ETV Bharat / business

ଇରାନ ଉପରେ ଆକ୍ରମଣ ମୁଡରେ ଆମେରିକା, ପ୍ରଭାବିତ ହେବ ଭାରତ - iran

ସାଂଘାତିକ ମୋଡରେ ଇରାନ ଓ ଆମେରିକା ଶୀତଳଯୁଦ୍ଧ । ଫଳରେ ଭାରୀ ମାତ୍ରାରେ ପ୍ରଭାବିତ ହେବ ଭାରତୀୟ ତେଲ ବଜାର । ଦେଶରେ ଆକାଶଛୁଆଁ ହେବ ପେଟ୍ରୋଲ ଓ ଡିଜେଲ ଦର ।

ଫାଇଲ ଫଟୋ
author img

By

Published : May 15, 2019, 9:15 PM IST

ନୂଆଦିଲ୍ଲୀ: ଆମେରିକା ଓ ଇରାନ ବିବାଦକୁ ନୂଆ ମୋଡ ଦେଲା ସାଉଦିଆରବ ତେଲ ଟ୍ୟାଙ୍କର ଆକ୍ରମଣ । ଆଗକୁ ଇରାନ ଉପରକୁ ଆକ୍ରମଣ ଡାକରା ଦେଇପାରନ୍ତି ଟ୍ରମ୍ପ । ଆଉ ଏ ସବୁ ମଧ୍ୟରେ ଘାଟାରେ ପଡିବ ଭାରତ । ଆକଶଛୁଆଁ ହେବ ପେଟ୍ରୋଲ ଓ ଡିଜେଲ ଦର ।

ୟୁଏଇର ଜଳକ୍ଷେତ୍ରରେ 2ଟି ଟ୍ୟାଙ୍କରକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା । ଯେଉଁଥିପାଇଁ ସାଉଦିଆରବକୁ ବ୍ୟାପକ ପରିମାଣରେ କ୍ଷତି ସହିବାକୁ ପଡିଛି । ତେବେ ଏ ନେଇ ଆମେରିକା ଇରାନକୁ ସନ୍ଦେହ କରୁଛି । ହେଲେ ଏଥିରେ ଆମର ଆଦୌ ହାତ ନାହିଁ କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇରାନ ସରକାର । ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଏହି ତୁ ତୁ ମେଁ ମେଁ ମଧ୍ୟରେ ଫସିରହିଛନ୍ତି ଭାରତ ଓ ଚୀନ ଭଳି ଅଧିକ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ।

ଇରାନଠାକୁ ତେଲ କିଣିବା ରାଷ୍ଟ୍ର ମଧ୍ୟରେ ଭାରତ ତୃତୀୟ । ଚୀନ ପରେ ତେଲ ପାଇଁ ଇରାନ ଉପରେ ଅଧିକ ଭାରତ ନିର୍ଭର କରିଥାଏ । ଆବଶ୍ୟକତାର 80 ପ୍ରତିଶତ ତେଲ ଭାରତ ଇରାନଠାରୁ ଆମଦାନୀ କରେ । ହେଲେ ଆମେରିକା ସହ ନିବିଡ ରହିଥିବା ଯୋଗୁଁ ଭାରତ ଓ ଇରାନ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଇରାନରୁ ତେଲ କିଣିବାକୁ ନେଇ ଭାରତ ଉପରେ କଟକଣା ଲଗାଉଛି ଆମେରିକା । ହେଲେ ଭାରତର ଚାହିଦା ସାଉଦିଆରବ ଜରିଆରେ ପୂରଣ କରିବାକୁ ଆମେରିକା ଜଣାଇଛି । ଏପଟେ ଚାହିଦାର ଫାଇଦା ନେଇ ସାଉଦିଆରବ ଓ ୟୁଏଇ ତେଲ ଦର ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏପଟେ ବୁଧବାର ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫଙ୍କ ସହ ଚର୍ଚ୍ଚା କରିଛନ୍ତି ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ । ଇରାନଠାରୁ ଭାରତ ନିଜର ବ୍ୟବସାୟିକ ଆବଶ୍ୟକତା, ଶକ୍ତି ସୁରକ୍ଷା ଓ ଆର୍ଥିକ ଲାଭକୁ ଧ୍ୟାନରେ ରଖି ଲୋକସଭା ନିର୍ବାଚନ ପରେ ତୈଳ କିଣା ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.