ETV Bharat / business

ସୁଧୁରିବ ସମ୍ପର୍କ, ପୁଣି ହାତ ମିଳାଇବେ ଆମେରିକା ଓ ଚୀନ

ଖୁବଶୀଘ୍ର ଚୀନ ସହ ବାଣିଜ୍ୟିକ ବୁଝାମଣା ହେବାକୁ ଯାଉଛି । ଏନେଇ ଆସନ୍ତା 4 ସପ୍ତାହ ମଧ୍ୟରେ କିଛି ଖାସ ଘୋଷଣା କରାଯିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

author img

By

Published : Apr 6, 2019, 4:00 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅବସାନ ଘଟିବ ଚୀନ ଓ ଆମେରିକାର ଶୀତଳ ଯୁଦ୍ଧର । 9ମାସର ଟ୍ରେଡୱାରରେ ପଡିବ ପୂର୍ଣ୍ଣଛେଦ । ପୁଣି ସମ୍ପର୍କ ହେବ ମଧୁର । ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଖୁବ ଶୀଘ୍ର ଚୀନ ସହ ବାଣିଜ୍ୟିକ ବୁଝାମଣା ହେବାକୁ ଯାଉଛି । ଏ ନେଇ ଆସନ୍ତା 4 ସପ୍ତାହ ମଧ୍ୟରେ କିଛି ଖାସ ଘୋଷଣା କରାଯିବ ।

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ଏ ନେଇ ଜଣାଇଛନ୍ତି ଯେ, ଉଭୟ ପକ୍ଷରୁ ବହୁତ ମହତ୍ବପୂର୍ଣ୍ଣ ପ୍ରଗତି ହୋଇଛି । ଏପେଟ ଟ୍ରମ୍ପ ମଧ୍ୟ ରୋକଠୋକ ଜଣାଇଛନ୍ତି ଯେ, ଯେତେବେଳେ 2 ଦେଶ କୌଣସି ଏକ ଚୁକ୍ତିରେ ସହମତ ଦେବେ ସେତେବେଳେ ଜିଙ୍ଗପିଙ୍ଗଙ୍କ ସହ ଶିଖର ସମ୍ମିଳନୀ ହେବ ।

ଏଣୁ 2 ଦେଶର ବରିଷ୍ଠ ଅଧିକାରୀ ମିଳିତ ଭାବେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତିର ବୁଝାମଣା କରିବାକୁ ଆଲୋଚନା କରୁଛନ୍ତି । ଏହାପୂର୍ବରୁ 2 ଦେଶର ଅଧିକାରୀ ବେଜିଂରେ ସାକ୍ଷାତ କରିଥିଲେ ।

2 ଦେଶର ଚୁକ୍ତି ଖୁବଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି । ଯଥାସମ୍ଭବ ଆସନ୍ତା 4 ସପ୍ତାହ ମଧ୍ୟରେ ଏ ସମ୍ବନ୍ଧରେ ଅବଗତ ହୋଇଯିବୁ । ଏ ନେଇ ଟ୍ରମ୍ପ ଚୀନର ଉପ ପ୍ରଧାନମନ୍ତ୍ରୀ ଲିଓ ହି ଙ୍କ ସହ ମିଶି ହ୍ବାଇଟ ହାଉସରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହା ଦେଖିବାକୁ ଗଲେ ନିଶ୍ଚିତ ଆସନ୍ତା କେଇ ମାସ ମଧ୍ୟରେ 2 ଦେଶ ମଧ୍ୟରେ ଆର୍ଥିକ ବୁଝାମଣା ହେବା ସହ ବହୁ ମହତ୍ବପୂର୍ଣ୍ଣ ବୁଝାମଣା ହୋଇ ପ୍ରଗତି ହେବ ବୋଲି ଜିଙ୍ଗପିଙ୍ଗ ଆଶାବାଦୀ ଅଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.