ETV Bharat / business

ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ବିରୋଧି ଯାଚିକା ଖାରଜ, ହାତରେ ମାତ୍ର 14 ଦିନ

author img

By

Published : Apr 20, 2020, 8:59 PM IST

ଭାରତ ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟା ଚଳିତ ବର୍ଷ ଫେବୃଆରୀରରେ ଲଣ୍ଡନର ୱେଲ୍ସ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ସୋମବାର ଏହା ଖାରଜ ପରେ ମାଲ୍ୟାଙ୍କ ଭାରତ ଫେରିବା ବାଟ ଖୋଲିଛି । ଅଧିକ ପଢନ୍ତୁ...

UK court rejects Vijay Mallya appeal
ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ ବିରୋଧି ଯାଚିକା ଖାରଜ

ନୂଆଦିଲ୍ଲୀ: ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ବଡ ଝଟକା । ଭାରତ ପ୍ରତ୍ୟାର୍ପଣ ବିରୋଧରେ ଦାୟର ଯାଚିକା ଖାରଜ କଲେ ଲଣ୍ଡନ କୋର୍ଟ । ଏବେ ଭାରତ ଆଣିବା ବାଟ ଖୋଲିଛି ।

ଭାରତୀୟ ବ୍ୟାଙ୍କରୁ 9,000 କୋଟି ଟଙ୍କା ନେଇ ଫେରାର ହୋଇଥିବା ମାଲ୍ୟାଙ୍କୁ ଭାରତ ଯାଞ୍ଚ ଏଜେନ୍ସି ପଳାତକ ଘୋଷଣା କରିସାରିଛନ୍ତି । ତେବେ ଭାରତ ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟା ଚଳିତ ବର୍ଷ ଫେବୃଆରୀରରେ ଲଣ୍ଡନର ୱେଲ୍ସ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ସୋମବାର ଏହା ଖାରଜ ହେବା ପରେ ଏବେ ମାଲ୍ୟାଙ୍କ ପାଖରେ ଆଉ ମାତ୍ର 14 ଦିନ ସମୟ ରହିଛି ।

ଏହି ମାମଲା ଏବେ ଲଣ୍ଡନ ଗୃହ ସଚିବ ପ୍ରୀତି ପଟେଲଙ୍କ ପାଖକୁ ପଠାଯିବ । ସେ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ନେଇ ଶେଷ ନିଷ୍ପତ୍ତି ନେବେ ।

ଏହା ପୂର୍ବରୁ ମାଲ୍ୟାଙ୍କ ପାଖରେ ଗୋଟିଏ ବିକଳ୍ପ ରହିଛି । ସେ ଚାହିଁଲେ ହାକୋର୍ଟଙ୍କ ଶୁଣାଣୀ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିପାରିବେ । ଆଉ ଯଦି ସୁପ୍ରିମ କୋର୍ଟ ମଧ୍ୟ ଯାଚିକା ସ୍ବୀକାର କରିବେ ନାହିଁ ତେବେ ପୁଣି 28 ଦିନ ମଧ୍ୟରେ ଗୃହ ସଚିବଙ୍କୁ ପ୍ରତ୍ୟାପଣ ପତ୍ରରେ ହସ୍ତାକ୍ଷର କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.