ETV Bharat / business

ଭାରତକୁ ଆମେରିକାର ଆର୍ଥିକ ଆଟାକ, କ୍ଷତିରେ ରାଜକୋଷ

ଭାରତ ଟିକସ ନେଉଛି ଯଦି ଆମେରିକା କାହିଁକି ନେବନି । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଣୁ ଭାରତକୁ gsp (ଜେନେରାଇଲଜ୍ଡ ସିଷ୍ଟମ ଅଫ ପ୍ରେଫେରନ୍ସ) ଅର୍ଥାତ କର ମୁକ୍ତ ତାଲିକାରୁ ହଟାଇବାକୁ ଆମେରିକା ସରକାର ଯୋଜନା କରୁଛନ୍ତି ।

author img

By

Published : Mar 5, 2019, 11:13 PM IST

Breaking News

ନୂଆଦିଲ୍ଲୀ: ଯେସାକୁ ତେସା ନୀତି ଆପଣେଇଲା ଆମେରିକା । ଏଥର ଭାରତ ଉପରେ ଲାଗିବ ଆମଦାନୀ ଶୁକ୍ଲ । ପାଖାପାଖି 40 ହଜାର କୋଟି ଟଙ୍କା ଗଣିବ ଭାରତ । କାହିଁକି ନା ଭାରତକୁ କରମୁକ୍ତ ତାଲିକା(GSP)ରୁ ବାଦ ଦେବାକୁ ଯୋଜନା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ସେ ସଂସଦକୁ ଚିଠି ଲେଖି ସୂଚନା ଦେଇଛନ୍ତି ।

ଭାରତ ଟିକସ ନେଉଛି ଯଦି ଆମେରିକା କାହିଁକି ନେବନି । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଣୁ ଭାରତକୁ gsp (ଜେନେରାଇଲଜ୍ଡ ସିଷ୍ଟମ ଅଫ ପ୍ରେଫେରନ୍ସ) ଅର୍ଥାତ କର ମୁକ୍ତ ତାଲିକାରୁ ହଟାଇବାକୁ ଆମେରିକା ସରକାର ଯୋଜନା କରୁଛନ୍ତି । ଆମେରିକା ଆଇନ ମୁତାବକ, ନିୟମ ପରିବର୍ତ୍ତନର ବିଜ୍ଞପ୍ତି ଜାରି ହେବାର 2 ମାସ ପରେ ଏହାକୁ ଲାଗୁ କରାଯିବ । ଆଉ ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ, ଭାରତକୁ ପାଖାପାଖି 40 ହଜାର କୋଟି ଟଙ୍କାର ଟିକସ ଦେବାକୁ ପଡିବ ।

ଏବେ ସୁଦ୍ଧା ଆମେରିକା ଭାରତ ଠାରୁ କୌଣସି ପ୍ରକାର ଆମଦାନୀ ଶୁକ୍ଲ ନେଉନାହିଁ । ଫଳରେ ଭାରତର 5.6 ଅରବ ଡଲାର (40,000 କୋଟି ଟଙ୍କା)ର ଆମଦାନୀ ଶୁକ୍ଲ ଛାଡ ହେଉଛି । ହେଲେ ଏବେ ଜିଏସପିରୁ ବାହାରିବା ପରେ ଭାରତକୁ ଅଧିକ କ୍ଷତି ସହିବାକୁ ପଡିବ । ଯାହାର ପ୍ରଭାବ ଦେଶ ରାଜସ୍ବ ଉପରେ ଭାରୀ ମାତ୍ରାରେ ପଡିବ । କାରଣ ଭାରତ ଜିଏସପିର ବଡ ହିତାଧିକାରୀ । ଏହା ବଳରେ ଦେଶ ଅଧିକ ଆୟ କରିଥାଏ ।

undefined

ପ୍ରକାଶ ଥାଉ ଯେ, ଆମେରିକା କର ବ୍ୟବସ୍ଥାକୁ ନେଇ ଭାରତ ଉପରେ ଖପ୍ପା ରହିଛି । ଏକ ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ଆମେ ଭାରତକୁ ହାର୍ଲି ଡାଭିଡସନ ବାଇକ ପଠାଉଛୁ ସେମାନେ ତାହା ଉପରେ 100% ଟିକସ ଲଗାଉଛନ୍ତି । କିନ୍ତୁ ଯେବେ ଭାରତ ଆମକୁ କୌଣସି ବାଇକ ରପ୍ତାନୀ କରେ ସେଥିରେ ଆମେ ଆଦୌ ଟିକସ ଲଗାଉନାହିଁ । ଏଣୁ ଏବେ ଆମେରିକା ମଧ୍ୟ ସେହି ପରିମାଣର ଟିକଲ ଲଗାଇବ, ଯେଉଁ ପରିମାଣରେ ଅନ୍ୟ ରାଷ୍ଟ୍ର ତା'ଠାରୁ ନିଅନ୍ତି ବୋଲି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.