ETV Bharat / business

ଜିଡିପିର 0.10 ପ୍ରତିଶତ ସଞ୍ଚୟ କଲାଣି UPI ଟ୍ରାଞ୍ଜାକସନ୍

author img

By

Published : Oct 15, 2020, 6:08 PM IST

ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର 0.10 ପ୍ରତିଶତ ସଞ୍ଚୟରେ ସହଯୋଗ କରିଛି ୟୁପିଆଇ ନେଣଦେଣ । କୋରୋନା କାଳରେ ୟୁପିଆଇ ଟ୍ରାଞ୍ଜାକସନର ସଂଖ୍ୟା ବଢିଛି । ଯାହାର ଜିଡିପି ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଜିଡିପିର 0.10 ପ୍ରତିଶତ ସଞ୍ଚୟ କଲାଣି UPI  ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ବଢୁଛି ଅନଲାଇନ୍ ଟ୍ରାଞ୍ଜାକସନ୍ । ଆଉ ଏଥିମଧ୍ୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ନେଣଦେଣ ଦ୍ବାରା କିଭଳି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଫଳ ମିଳିଛି ସେ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି ।

ୟୁପିଆଇ ଟ୍ରାଞ୍ଜାକସନ୍ ଦ୍ବାରା ଜିଡିପିର 0.10 ପ୍ରତିଶତ ଦେଶ ବାହାରକୁ ଯିବାରୁ ବଞ୍ଚିଛି । ଏନେଇ ଜଣେ ଡିଜିଟାଲ ଇକୋନୋମି ପ୍ରଫେସର ଦାବି କରିଛନ୍ତି । କ୍ରମାଗତ ତିନି ଥର ପାଇଁ ବିଜେପିର ଜାତୀୟ ପ୍ରଯୁକ୍ତିବିଦ୍ୟା ବିଭାଗର ନେତୃତ୍ବ ନେଇଥିବା ପ୍ରମୁଖ ପ୍ରଫେସର ଅରବିନ୍ଦ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି କି, ଏହା ( ୟୁପିଆଇ) ସକ୍ଷମ କରିବା ଦୃଷ୍ଟିକୋଣରୁ ମଧ୍ୟ ଅର୍ଥବ୍ୟବସ୍ଥାକୁ ସହଯୋଗ କରିଛି ।

ପ୍ରକାସ ଯେ, ଦେଶରେ ୟୁପିଆଇ ନେଣଦେଣ ସଂଖ୍ୟା ସେପ୍ଟେମ୍ବରରେ ବୃଦ୍ଧି ହୋଇ 1.8 ଅରବ ରହିଛି । ଯାହାକି ଅଗଷ୍ଟ ମାସ ତୁଳନାରେ 10 ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ ହୋଇଛି । ଆଉ ଏଭଳି ସମୟରେ ଜିଡିପିରେ ୟୁପିଆଇର ଯୋଗଦାନ ଟିପ୍ପଣୀ ଆସିଛି । ଏହି ସମୟ ମଧ୍ୟରେ ମୋଟ 3.29 ଲକ୍ଷ କୋଟି ଟଙ୍କାର ନେଣଦେଣ ହୋଇଛି । ୟୁପିଆଇ ନେଣଦେଣ ବୃଦ୍ଧିର ମୁଖ୍ୟ କାରଣ ହେଉଛି କୋଭିଡ-19 ମହାମାରୀ ସମୟରେ ଅଧିକରୁ ଅଧିକ ଲୋକ ଡିଜିଟାଲ ନେଣଦେଣ ଉପରେ ନିର୍ଭରଶୀଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.