ETV Bharat / business

ଭାରତ ଆସିବ ଠକେଇମାଷ୍ଟର ନୀରବ ମୋଦି, ବ୍ରିଟେନ ଗୃହମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ

author img

By

Published : Apr 16, 2021, 6:52 PM IST

ନୀରବ ମୋଦି ଭାରତ ଆସିବା ଏକ ପ୍ରକାର ସୁନିଶ୍ଚିତ । ଶୁକ୍ରବାର ନୀରବ ମୋଦି ପ୍ରତ୍ୟାପଣ ନେଇ ଗ୍ରୀନ ସିଗନାଲ ଦେଇଛନ୍ତି ବ୍ରିଟେନ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଭାରତ ଆସିବ ଠକେଇମାଷ୍ଟର ନୀରବ ମୋଦି,  ବ୍ରିଟେନ ଗୃହମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ
ଭାରତ ଆସିବ ଠକେଇମାଷ୍ଟର ନୀରବ ମୋଦି, ବ୍ରିଟେନ ଗୃହମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ଭାରତ ଆସିବ ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ହଜାର କୋଟି ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ଭାରତ ପ୍ରତ୍ୟାପଣ ରାସ୍ତା ସଫା ହୋଇଛି । ସିବିଆଇ ଅନୁସାରେ ବ୍ରିଟେନ ଗୃହମନ୍ତ୍ରୀ ପ୍ରୀତି ପଟେଲ ନୀରବ ପ୍ରତ୍ୟାପଣକୁ ଗ୍ରୀନ ସିଗନାଲ ଦେଖାଇଛନ୍ତି । ପୂର୍ବରୁ ଲଣ୍ଡନ କୋର୍ଟ ପ୍ରତ୍ୟାପଣକୁ ମଞ୍ଜୁରୀ ଦେଇଥିଲେ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ 12 ହଜାର କୋଟି ଟଙ୍କା ଆତ୍ମସାତ କରି ଲଣ୍ଡନରେ ଯାଇ ଛପିରହିଥିଲେ ମୋଦି । ଏନେଇ ଲଣ୍ଡନ କୋର୍ଟରେ ମାମଲା ଚାଲିଥିଲା । ଫେବୃଆରୀରେ କୋର୍ଟ ନୀରବ ମୋଦି ବିରୋଧରେ ପର୍ଯ୍ୟପ୍ତ ପ୍ରମାଣ ରହିଥିବା ଜାଣିପାରିଥିଲା । ଏଥିଯୋଗୁଁ ବ୍ରିଟେନ କୋର୍ଟ ନୀରବ ମୋଦିଙ୍କ ମାନସିକ ସ୍ବାସ୍ଥ୍ୟ ଚିନ୍ତାକୁ ନେଇ ଦିଆଯାଇଥିବା ଡକ୍ୟୁମେଣ୍ଟକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଭାରତ ପ୍ରତ୍ୟାପଣ ପରେ ନୀରବ ମୋଦିଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ତାଙ୍କର ପର୍ଯ୍ୟାପ୍ତ ଚିକିତ୍ସା କରାଯିବା ସହ ମାନସିକ ସ୍ବାସ୍ଥ୍ୟ ରକ୍ଷଣାବେକ୍ଷଣା ମଧ୍ୟ କରାଯିବ ।

ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଜଜ ସେମୁଅଲ ଗୁଜୀ କହିଛନ୍ତି କି ନୀରବ ମୋଦି ପ୍ରମାଣ ନଷ୍ଟ ଓ ସାକ୍ଷୀକୁ ଧମକ ଦେଇ ବହୁ ରଣନୀତି ରଚିଥିଲେ । ଆଉ ସେ ଦେଇଥିବା ପ୍ରମାଣର ମଧ୍ୟ କୌଣସି ତାଳମେଳ ରହୁନାହିଁ ବୋଲି କହିଥିଲେ । ଏଣୁ ନୀରବ ମୋଦି ଭାରତ ଆସିବା ମାମଲାର ଶୁଣାଣୀ କରି କୋର୍ଟ ଏ ନେଇ ମଞ୍ଜୁରୀ ଦେଇଥିଲେ ।

ଫୋବର୍ସ ମୁତାବକ 2017 ରେ ନୀରବ ମୋଗିଙ୍କ ମୋଟ ସମ୍ପତ୍ତି 180 କୋଟି (ପ୍ରାୟ 11,700 କୋଟି ଟଙ୍କା) ଥିଲା । ନୀରବ ମୋଦି କମ୍ପାନୀ ମୁଖ୍ୟାଳୟ ମୁମ୍ବାଇରେ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.