ETV Bharat / business

ବଢୁଛି ଆମେରିକା-ଚୀନ ବିବାଦ, ଶୁଳ୍କ ବଢାଇବାକୁ ଟ୍ରମ୍ପଙ୍କ ଧମକ - import

କେବଳ 200 ନୁହେଁ ଆହୁରି 325 ଅରବ ଡଲାର ଚୀନ ସାମଗ୍ରୀ ଉପରେ 25 ପ୍ରତିଶତ କର ଲଗାଇବାକୁ ଯୋଜନା କରୁଛି ଆମେରିକା । ଏ ନେଇ ସେ ଆଗୁଆ ଚୀନକୁ ବି ସତର୍କ କରିଛି । ତେବେ ଏନେଇ କୌଣସି ନିର୍ଣ୍ଣୟ ନିଆଯାଇନାହିଁ ।

ଫାଇଲ ଫଟୋ
author img

By

Published : May 14, 2019, 3:07 PM IST

Updated : May 14, 2019, 7:53 PM IST

ନୂଆଦିଲ୍ଲୀ: ଜଟିଳ ହେଉଛି ଆମେରିକା ଓ ଚୀନ ଟ୍ରେଡ ୱାର । ଚୀନ ପଛରେ ହାତ ଧୋଇ ପଡିଯାଇଛି ଆମେରିକା । ଟାରିଫ ଲଗାଇବାକୁ ନେଇ ଧମକ ଦେଇଚାଲିଛନ୍ତି ଟ୍ରମ୍ପ । 200 ଅରବ ଡଲାର ପରେ ଏବେ ପୁଣି ଆହୁରି 325 ଅରବ ଡଲାର ସାମଗ୍ରୀ ଉପରେ 25 ପ୍ରତିଶତ କର ଲଗାଇବାକୁ ପ୍ଲାନି-ପୋଗ୍ରାମିଂ କରୁଛି ଆମେରିକା । ତେବେ ଏ ନେଇ ଟ୍ରମ୍ପ କୌଣସି ନିର୍ଣ୍ଣୟ ନେଇନଥିବା ନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ

ଟ୍ରମ୍ପଙ୍କୁ ଘାରିଛି ଟିକସ ନିଶା । କେବେ ଚୀନ ତ ପୁଣି କେବେ ଭାରତ । ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ଆଦାୟ କରିବାକୁ ଧମକ ଦେଉଥିଲା ବେଳେ ଚୀନର ହଜାର ହଜାର କୋଟି ସାମଗ୍ରୀରୁ 25 ପ୍ରତିଶତ ଶୁଳ୍କ ଲଗାଇବାକୁ ରୋକଠୋକ ଶୁଣାଇଦେଇଛି । ତେବେ ଚୀନ ଓ ଆମେରିକା ବିବାଦ ଆହୁରି ଗମ୍ଭୀର ହେବାରେ ଲାଗିଛି । 2 ଦେଶ ମଧ୍ୟରେ ବୁଝାମଣା ହେଉନଥିବା ବେଳେ ଟ୍ରମ୍ପ ଚୀନ ଉପରେ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଥୋପିବାରେ ଲାଗିଛନ୍ତି । ଯଦି ଚୀନ ଉପରେ ଆହୁରି ଶୁଳ୍କ ଲଗାଯାଏ ତେବେ ଆମେରିକାକୁ ଅଧିକ ଟିକସ ମିଳିବ । ଏହି ଉଦ୍ଦେଶ୍ୟରେ ଚୀନ ଠାରୁ ମୋଟା ଅଙ୍କରେ ଟିକସ ଆଦାୟ କରିବାକୁ ଟ୍ରମ୍ପ ଯୋଜନା କରୁଛନ୍ତି ।

ତେବେ ଚୀନ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା 60 ଅରବ ଡଲାର ଉତ୍ପାଦ ଉପରୁ 10ରୁ 25 ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ଶୁଣାଇଛି । ଏଥିଯୋଗୁଁ ଆମେରିକା କୃଷକଙ୍କ ଉପରେ ପ୍ରଭାବ ପଡିବ ଜାଣିପାରି ଟ୍ରମ୍ପ ସେମାନଙ୍କୁ ପାଖାପାଖି 15 ଅରବ ଡଲାର ସହାୟତା ଦେବାକୁ ଚିନ୍ତା କରୁଛନ୍ତି ।

