ଇନ୍ଦୋର: କୋରୋନା କଟକଣା ମଧ୍ୟରେ ଘରୋଇ ଗାଡି-ବସକୁ ବନ୍ଦ କରିଦିଆଯାଇଛି । ଏପରି ସମୟରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଇନ୍ଦୋରରେ ଏମେର୍ଜନ୍ସି ଆମ୍ବୁଲାନ୍ସ ସେବା ଯୋଗାଇବ ଆପ ଆଧାରିତ ଟ୍ୟାକ୍ସି ସେବା ପ୍ରଦାନ କରୁଥିବା କମ୍ପାନୀ ଉବେର । ଏ ନେଇ ମଞ୍ଜୁରୀ ମିଳିସାରିଛି ।
ଅଧିକାରୀଙ୍କ ସୂଚନା ଅନୁସାରେ ଜିଲ୍ଲାପାଳ ମନୀଷ ସିଂହ, କୋଭିଡ-19 ସମ୍ବନ୍ଧିତ ଜରୁରୀକାଳୀନ ବ୍ୟବସ୍ଥା ଅନ୍ତର୍ଗତ ଉବେର କ୍ୟାବ ପ୍ରାଇଭେଟ ଲିମିଟେଡକୁ ସେବା ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି ।
ଅନୁମତି ସହ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି କି, ପ୍ରତ୍ୟେକ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚଳାଇବା ପରେ କ୍ୟାବକୁ ସାନିଟାଇଜ କରିବା ବାଧ୍ୟତାମୂଳକ । ଏଥିପାଇଁ ଉବେର କମ୍ପାନୀ ପକ୍ଷରୁ ସମସ୍ତ ସାନିଟାଇଜେସନ୍ ସମ୍ବନ୍ଧୀୟ ସାମଗ୍ରୀ ଯୋଗାଇ ଦିଆଯିବା ଆବଶ୍ୟକ।
ଏହା ବ୍ୟତିତ ଆମ୍ବୁଲାନ୍ସର ଡ୍ରାଇଭରକୁ ମଧ୍ୟ ଗ୍ଲୋବ୍ସ, ମାସ୍କ, କ୍ୟାପ ଭଳି ଆବଶ୍ୟକୀୟ ସୁରକ୍ଷା ଉପକରଣ ପିନ୍ଧିବା ଜରୁରୀ ରହିଛି ।
ତେବେ ଏହି ସେବା ପାଇଁ ପ୍ରଥମ ପର୍ଯ୍ୟାୟରେ 50 ଆମ୍ବୁଲାନ୍ସ ଉପଯୋଗ କରାଯାଇପାରିବ । ଆମ୍ବୂଲାନ୍ସର ପରିଚାଳନା ଦାୟିତ୍ବ ଜିଲ୍ଲା ପ୍ରଶାସନ ଦାୟିତ୍ବରେ ରହିବ ।
ପୂର୍ବରୁ ଦିଲ୍ଲୀରେ ମଧ୍ୟ ଓଲା ତାର ସେବା ଆରମ୍ଭ କରିଦେଇଛି ।