ETV Bharat / business

ଭାରତ ଆସିବ PNB ଠକେଇ ମାଷ୍ଟରମାଇଣ୍ଡ ନୀରବ ମୋଦି

author img

By

Published : Feb 25, 2021, 9:16 PM IST

ନୀରବ ମୋଦି ଭାରତ ଆସିବା ଏକ ପ୍ରକାର ସୁନିଶ୍ଚିତ । ପ୍ରତ୍ୟାପଣ ମାମଲାର ଗୁରୁବାର ଶୁଣାଣୀ କରି ନିଷ୍ପତ୍ତି ଶୁଣାଇଛନ୍ତି ଲଣ୍ଡନ କୋର୍ଟ । ଅଧିକ ପଢନ୍ତୁ..

ଭାରତ ଆସିବେ ପିଏନପି ଠକେଇ ମାଷ୍ଟରମାଇଣ୍ଡ ନୀରବ ମୋଦି

ଲଣ୍ଡନ: ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିକୁ ଭାରତ ଅଣାଯିବ । ପ୍ରତ୍ୟାପଣ ନେଇ ମଞ୍ଜୁରୀ ଦେଇଛନ୍ତି ଲଣ୍ଡନ କୋର୍ଟ । ନୀରବ ମୋଦି ବିରୋଧରେ ଚାଲିଥିବା ପ୍ରତ୍ୟାପଣ ମାମଲାର ଗୁରୁବାର ଶୁଣାଣୀ କରି କୋର୍ଟ ଏ ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଏବେ ତାଙ୍କୁ ଭାରତ ଆସିବାକୁ ହିଁ ପଡିବ !

ନୀରବ ମୋଦି ଉପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ 12 ହଜାର କୋଟି ଟଙ୍କାର ଠକେଇ ମାମଲା ଚାଲିଛି । ଏହି ଯାଞ୍ଚ ଭୟରେ ସେ ଇଂଲଣ୍ଡ ପଳାଇଯାଇଥିଲେ । ଏବେ ଲଣ୍ଡନର ଏକ କୋର୍ଟ ନୀରବ ମୋଦିଙ୍କୁ ରିଲିଫ ଦେବାକୁ ମନା କରିଦେଇଛନ୍ତି । ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଜଜ ସେମୁଅଲ ଗୁଜୀ କହିଛନ୍ତି କି ନୀରବ ମୋଦି ପ୍ରମାଣ ନଷ୍ଟ ଓ ସାକ୍ଷୀକୁ ଧମକ ଦେଇ ବହୁ ରଣନୀତି ରଚିଥିଲେ । ଆଉ ସେ ଦେଇଥିବା ପ୍ରମାଣର ମଧ୍ୟ କୌଣସି ତାଳମେଳ ରହୁନାହିଁ ।

ଏଥିଯୋଗୁଁ ବ୍ରିଟେନ କୋର୍ଟ ନୀରବ ମୋଦିଙ୍କ ମାନସିକ ସ୍ବାସ୍ଥ୍ୟ ଚିନ୍ତାକୁ ନେଇ ଦିଆଯାଇଥିବା ଡକ୍ୟୁମେଣ୍ଟକୁ ମଧ୍ୟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏଭଳି ପରିସ୍ଥିତି ଏହା ଅସ୍ବାଭାବିକ ନୁହେଁ । ତେବେ ଭାରତ ପ୍ରତ୍ୟାପଣ ପରେ ନୀରବ ମୋଦିଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ତାଙ୍କର ପର୍ଯ୍ୟାପ୍ତ ଚିକିତ୍ସା କରାଯିବା ସହ ମାନସିକ ସ୍ବାସ୍ଥ୍ୟ ରକ୍ଷଣାବେକ୍ଷଣା ମଧ୍ୟ କରାଯିବ ।

ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ଭାରତୀୟ ଯାଞ୍ଚ ଏଜେନ୍ସି ଓ ନୀରବ ମୋଦିଙ୍କ ପାଖରେ ହାଇକୋର୍ଟରେ ଅପିଲ ପାଇଁ ମଧ୍ୟ ସୁଯୋଗ ରହିଛି । ଏଥିରୁ ଜଣାପଡୁଛି କି ଏହି ମାମଲାର ଶୁଣାଣୀ ଏବେ ଆହୁରୀ ଲମ୍ବା ଚାଲିପାରେ । ମୋଦି ପ୍ରତ୍ୟାପଣ ୱାରେଣ୍ଟି ଉପରେ 2019 ମାର୍ଚ୍ଚ 19ରେ ତାଙ୍କୁ ଗିରଫ କରାଯାଇଥିଲା । ଆଉ ପ୍ରତ୍ୟାପଣ ମାମଲାର ଶୁଣାଣୀ ପାଇଁ ଗୁରୁବାର ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ନୀରବ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଥିଲେ ।

ଜାମିନ ନେଇ ନୀରବ ମୋଦିଙ୍କ ଅନେକ ପ୍ରୟାସ ମାଜିଷ୍ଟ୍ରେଟ କୋର୍ଟ ଓ ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି । କାରଣ ତାଙ୍କର ଫେରାର ହୋଇଯିବାର ବିପଦ ରହିଛି । ତାଙ୍କୁ ଭାରତରେ ସିବିଆଇ ଓ ଇଡି ଦ୍ବାରା ଦାଖଲ ମାମଲା ଅଧିନରେ ଅପରାଧିକ କାର୍ଯ୍ୟନୁଷ୍ଠାନର ସାମ୍ନା କରିବାକୁ ହେବ । ଏହା ବ୍ୟତିତ କିଛି ଅନ୍ୟ ମାମଲା ମଧ୍ୟ ତାଙ୍କ ବିରୋଧରେ ଭାରତରେ ଦାଏର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.