ETV Bharat / business

ନୀରବ ମୋଦିଙ୍କୁ ବଡ ଝଟକା, ଭାରତ ପ୍ରତ୍ୟାପଣ ବିରୋଧୀ ଆବେଦନ ଖାରଜ

author img

By

Published : Jun 23, 2021, 7:31 PM IST

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲାଗିଲା ବଡ ଝଟକା । ଭାରତ ପ୍ରତ୍ୟାପଣ ବିରୋଧରେ ସେ କରିଥିବା ଆବେଦନକୁ ଖାରଜ କଲେ ବ୍ରିଟେନ ହାଇକୋର୍ଟ । ଅଧିକ ପଢନ୍ତୁ...

ନୀରବ ମୋଦିଙ୍କୁ ବଡ ଝଟକା , ଭାରତ ପ୍ରତ୍ୟାପଣ ବିରୋଧୀ ଅପିଲ ହେଲା ଖାରଜ

ନୂଆଦିଲ୍ଲୀ: ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଶକ୍ତ ଝଟକା । ଭାରତ ପ୍ରତ୍ୟାପଣ ବିରୋଧରେ ଅପିଲ କରିବାକୁ ନୀରବ ମୋଦିଙ୍କ ଆବେଦନକୁ ଖାରଜ କଲେ ବ୍ରିଟେନ କୋର୍ଟ ।

କୋଟି କୋଟି ଋଣ ଜାଲିଆତିର ମାଷ୍ଟରମାଇଣ୍ଡ ନୀରବ ମୋଦି ପୁଣି ଭାରତ ପ୍ରତ୍ୟାପଣ ପାଇଁ ଅମଙ୍ଗ । ଏଥିପାଇଁ ବ୍ରିଟେନ କୋର୍ଟରେ ଚାଲିଥିବା ମାମଲା ମଧ୍ୟରେ ପ୍ରତ୍ୟାପଣ ବିରୋଧୀକୁ ରୋକିବାକୁ ଲାଗିପଡିଛନ୍ତି ନୀରବ । ହେଲେ ଏବେ ଆବେଦନକୁ ଖାରଜ କରି ନୀରବ ମୋଦିଙ୍କୁ ଶକ୍ତ ଆଘାତ ଦେଇଛନ୍ତି ବ୍ରିଟେନ କୋର୍ଟ । ଏବେ ମୌଖିକ ଶୁଣାଣି ପାଇଁ ପୁଣି ଥରେ ଅପିଲ ଦାଖଲ ପାଇଁ ନୀରବ ମୋଦିଙ୍କ ପାଖରେ କେବଳ 5 ଦିନର ସମୟ ରହିଛି ।

ପ୍ରକାଶ ଯେ, ବ୍ରିଟେନର ଗୃହ ମନ୍ତ୍ରୀ ପ୍ରୀତି ପଟେଲ ଏପ୍ରିଲ ମାସରେ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାପଣ କରିବା ପାଇଁ ଆଦେଶ ଦେଇଥିଲେ । ତେବେ ହାଇକୋର୍ଟ ବିଚାରପତିଙ୍କ ନିକଟରେ ନିରବଙ୍କ ଆବେଦନ ଏହି ‘ଡକ୍ୟୁମେଣ୍ଟାରୀ’ ନିଷ୍ପତ୍ତିରେ ଦର୍ଶାଯାଇଛି ଯେ, ଗୃହମନ୍ତ୍ରୀ ତାଙ୍କୁ ଭାରତକୁ ପଠାଇବା ନିଷ୍ପତ୍ତି କିମ୍ବା ୱେଷ୍ଟମିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ଫେବୃଆରୀ ଆଦେଶ ବିରୋଧରେ ଆବେଦନ କରିବାର କୌଣସି ଆଧାର ଅଛି କି?

ଏ ନେଇ ହାଇକୋର୍ଟର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି କି, ଏହି ଅପିଲକୁ ଅନୁମତି ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ଏବେ 50 ବର୍ଷୀୟ ନୀରବଙ୍କ ପାଖରେ ଗୋଟିଏ ମାତ୍ର ରାସ୍ତା ହେଉଛି ହାଇକୋର୍ଟରେ ସଂକ୍ଷିପ୍ତ ଶୁଣାଣୀ ପାଇଁ ନୂଆ କରି ଅପିଲ ନେଇ ଆବେଦନ ଦାଖଲର ସୁଯୋଗ ।

ଆଇନ ଦିଶାନିର୍ଦ୍ଦେଶ ଅନୁସାରେ ନୀରବ ମୋଦିଙ୍କ ପାଖରେ ଆବେଦନକାରୀ ଭାବେ ମୌଖିକ ଶୁଣାଣୀ ପାଇଁ ଆବେଦନ କରିବାକୁ 5 କାର୍ଯ୍ୟ ଦିବସ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.