ETV Bharat / business

ସରିଲା ହାଲୁଆ ସମାରୋହ, ବାଜିଲା ବଜେଟ ବିଗୁଲ - ବାଜିଲା ବଜେଟ ବିଗୁଲ

ଆରମ୍ଭ ହେଲା 2020-21 ବଜେଟ ଦସ୍ତାବିଜ ଛାପା କାର୍ଯ୍ୟ। ନର୍ଥ ବ୍ଲକ ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ପାରମ୍ପରିକ ହାଲୁଆ ସମୋରୋହ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି।

Union Budget process kicks off with 'Halwa ceremony'
ସରିଲା ହାଲୁଆ ସମାରୋହ, ବାଜିଲା ବଜେଟ ବିଗୁଲ
author img

By

Published : Jan 20, 2020, 1:02 PM IST

ନୂଆଦିଲ୍ଲୀ: ଆରମ୍ଭ ହେଲା 2020-21 ବଜେଟ ଦସ୍ତାବିଜ ଛାପା କାର୍ଯ୍ୟ। ସଂସଦର ନର୍ଥ ବ୍ଲକ ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ପାରମ୍ପରିକ ହାଲୁଆ ସମୋରୋହ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି।

Union Budget process kicks off with 'Halwa ceremony'
ସରିଲା ହାଲୁଆ ସମାରୋହ, ବାଜିଲା ବଜେଟ ବିଗୁଲ

ଏହି ଅବସରରେ ଏକ ବଡ କଡେଇରେ ହାଲୁଆ ପ୍ରସ୍ତୁତ କରି ଅର୍ଥ ମନ୍ତ୍ରଣାଳୟର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ପରଷା ଯାଇଛି। ଏହି କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ମନ୍ତ୍ରଣାଳୟର ସମସ୍ତ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି।

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ଇନିଂସର ଦ୍ବିତୀୟ ବଜେଟ ଫେବୃଆରୀ ପହିଲାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଣୁ ବଜେଟ ପୂର୍ବରୁ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ହାଲୁଆ ସମାରୋହ ପରେ ଔପଚାରିକ ଭାବେ ବଜେଟ ପୁସ୍ତିକା ଛାପା କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସରିଲା ହାଲୁଆ ସମାରୋହ, ବାଜିଲା ବଜେଟ ବିଗୁଲ

ବଜେଟ ଛାପିବା ଏକ ପ୍ରକାର ଗୁପ୍ତ କାମ। ଏହା ସହ ଜଡିତ ଥିବା ଜଟିଳ କାମକୁ ହାଲୁକା କରିବା ପାଇଁ ହାଲୁଆ ସେରେମନି କରାଯାଇଥାଏ। ଏହି ଉତ୍ସବ ପରେ ବଜେଟ ପ୍ରସ୍ତୁତିରେ ଜଡିତ ଅଧିକାରୀ ନର୍ଥ ବ୍ଲକରେ ନଜରବନ୍ଦୀରେ ରହିବେ । ଏପରିକି ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଘରକୁ ଯିବାକୁ ଅନୁମତି ମିଳି ନଥାଏ। ବଜେଟର ଗୋପନୀୟତା ରକ୍ଷା ପାଇଁ ଏହି ଅଧିକାରୀ ଅର୍ଥମନ୍ତ୍ରୀ ଅଭିଭାଷଣ ଦେବା ପର୍ଯ୍ୟନ୍ତ ବାହ୍ୟ ପରିବେଶରୁ ଦୂରେଇ ରହିଥାନ୍ତି। ତଥ୍ୟ ଚୋରୀ ହେବା ଭୟରେ ସମ୍ବିଧାନରେ ଏହି ନିୟମ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.