ଭୋଟ କାଉଣ୍ଟି ପ୍ରଶିକ୍ଷଣ କୁ ଅଧିକ ଗୁରୁତ୍ବ : ସିଇଓ

 ଦ୍ଵିତୀୟ   ଦିନରେ ଭୋଟ ଗଣତି ପ୍ରଶିକ୍ଷଣ ଶିବିର। ଆସନ୍ତାକାଲି ଠାରୁ ଜିଲ୍ଲା ସ୍ଥରରେ କାଉଣ୍ଟି ଷ୍ଟାଫ୍ କୁ ପ୍ରଶିକ୍ଷଣ ଦିଆଯିବ। ୩୦ଜଣ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନର ଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା  ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ରେନିଂ କରାଯିବ ପ୍ରତି ଜିଲ୍ଲାରେ। ରାଜ୍ୟରେ  ୬୩ ଟି ଭୋଟ ଗଣନା କେନ୍ଦ୍ର କରାଯାଇଛି। ଭୋଟ କାଉଣ୍ଟି ପ୍ରଶିକ୍ଷଣ  କୁ ଅଧିକ ଗୁରୁତ୍ବ ଦିଆଯାଇଛି। 

ସୂଚନା ଅନୁଯାୟୀ, ଗତକାଲି  ୧୪ ଟି ଜିଲ୍ଲା ର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ମଙ୍ଗଳବାର ଦିନ ଆଉ ୧୬ ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ଗଣତି ଉପରେ ପଶିକ୍ଷନ ଦିଆଯାଇଛି।ପ୍ରଥମ ଥର ପାଇଁ ଭିଭିପିଏଟ ରେ ଭୋଟ ଗଣତି କରାଯିବ। ଏହି ଗଣତି ହେବାକୁ ଅଧିକା ସମୟ ଲାଗିବ। ଆସନ୍ତା ୨୩ ତାରିଖ ରେ ଥିବା ଭୋଟ ଗଣତି କୁ ନେଇ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ର ସହ କରାଯିବ। ପ୍ରଥମ ଥର ପାଇଁ ଏଟିପିବି ଗଣତି କରାଯିବ।
 ଗଣତି ହେବାବେଳେ ଗୋଟେ ଭୋଟ ମେସିନ ଗଣତି ହେବା ପର୍ ଅନ୍ୟ ଏକ ଭୋଟ ମେସିନ ଗଣତି କରାଯିବ। ଏକା ସାଙ୍ଗରେ କୌଣସି ଭୋଟ ମେସିନ ଗଣତି କରାଯିବ ନାହିଁ। ଏକ  ମଡେଲ ରୁମ୍ କରାଯାଇଛି। ଭିଭିପିଏଟ ଗଣତି ବେଳେ ଚରିପଟରୁ ଆବଦ୍ଧ କରାଯିବ। ଭୋଟ ଗଣତି କୁ ନେଇ ଯେପରି ଭାବରେ ପ୍ରଶିକ୍ଷଣ କରାଯାଉଛି ସେହିପରି ଭାବରେ ଭୋଟ ଗଣତି ସୁଚାରୁରୂପେ କରାଯିବ। ସେଥିପ୍ରତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ।ସେଥିପାଇଁ ଭୋଟ ଗଣତି ପ୍ରଶିକ୍ଷଣ କୁ ଅଧିକ ଗୁରୁତ୍ବ ଦିଆଯାଇଛି।ଯେଭଳି ଭାବରେ ଶାନ୍ତି ଶୃଙ୍ଖଳା ସହ ଭୋଟ ଗଣତି ଶେଷ ହେବା ବୋଲି ମୁଖ୍ୟ ନିର୍ବାଚନୀ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। 

Byte- ସୁରେନ୍ଦ୍ର କୁମାର, ମୁଖ୍ୟ ନିର୍ବାଚନୀ ଅଧିକାରୀ
Last Updated : May 14, 2019, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.