ETV Bharat / business

କୋରୋନା ସଙ୍କଟ: ଆହୁରୀ 1 କୋଟି ଡଲାର ଦାନ କଲେ ଟ୍ବିଟର ସିଇଓ

author img

By

Published : May 27, 2020, 8:14 PM IST

କୋରୋନାରେ ଗଭୀର ମାତ୍ରାରେ ପ୍ରଭାବିତ ଆମେରିକୀୟଙ୍କୁ ସହାୟତା ପାଇଁ ପୁଣି 1 କୋଟି ଡଲାର ଦାନ କରିଛନ୍ତି ଟ୍ବିଟର ସିଇଓ । ଅଧିକ ପଢନ୍ତୁ..

Twitter CEO Jack Dorsey
କୋରୋନା ସଙ୍କଟ : ଆହୁରୀ 1 କୋଟି ଡଲାର ଦାନ କଲେ ଟ୍ବିଟର ସିଇଓ

ସାନ ଫ୍ରାନ୍ସିସକୋ: କୋରୋନା ମହାମାରୀ ସଙ୍କଟକୁ ନଜରରେ ରଖି ଟ୍ବିଟର ସିଇଓ ଜ୍ୟାକ୍‌ ‌ଡୋର୍ସି ପୁଣି ବଢାଇଛନ୍ତି ସହାୟତାର ହାତ । ‘ପ୍ରୋଜେକ୍ଟ 100’ଙ୍କୁ 1 କୋଟି(10 ମିଲିୟନ) ଡଲାର ଦାନ କରିଛନ୍ତି ଡୋର୍ସି ।

‘ପ୍ରୋଜେକ୍ଟ 100’ ଅନ୍ତର୍ଗତ କୋଭିଡ-19 ସଂକ୍ରମଣ ଯୋଗୁଁ ପ୍ରଭାବିତ ହୋଇଥିବା 10 ହଜାର ପରିବାରକୁ 1 ହଜାର ଡଲାର ନଗଦ ରାଶି ପ୍ରଦାନ କରାଯିବ ।

ପ୍ରୋଜେକ୍ଟ 100 ହେଉଛି ଅଣ-ଲାଭକାରୀ ସଂସ୍ଥା ଗିଭ ଡାରେକ୍ଟ , Propelଓ ଷ୍ଟାଣ୍ଡ ଫର ଚିଲ୍ଡରେନ ମଧ୍ୟରେ ଏକ ମିଳିତ ପ୍ରୟାସ । ଏହା ମାଧ୍ୟମରେ ଏପ୍ରିଲରୁ ଏବେ ସୁଦ୍ଧା ପାଖାପାଖୀ 8.4 କୋଟି ଡଲାର ଏକତ୍ର କରାଯାଇପାରିଛି ।

1 ଲକ୍ଷ ଆମେରିକୀୟ ପରିବାରକୁ ଟଙ୍କା ବାଣ୍ଟିବା ପାଇଁ 10 କୋଟି ଡଲାର ଜମା କରିବା ଏହାର ଲକ୍ଷ୍ୟ ।

ପ୍ରକାଶ ଯେ, ଆଲ୍ଫାବେଟ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଅରବପତି ଷ୍ଟେଭ ବାଲମର , ବିଲଗେଟସ, ସର୍ଗେଇ ବ୍ରିନ , ବେଜୋସ ଏହି ପ୍ରୋଜେକ୍ଟ 100ର ଅନ୍ୟ ଦାନକର୍ତ୍ତା ମଧ୍ୟରେ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.