ETV Bharat / business

ଭାରତକୁ ଜିଏସପି ଫାଇଦା ଦେବାକୁ ଅପିଲ କଲେ ଆମେରିକା ସାଂସଦ

ଭାରତ ସପକ୍ଷରେ ଆମେରିକାର 25 ଟାଣୁଆ ସାଂସଦ । ଭାରତକୁ ଜିଏସପି ଫାଇଦା ଦେବାକୁ ଅପିଲ କରି ଟ୍ରମ୍ପଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଅପିଲ କରିଛନ୍ତି ।

author img

By

Published : May 5, 2019, 3:19 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତ ସପକ୍ଷରେ ଆମେରିକାର 25 ଟାଣୁଆ ସାଂସଦ । ଜିଏସପି ସମ୍ବନ୍ଧରେ ନିଆଯାଇଥିବା ନିଷ୍ପତ୍ତିରୁ ଓହରି ଭାରତକୁ ସବୁ ପ୍ରକାରର ଫାଇଦା ଯୋଗାଇବାକୁ ଟ୍ରମ୍ପଙ୍କୁ କରିଛନ୍ତି ଅପିଲ ।

ଆମେରିକା ପକ୍ଷରୁ ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ (ଜିଏସପି) ଅଧୀନରେ ଭାରତକୁ ଏକ ପାୱାର ମିଳିଥିଲା । ଏହା ଅନୁଯାୟୀ, ଭାରତ ତାର କେତେକ ସାମଗ୍ରୀକୁ ବିନା ଶୁଳ୍କରେ ରପ୍ତାନୀ କରୁଥିଲା । ହେଲେ ଭାରତର ଅଧିକ ଚାର୍ଜ ଆଦାୟକୁ ବିରୋଧ କରି ଟ୍ରମ୍ପ ଭାରତ ଠାରୁ ଏହି ସୁବିଧାକୁ ପ୍ରତ୍ୟାହାର କରିନେବାକୁ ଧମକ ଦେଇଥିଲେ । ଏ ନେଇ ଭାରତକୁ ପଠାଯାଇଥିବା ନୋଟିସ ଅବଧି ଶୁକ୍ରବାର ସମାପ୍ତ ହୋଇଛି ।

ତେବେ ଆମେରିକା ସାଂସଦଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତିରେ ଭାରତ ଠାରୁ ଆମେରିକା ଯେଉଁ ଅଧିକ ରପ୍ତାନୀ କରିବା ଲକ୍ଷ୍ୟ ରଖିଥିଲା ତାହା ଫସର ଫାଟିଯିବ । ଜିଏସପି ଜରିଆରେ ଆମେରିକା କେବଳ ଦେଶ ନୁହେଁ ବିଶ୍ବର ଆର୍ଥିକ ଅଭିବୃଦ୍ଧିକୁ ପ୍ରାତ୍ସୋହନ ଦେଉଛି । ଆଉ ଏହାକୁ ଲାଗୁ କରିବାରେ ମଧ୍ୟ ଆମେରିକା ପ୍ରଥମ ଦେଶ । ଏହା ଦ୍ବାରା ଆମେରିକା ତାର ରପ୍ତାନୀ ପରିସୀମାକୁ ବୃଦ୍ଧି କରିପାରୁଛି ।

ଜିଏସପି ମାନ୍ୟତାକୁ ପ୍ରତ୍ୟାହାର କରିନେବାକୁ ଆମେରିକା 60 ଦିନ ସମୟ ଦେଇଥିଲା । ଯାହାକି ଶେଷ ହୋଇଛି । ତେବେ ଟ୍ରମ୍ପଙ୍କ ଆଗାମୀ ଘୋଷଣା ଏନେଇ କଣ ରହିବ ସେହି ସୂଚନା ମିଳିନାହିଁ । ତେବେ ଯଦି ଟ୍ରମ୍ପ ଏହାକୁ ପ୍ରତ୍ୟାହୃତ କରିନେବେ ଭାରତ ଅଧିକ ମାତ୍ରାରେ ପ୍ରଭାବିତ ହେବ ବୋଲି କୁହାଯାଉଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.