ETV Bharat / business

ଆମେରିକା ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ପାଇଁ 3 ହଜାର ଅରବ ଡଲାର ବ୍ୟୟ

author img

By

Published : Sep 7, 2020, 1:53 PM IST

ମହାମାରୀରେ ପ୍ରଭାବିତ ଆମେରିକା ଅର୍ଥବ୍ୟବସ୍ଥାକୁ ଭିଟାମିନ ଦେବାକୁ ଟ୍ରମ୍ପ ସରକାର ପୁଞ୍ଜି ଖଟାଇବା ସହ ନିଯୁକ୍ତିକୁ ଫୋକସ କରୁଛନ୍ତି । ଅଧିକ ପଢନ୍ତୁ..

ଆମେରିକା ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ପାଇଁ 3 ହଜାର ଅରବ ଡଲାର ବ୍ୟୟ
ଆମେରିକା ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ପାଇଁ 3 ହଜାର ଅରବ ଡଲାର ବ୍ୟୟ

ୱାଂଶିଟନ:କୋରୋନା ଭାଇରସ ମହାମାରୀରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ପାଇଁ ଟ୍ରମ୍ପ ସରକାର 3 ହଜାର ଅରବ ଡଲାର ପୁଞ୍ଜି ନିବେଶ କରିଛନ୍ତି । ଆମେରିକାର ଅର୍ଥ ମନ୍ତ୍ରୀ ଷ୍ଟିଭେନ ମ୍ନ୍ୟୁଚିନ ଏନେଇ ସୂଚନା ଦେଇଛନ୍ତି।

ମ୍ନ୍ୟୁଚିନ ଏକ ଗଣମାଧ୍ୟମରେ ଦେଇଥବା ସାକ୍ଷାତକାରରେ କହିଛନ୍ତି କି, ଅର୍ଥବ୍ୟବସ୍ଥାକୁ ନେଇ ଆମର ଯୋଜନା ଯେଉଁଭଳି ରିଜଲ୍ଟ ଦେଉଛି, ସେଥିପାଇଁ ଆମେ ଓ ରାଷ୍ଟ୍ରପତି ଏହା ଦ୍ବାରା ଅଧିକ ଖୁସି ହୋଇପାରିବୁ ନାହିଁ । ଆମେ ଆର୍ଥିକ ପ୍ରଣାଳୀରେ 3ହଜାର ଅରବ ଡଲାରର ପୁଞ୍ଜି ଲଗାଇଛୁ । ଲୋକମାନେ ଭାବୁଛନ୍ତି କି ବେକାରୀ ହାର 25 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ । ହେଲେ ଆମର ସୌଭାଗ୍ୟ କି ବେକାରୀ ହାର ଏହାର ଆଖପାଖ ମଧ୍ୟ ଯିବ ନାହିଁ । ବର୍ତ୍ତମାନ ଦେଶରେ ବେକାରୀ ହାର ଏବେ 8.4 ପ୍ରତିଶତ ସ୍ତରରେ ରହିଛି ।

ଟ୍ରମ୍ପ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ ପାଇଁ ଚେଷ୍ଟା କରୁଛନ୍ତି । ଏଥିସହ ଲୋକଙ୍କୁ ରୋଜଗାର ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଆମେ ଚିନ୍ତା କରୁଛୁ କି ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିବାକୁ ହେବ । ମହାମାରୀ ପୂର୍ବ ସ୍ତରକୁ ପହଞ୍ଚିବା ପାଇଁ 75 ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ପଡିବ । ମହାମାରୀରେ ପ୍ରଭାବିତ ବ୍ୟବସାୟୀଙ୍କୁ ସହଯୋଗ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.