ETV Bharat / business

ୟୁନିଅନ ବ୍ୟାଙ୍କ କମାଇଲା ସୁଧ ଦର, ଜୁନରୁ ହେବ ଲାଗୁ - ୟୁନିଅନ ବ୍ୟାଙ୍କ ସୁଧ

40 ବେସିସ ପଏଣ୍ଟ EBLR ହ୍ରାସ କରିଛି ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ । ଫଳରେ ଏବେ ଋଣ ଶସ୍ତା ହେବ । ଅଧିକ ପଢନ୍ତୁ..

Union Bank of India cuts EBLR by 40 bps
ୟୁନିଅନ ବ୍ୟାଙ୍କ କମାଇଲା ସୁଧ ଦର, ଜୁନରୁ ହେବ ଲାଗୁ
author img

By

Published : May 30, 2020, 9:48 PM IST

ନୂଆଦିଲ୍ଲୀ: ଶସ୍ତା ହେଲା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ଋଣ । ଶନିବାର ବ୍ୟାଙ୍କ EBLR(External Benchmark Lending Rate) 40 ବେସିସ ପଏଣ୍ଟ ହ୍ରାସ ନେଇ ଘୋଷଣା କରିଛି । ଫଳରେ ୟୁନିଅନ ବ୍ୟାଙ୍କର EBLR 6.80 ପ୍ରତିଶତରେ ପହଞ୍ଚିଛି ।

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ଦର ହ୍ରାସ କରିବା ପରେ ବ୍ୟାଙ୍କ ଏ ନେଇ ନିଷ୍ପତ୍ତି ନେଇଛି । ସଂଶୋଧିତ ଦର 2020 ଜୁନ ପହିଲାରୁ ଲାଗୁ ହେବ । ବିଭିନ୍ନ ସ୍କିମ ପାଇଁ ଏହା ପ୍ରଡକ୍ଟ ପାଇଁ EBLR ପ୍ଲସ ପ୍ରିମିୟମ / ଡିସକାଉଣ୍ଟ ଉପରେ ଲାଗିବ ।

ଆରବିଆଇର ଦିଶାନିର୍ଦ୍ଦେଶ ଅନୁସାରେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଖୁଚୁରା ଓ କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ସେଗମେଣ୍ଟକୁ ନୂଆ ଦରରେ ସମସ୍ତ ଋଣ ପାଇଁ EBLR ଆଧାରିତ ସୁଧ ହାର ଲାଗୁ କରିଥିଲା ।

ଏଥିପାଇଁ 2019 ଅକ୍ଟୋବରରେ ସମସ୍ତ ନୂଆ ଦରର ଋଣକୁ ଆରବିଆଇ ରୋପୋରେଟ ଦର ସହ ଯୋଡା ଯାଇଥିଲା । ମଧ୍ୟମ ଉଦ୍ୟୋଗକୁ ମଧ୍ୟ ଆରବିଆଇ ରୋପୋରେଟ ଦର ସହ ଏପ୍ରିଲ ପହିଲାରୁ ଯୋଡାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.