ETV Bharat / business

କୋଭିଡ ମୁକାବିଲା ପାଇଁ ବେଦାନ୍ତ ଦେବ 150 କୋଟି

author img

By

Published : Apr 30, 2021, 4:02 PM IST

ଖଣିଜ, ତୈଳ ଏବଂ ଗ୍ୟାସ ଉତ୍ପାଦନକାରୀ ବେଦାନ୍ତ କୋରୋନା ଲଢେଇ ପାଇଁ ଦେବ 150 କୋଟି ଟଙ୍କା । ଗତ ବର୍ଷ ମହାମାରୀ ଲଢେଇ ପାଇଁ 201 କୋଟି ଟଙ୍କା ସହାୟତା ଦେଇଥିଲା କମ୍ପାନୀ । ଅଧିକ ପଢନ୍ତୁ..

କୋଭିଡ ମୁକାବିଲା, ବେଦାନ୍ତ ଦେବ 150 କୋଟି ଟଙ୍କା

ନୂଆଦିଲ୍ଲୀ: କୋଭିଡ ମୁକାବିଲା ପାଇଁ 150 କୋଟି ଟଙ୍କା ଦେବ ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥା ବେଦାନ୍ତ । ଏନେଇ କମ୍ପାନୀ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଘୋଷଣା କରିଛନ୍ତି । ଖଣିଜ, ତୈଳ ଏବଂ ଗ୍ୟାସ ଉତ୍ପାଦନକାରୀ ବେଦାନ୍ତ ଗତ ବର୍ଷ ମହାମାରୀ ଲଢେଇ ପାଇଁ 201 କୋଟି ଟଙ୍କା ସହାୟତା ଦେଇଥିଲା ।

କୋରୋନା ମହାମାରୀ ଲଢେଇରେ ଶିଳ୍ପ ଜଗତର ସହଯୋଗ ବଢିଚାଲିଛି । ଚିକିତ୍ସା ଉପକରଣ ଠାରୁ ଅକ୍ସିଜେନ ପ୍ଲାଣ୍ଟ, ପୁଞ୍ଜି ଆଦି ଯୋଗାଉଛନ୍ତି ବିଭିନ୍ନ କମ୍ପାନୀ । ଏହି କ୍ରମରେ ବେଦାନ୍ତ କହିଛି କି, ‘ ଅନିଲ ଅଗ୍ରୱାଲ ଦେଶରେ ତୀବ୍ର ଗତିରେ ମାଡି ଆସୁଥିବା କୋରୋନାର ଦ୍ବିତୀୟ ଲହର ବିରୋଧୀ ଲଢେଇର ମୁକାବିଲା ପାଇଁ 150 କୋଟି ଟଙ୍କା ପ୍ରଦାନ କରିବେ’ ।

ଏହି ଚ୍ୟାଲେଞ୍ଜିଂ ସମୟରେ କେନ୍ଦ୍ର ଓ ରାଜ୍ୟକୁ ସମର୍ଥନ ଦେବା ପଇଁ କମ୍ପାନୀ 10 ସହରରେ 1000 କ୍ରିଟିକାଲ କେୟାର ବେଡର ବ୍ୟବସ୍ଥା କରିବ । ଏହି ବେଡକୁ ମାନ୍ୟତାପ୍ରାପ୍ତ ଓ ପ୍ରତିଷ୍ଠିତ ଚିକିତ୍ସାଳୟ ସହ ମିଳିତ ଭାବେ ତିଆରି କରାଯିବ । କୋଭିଡ କେୟାର ପାଇଁ ପ୍ରତ୍ୟେକ ସ୍ଥାନରେ 100 ଲେଖାଏଁ ଶଯ୍ୟା ରହିବ ।

କ୍ରିଟିକାଲ କେୟାରରେ ଅକ୍ସିଜେନ ସପୋର୍ଟ ସହ 90 ଟି ବେଡ ଓ 10 ଟି ଭେଟିଲେଣ୍ଟର ସପୋର୍ଟ ଦିଆଯିବ । ବେଦାନ୍ତଙ୍କ ଏହି ପ୍ରୟାସ ଦ୍ବାରା କୋରୋନା ରୋଗୀଙ୍କ ଚିକିତ୍ସା ସହଜରେ ହୋଇପାରିବ ।

କ୍ରିଟିକାଲ କେୟାର ବେଡର ଅତିରିକ୍ତ କ୍ଷମତା ସୁବିଧା ରାଜସ୍ଥାନ, ଓଡିଶା, ଝାଡଖଣ୍ଡ, ଗୋଆ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀରେ କରାଯିବ । ଏଭଳି ପ୍ରଥମ ସୁବିଧା ଦୁଇ ସପ୍ତାହ ମଧ୍ୟରେ ନିର୍ମାଣ କରାଯିବ ଏବଂ ଅବଶିଷ୍ଟ ଚିକିତ୍ସା ସୁବିଧା ଏକ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.