ETV Bharat / business

ଥମୁଛି ଟ୍ରେଡୱାର, ଚୀନ ଉପରୁ ମୁଦ୍ରା ହେରଫେର ଲେବଲ ହଟାଇଲା ଆମେରିକା

author img

By

Published : Jan 14, 2020, 6:49 PM IST

ମୁଦ୍ରା ହେରଫେର ନେଇ ଚୀନ ଉପରେ ଲଗାଇଥିବା ଆରୋପକୁ ପ୍ରତ୍ୟାହାର କରି ତିକ୍ତତାକୁ ସୁଧାରିଛି ଆମେରିକା । ଏହି 2 ଦେଶରେ ମଧ୍ୟରେ ଗଢି ଉଠୁଥିବା ଏହି ସମ୍ପର୍କ ବିଶ୍ବ ଅର୍ଥନୀତିକୁ ସକରାତ୍ମକ ସଙ୍କେତ ଦେଇଛି ।

US drops currency manipulation charge against China
ଥମୁଛି ଟ୍ରେଡୱାର ,ଚୀନ ଉପରୁ ମୁଦ୍ରା ହେରଫେର ଲେବଲ ହଟାଇଲା ଆମେରିକା

ୱାଂଶିଟନ: କମୁଛି ଦୁନିଆର 2 ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ବିବାଦ । ମୁଦ୍ରା ହେରଫେର ନେଇ ଚୀନ ଉପରେ ଲଗାଇଥିବା ଆରୋପକୁ ପ୍ରତ୍ୟାହାର କରି ତିକ୍ତତାକୁ ସୁଧାରିଛି ଆମେରିକା । ତେବେ ଏହି 2 ଦେଶରେ ମଧ୍ୟରେ ଗଢିଉଠୁଥିବା ଏହି ସମ୍ପର୍କ ବିଶ୍ବ ଅର୍ଥନୀତିକୁ ସକରାତ୍ମକ ସଙ୍କେତ ଦେଇଛି ।

ନିକଟରେ ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧର ଅନ୍ତ ପାଇଁ ଚୁଡାନ୍ତ ପ୍ରସ୍ତୁତି ଚାଲିଛି । ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚିଠା ଉପରେ ସହମତି ପ୍ରକାଶ ପାଇଛି। ଏହା ପୂର୍ବରୁ ଆମେରିକାର ଅର୍ଥ ବିଭାଗ ସଂସଦରେ ନିଜର ଅର୍ଦ୍ଧବାର୍ଷିକ ରିପୋର୍ଟରେ କହିଛନ୍ତି ଯେ, ଯୁଆନ(ଚୀନ ମୁଦ୍ରା) ମଜବୁତ ହୋଇଛି । ଏଥିସହ ଏବେ ଚୀନ ଆମ ମୁଦ୍ରାକୁ ହେରଫେର କରୁଥିବା ଦେଶ ରହିନାହିଁ ।

ତେବେ ଆମେରିକା ଅର୍ଥ ବିଭାଗ ମେ ମାସରେ ନିଜ ରିପୋର୍ଟରେ ଏହି ହେରଫେର ଲେବଲ ନ ଲଗାଇବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଟ୍ରମ୍ପ ଅଗଷ୍ଟରେ ଆରୋପ ଲଗାଇଥିଲେ କି, ବ୍ୟବସାୟରେ ଚୀନ ଆଗକୁ ବଢିବା ପାଇଁ ଜାଣିଶୁଣି ନିଜ ମୁଦ୍ରାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ।

ଚୀନର ଅଧିକାରୀମାନେ, ଅଗଷ୍ଟରେ ନିଜ ମୁଦ୍ରା ୟୁଆନକୁ ଡଲାର ତୁଳନାରେ 7 ରେ ଆଣିଦେଇଥିଲା । ଫଳରେ ସେୟାର ବଜାରେ ହଟଚମଟ ଦେଖା ଦେଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.