ETV Bharat / sports

ରଣଜୀ ଟ୍ରଫି: ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଓଡିଶା - RANJI TROPHY ODISHA VS MAHARASHTRA

ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ୩ ୱିକେଟରେ ମହାରାଷ୍ଟ୍ରକୁ ପରାସ୍ତ କରିଛି । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ ।

Ranji Trophy Odisha Beat Maharashtra
Ranji Trophy Odisha Beat Maharashtra (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 6:41 PM IST

କଟକ: ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଓଡି଼ଶା । ମହରାଷ୍ଟ୍ରକୁ ୩ ୱେକେଟରେ ହରାଇ ରଣଜୀ ଟ୍ରଫିରେ ପ୍ରଥମ ବିଜୟ ହାସଲ କରିଛି ଘରୋଇ ଦଳ । ଅଧିନାୟକ ଗୋବିନ୍ଦ ପୋଦାରଙ୍କ ଶ୍ରେଷ୍ଠ ଅଲରାଉଣ୍ଡର ପଦର୍ଶନ ବଳରେ ଏହି ରୋମାଞ୍ଚକର ମ୍ୟାଚରେ ବିଜୟ ଲାଭ କରିଛି ଓଡିଶା । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମ ଦିନରୁ ହିଁ ଓଡିଶା ତାର ଦବଦବା ପଦର୍ଶନ କରିଆସୁଛି ।

ମହରାଷ୍ଟ୍ରକୁ ହରାଇଲା ଓଡ଼ିଶା:

ରଣଜୀ ଟ୍ରଫି
ରଣଜୀ ଟ୍ରଫି (ETV Bharat Odisha)

କଟକ ବାରବାଟୀରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ମ୍ୟାଚରେ ଓଡିଶା ୩ ୱିକେଟରେ ମହାରାଷ୍ଟ୍ରକୁ ପରାସ୍ତ କରିଛି । ମହାରାଷ୍ଟ୍ର ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଓଡିଶା ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । । ଯାହା ଫଳରେ ୩୮ ରନର ଅଗ୍ରଣୀ ଲାଭ କରିଥିଲା ଓଡିଶା । ଲିଡ଼କୁ ଟ୍ରାଏଲ କରି ମହାରାଷ୍ଟ୍ର ତାର ଦ୍ୱିତୀୟ ଇନିଂସରେ ୧୬୬ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଘରୋଇ ଦଳ ସ୍ପିନ ବୋଲିଂ ଲାଇନ ଅପ ଗୋବିନ୍ଦ ପୋଦାର ଓ ସୁମିତ ଶର୍ମା ଯଥାକ୍ରମେ ୩ ଓ ୫ଟି ୱେକେଟ ଅକ୍ତିଆର କରି ବିପକ୍ଷ ଦଳକୁ ବଡ଼ ସ୍କୋର କରିବାରୁ ବଞ୍ଚିତ କରିଥିଲେ । ୧୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମ୍ୟାଚର ତୃତୀୟ ଦିନରେ ହାତରେ ୩ ୱେକେଟ ରଖି ଏହି ବିଜୟ ହାସଲ କରିଛି ଓଡିଶା ।

ଷଷ୍ଠ ସ୍ଥାନରେ ଟିମ ଓଡିଶା:

ରଣଜୀ ଟ୍ରଫି
ରଣଜୀ ଟ୍ରଫି (ETV Bharat Odisha)

ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଟ ପଦର୍ଶନ ପାଇଁ ଅଧିନାୟକ ଗୋବିନ୍ଦ ପୋଦାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ । ଓଡିଶା ଏହି ମ୍ୟାଚରେ ୫ ପଏଣ୍ଟ ହାସଲ କରିବା ସହ ଓଭରାଲ ୫ଟି ମ୍ୟାଚରୁ ୧୦ ପଏଣ୍ଟ ପାଇଛି । ଏହି ବିଜୟ ପରେ ୧୦ ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଟିମ ଓଡିଶା ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ରଣଜୀ ଫାଇଟ୍: କର ବା ମର ସ୍ଥିତିରେ ଓଡ଼ିଶା

ଏହା ମଧ୍ୟ ପଢ଼ନ୍ତୁ...ଦୃଷ୍ଟିବାଧିତ ଭାରତୀୟ ବିଶ୍ୱକପ୍ କ୍ରିକେଟ ଟିମରେ ୩ ଓଡ଼ିଆ ପୁଅ

  • ମହାରାଷ୍ଟ୍ର ପ୍ରଥମ ଇନିଂସ ୫୪ ଓଭରରେ ୧୬୨/୧୦ ।
  • ଓଡ଼ିଶା ପ୍ରଥମ ଇନିଂସ ୮୨.୨ ଓଭରରେ ୨୦୦/୧୦ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.