ବେଙ୍ଗାଲୁରୁ: ଅନଲାଇନରେ କ୍ୟାବ ସେବା ଯୋଗାଉଥିବା ଉବେର ଏବେ ବଜେଟ ଅନୁସାରେ ଅଟୋ ସେବା ମଧ୍ୟ ଯୋଗାଇବ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଉବେର ବୁଧବାରରୁ ଭାରତରେ 24x7 ଅଟୋ ଭଡା ସେବା ଆରମ୍ଭ କରିଛି ।
ଏହି ସେବା ମାଧ୍ୟମରେ ଅଟୋ ଏବଂ ଏହାର ଡ୍ରାଇଭରଙ୍କୁ ଅନେକ ଘଣ୍ଟା ଧରି ଗ୍ରାହକ ବୁକ କରିପାରିବେ । ଏଥିସହ ବିଭିନ୍ନ ଷ୍ଟପରେ ରହିବା ପାଇଁ ମଧ୍ୟ ସୁଯୋଗ ପାଇବେ ବୋଲି କମ୍ପାନୀ ନିଜ ବିବୃତ୍ତିରେ କହିଛି ।
ଏହି ସେବା ଏବେ ବେଙ୍ଗାଲୁରରୁ ରହିଛି । ଏଥିସହ ଦିଲ୍ଲୀ ଏନସିଆର, ମୁମ୍ବାଇ, ହାଇଦ୍ରାବାଦ , ମୁମ୍ବାଇ , ଚେନ୍ନାଇ ଓ ପୁନେରେ ମଧ୍ୟ ଉପଲବ୍ଧ ।
ଏହା ଅଧିନରେ ଆପଣ 169 ଟଙ୍କା ଦେଇ 1 ଘଣ୍ଚା ବା 10 କିଲୋମିଟର ଯାଏଁ ଯାତ୍ରା କରିପାରିବେ । ଉବେର ପ୍ରଥମ ଥର ପାଇଁ ଏଭଳି ରେଣ୍ଟାଲ ସୁବିଧା ଦେଉଛି ବୋଲି କମ୍ପାନୀ କହିଛି ।
ଏହି ସେବା 1 ଘଣ୍ଟାରୁ ଅଧିକ ସମୟ ଧରି ମିଳିପାରିବ । ଆପଣଙ୍କୁ ଏଥିପାଇଁ ପ୍ୟାକେଜ ବାଛିବାକୁ ପଡିବ। ସର୍ବାଧିକ 8 ଘଣ୍ଟା ପାଇଁ ଏହାକୁ ଆପଣ ବୁକ କରିପାରିବେ ।
ଏ ନେଇ ଉବେର ଇଣ୍ଡିଆ ଓ ସାଉଥ ଏସିଆର ମାର୍କେଟ ପ୍ଲେସ ଏବଂ କ୍ୟାଟେଗୋରୀ ପ୍ରମୁଖ ନୀତିଶ ଭୂଷଣ କହିଛନ୍ତି କି, ଆମେ ଯାତ୍ରୀଙ୍କ ଆବଶ୍ୟକତା ବୁଝୁଛୁ । ଏଣୁ ଯାତ୍ରୀଙ୍କୁ ଏକ ସୁବିଧା ଓ ଶସ୍ତା ଯାତାୟତ ସେବା ଯୋଗାଇବାକୁ ଏଭଳି ଅଟୋ ରେଣ୍ଟାଲ ଆରମ୍ଭ କରିଛୁ । ଆମେ ଟେକ୍ନୋଲୋଜି ଜରିଆରେ କମ ଦାମରେ ଏହି ସୁବିଧା ଦେଉଛୁ । ଏଥିରେ ସ୍ବାସ୍ଥ୍ୟକୁ ମଧ୍ୟ ଧ୍ୟାନରେ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