ETV Bharat / business

ଜୀବନ ସହ ସଙ୍କଟରେ ଜୀବିକା, ବେକାରୀ ହାର 27.11 ପ୍ରତିଶତକୁ ବୃଦ୍ଧି - କୋରୋନା ସଙ୍କଟ

ସ୍ଥାଣୁ ବ୍ୟବସାୟ । ଠପ କାମଧନ୍ଦା । ବନ୍ଦ ରୋଜଗାର ପନ୍ଥା । ଫଳରେ ମେ 3 ସୁଦ୍ଧା ଦେଶରେ ବେକାରୀ ହାର ବୃଦ୍ଧି ପାଇ 27.11 ପ୍ରତିଶତରେ ପହଞ୍ଚଛି । ଅଧିକ ପଢନ୍ତୁ..

Unemployment rate spikes to 27% amid COVID-19 crisis
ଜୀବନ ସହ ସଙ୍କଟରେ ଜୀବିକା, ବେକାରୀ ହାର 27.11 ପ୍ରତିଶତକୁ ବୃଦ୍ଧି
author img

By

Published : May 5, 2020, 11:38 PM IST

ମୁମ୍ବାଇ: କୋରୋନା ସଙ୍କଟ ମଧ୍ୟରେ ସ୍ଥାଣୁ ବ୍ୟବସାୟ । ଠପ କାମଧନ୍ଦା । ବନ୍ଦ ରୋଜଗାର ପନ୍ଥା । ଏଥିଯୋଗୁଁ ମେ 3 ସୁଦ୍ଧା ଦେଶରେ ବେକାରୀ ହାର ବୃଦ୍ଧି ପାଇ 27.11 ପ୍ରତିଶତରେ ପହଞ୍ଚିଛି । ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ମାର୍ଚ୍ଚ ମଧ୍ୟଭାଗରେ ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଇବା ସମୟରେ ଏହି ହାର 7 ପ୍ରତିଶତରୁ କମ ଥିଲା । ମୁମ୍ବାଇ ସ୍ଥିତ ଥିଙ୍କ ଟ୍ୟାଙ୍କ କହିଛି ଯେ ସହରାଞ୍ଚଳର ଯେଉଁ ଅଞ୍ଚଳ କୋଭିଡ-19ରେ ଅଧିକ ପ୍ରଭାବିତ ବା ଯେଉଁଠି ରେଡ ଜୋନ ସଂଖ୍ୟା ଅଧିକ ରହିଛି, ସେଠାରେ ବେକାରୀ ହାର ସର୍ବାଧିକ 29.22 ପ୍ରତିଶତ ଅଛି । ସେହିପରି ଗ୍ରାମାଞ୍ଚଳରେ ବେକାରୀ ହାର 26.69 ପ୍ରତିଶତ ଛୁଇଁଛି ।

କୋରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କରାଯାଇଛି । ଏଥିପାଇଁ ଆର୍ଥିକ ଗତିବିଧି ଅଟକି ପଡିଛି । ଦିଲ୍ଲୀ, ମୁମ୍ବାଇ ମେଟ୍ରୋ ସହରରେ ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି । ତେବେ ସରକାର ଏହି ସଙ୍କଟରୁ ମୁକୁଳିବା ପାଇଁ 1.70 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହାର ସିଂହଭାଗ ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀର ଲୋକଙ୍କ ଆୟ ଓ ଭୋଜନ ସହାୟତା ପାଇଁ ରହିଛି ।

ସିଏମଆଇଇ ରିପୋର୍ଟ ଅନୁସାରେ ମାର୍ଚ୍ଚ 29 ପରଠୁ କ୍ରମାଗତ ଭାବେ ବେକାରୀ ହାର ବଢିଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.