ପାଖରେ ଗୃହମନ୍ତ୍ରୀଙ୍କ ସମ୍ମୁଖରେ ପ୍ରତ୍ୟାପଣ ବିରୋଧରେ ଅନୁରୋଧ ପାଇଁ ଆଉ ଏକ ରାସ୍ତା ରହିଛି । ସେପଟେ ବ୍ରିଟେନ ଗୃହମନ୍ତ୍ରାଳୟ ଏବେ ସୁଦ୍ଧା ସ୍ପଷ୍ଟ କରିଥଛନ୍ତି କି ପ୍ରତ୍ୟାପଣ ଅନୁରୋଧ ପୂର୍ବରୁ ଏକ ଗୋପନୀୟ ନ୍ୟାୟିକ ପ୍ରକ୍ରିୟା ଚାଲିଛି । ଏଥିରୁ ଜଣାପଡୁଛି କି ମାଲ୍ୟା ଶରଣ ମାଗିବାକୁ ଆବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.