ୱାଶିଂଟନ: କୋରୋନା ମାଡରେ ଟଳମଳ ବିଶ୍ବର ବଡ ଅର୍ଥବ୍ୟବସ୍ଥା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ଆମେରିକାର ଭାରୀ ମାତ୍ରାରେ ପ୍ରଭାବିତ ହୋଇଛି । ଦେଶବ୍ୟାପୀ ଲକଡାଉନ ଯୋଗୁଁ ବହୁ ଲୋକଙ୍କୁ ରୋଜଗାର ହରାଇବାକୁ ପଡିଛି ।
ଗଣନାରୁ ଜଣାପଡିଛି ଯେ, ଗତ ମାସ ଅର୍ଥାତ ମାର୍ଚ୍ଚରେ ଆମେରିକୀୟ କମ୍ପାନୀମାନେ ବଡ ସଂଖ୍ୟାରେ କର୍ମଚାରୀଙ୍କୁ ବାହାର କରିଦେଇଛନ୍ତି । ଶ୍ରମ ବିଭାଗର ତଥ୍ୟ ଅନୁସାରେ ଆମେରିକାରେ 7,01,000 ନିଯୁକ୍ତି ହ୍ରାସ ହୋଇଛି । ଫଳରେ ଦେଶରେ ବେକାରୀ ହାର ବଢି 4.4 ପ୍ରତିଶତରେ ପହଞ୍ଚିଛି ।
ବିଭାଗ ସ୍ବୀକାର କରିଛି ଯେ, ପ୍ରକାଶ ପାଇଥିବା ବେକାରୀ ସଂଖ୍ୟାର ପୂରା ଦୋଷ କୋଭିଡ-19କୁ ନ ଦିଆଯାଇପାରେ । ତେବେ ମାର୍ଚ୍ଚର ଶେଷ ସପ୍ତାହରେ କେବଳ 1 ଲକ୍ଷ ଲୋକ ଚାକିରୀରୁ ଛଟେଇ ହୋଇଥିବା ଜଣାପଡିଛି । ସମଗ୍ର ବିଶ୍ବକୁ ଦେଖିବାକୁ ଗଲେ ଆମେରିକାରେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଭାଇରସରେ ଆକ୍ରାନ୍ତ ରହିଛନ୍ତି ।