ETV Bharat / business

10 ସେକ୍ଟରକୁ ମିଳିବ 2 ଲକ୍ଷ କୋଟି ଟଙ୍କାର ବୁଷ୍ଟର, କ୍ୟାବିନେଟର ମଞ୍ଜୁରୀ

author img

By

Published : Nov 11, 2020, 4:44 PM IST

ଦୀପାବଳୀ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ଐତିହାସିକ ନିର୍ଣ୍ଣୟ । ଦେଶରେ ଉତ୍ପାଦନକୁ ପ୍ରୋତ୍ସାହିତ ଦେବାକୁ ଆର୍ଥିକ ପ୍ୟାକେଜର ଘୋଷଣା । 10ଟି ପ୍ରମୁଖ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ମିଳିବ 2 ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା । ଅଧିକ ପଢନ୍ତୁ..

10 ସେକ୍ଟରକୁ ମିଳିବ 2 ଲକ୍ଷ କୋଟି ଟଙ୍କାର ବୁଷ୍ଟର, କ୍ୟାବିନେଟର  ମଞ୍ଜୁରୀ
10 ସେକ୍ଟରକୁ ମିଳିବ 2 ଲକ୍ଷ କୋଟି ଟଙ୍କାର ବୁଷ୍ଟର, କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଉତ୍ପାଦନର 10 ପ୍ରମୁଖ ସେକ୍ଟରକୁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ରାଶି ଦିଆଯିବ । ଏହି ଟଙ୍କା ପ୍ରାୟ 2 ଲକ୍ଷ କୋଟି ଟଙ୍କା ହେବ । ଏହା ଦ୍ବାରା ଉତ୍ପାଦନ, ରୋଜଗାର ଓ ରପ୍ତାନୀ ବଢାଇବାରେ ସହଯୋଗ ମିଳିବ । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ନେଇ ମଞ୍ଜୁରୀ ଦିଆଯାଇଛି ।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଜାଭେଡକର ଉତ୍ପାଦନ ଆଧାରିତ ପ୍ରୋତ୍ସାହିତ ରାଶିର ଆନୁମାନିକ ହିସାବନିକାଶ ଦେଇଛନ୍ତି । ସେ କହିଛନ୍ତି କି, ସିଧାସଳଖ ଉତ୍ପାଦନ ଓ ନିବେଶ ପରେ ଏହି 10 ସେକ୍ଟରକୁ କେନ୍ଦ୍ର ପକ୍ଷରୁ 4,5,6 ପ୍ରତିଶତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ରାଶି ଆର୍ଥିକ ସାହାଯ୍ୟ ଭାବେ ଦିଆଯିବ । ତେବେ ଜାଣନ୍ତୁ ଏହି ଲିଷ୍ଟରେ ରହିଥିବା 10 କ୍ଷେତ୍ରକୁ କେତେ ମିଳିବ ଆର୍ଥିକ ରାଶି ..

  • ଆଡଭାନ୍ସ କେମେଷ୍ଟ୍ରି ଓ ସେଲ ବେଟ୍ରି 18,100 କୋଟି ଟଙ୍କା
  • ଇଲୋକ୍ଟ୍ରୋନିକ ଓ ଟେକ୍ନୋଲୋଜି ପ୍ରୋଜେକ୍ଟ 5,000 କୋଟି ଟଙ୍କା
  • ଅଟୋମୋବାଇଲ ଏବଂ ଅଟୋ କମ୍ପୋନେଟସ 57 ହଜାର
  • ଫାର୍ମା ଏବଂ ଡ୍ରଗ୍ସ 15 ହଜାର କୋଟି ଟହ୍କା
  • ଟେଲିକମ ଆଣ୍ଡ ନେଟୱର୍କିଂ 12 ହଜାର କୋଟି ଟଙ୍କା
  • ଟେକ୍ସଟାଇଲ ଓ ଫୁଡ ପ୍ରଡକ୍ଟସ 10 ହଜାର କୋଟି ଟଙ୍କା
  • ସୋଲାର ଟେକନିକ 4500 କୋଟି ଟଙ୍କା
  • ଏସି ଓ ଏଲଇଡି 6200 କୋଟି ଟଙ୍କା
  • ସ୍ପେଶିଏଲଟି ଷ୍ଟିଲ 63000 କୋଟି ଟଙ୍କା

ସେ କହିଛନ୍ତି କି, ଏହା ଦ୍ବାରା ଆତ୍ମନିର୍ଭର ଭାରତ ଅଭିଯାନକୁ ମଧ୍ୟ ସହଯୋଗ ମିଳିବ । ସ୍ବଦେଶୀ ମୋବାଇଲ କମ୍ପାନୀ ବିଷୟରେ ଦର୍ଶାଇ ଜାଭେଡକର ଜଣାଇଛନ୍ତି ଯେ ବିଦେଶୀ ନିବେଶ ଅଧିନରେ ଅନେକ ବିଦେଶୀ କମ୍ପାନୀ ଭାରତ ଆସିଛି । କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ଦ୍ବାରା ଲାଭା, ମାଇକ୍ରୋମ୍ୟାକ୍ସ, ଜେନ ବଳି କମ୍ପାନୀକୁ ଲାଭ ମିଳିବ । ସରକାରଙ୍କ କଳ୍ପନା ଗ୍ଲୋବାଲ ଚାମ୍ପିଆନ କରିବା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.