ETV Bharat / business

ଭାରତରେ କାରବାର ବନ୍ଦ କରିବ ଟିକଟକ

author img

By

Published : Jan 27, 2021, 4:32 PM IST

ବାଇଟଡ୍ୟାନ୍ସ ଭାରତରେ ଏହାର କାରବାର ବନ୍ଦ କରିବା ନେଇ ଘୋଷଣା କରିଛି । ଭାରତରେ ଟିକଟକ ଓ ହାଲୋ ଆପର ମାଲିକାନା ରଖିଥିବା ଏହି କମ୍ପାନୀର ସେବା ଉପରେ ପ୍ରତିବନ୍ଧକ ଜାରି ରହିଛି । ଅଧିକ ପଢନ୍ତୁ..

ଭାରତରେ କାରବାର ବନ୍ଦ କରିବ ଟିକଟକ
ଭାରତରେ କାରବାର ବନ୍ଦ କରିବ ଟିକଟକ

ନୂଆଦିଲ୍ଲୀ: ଚୀନର ସୋସିଆଲ ମିଡିଆ କମ୍ପାନୀ ବାଇଟଡ୍ୟାନ୍ସ ଭାରତରେ ଏହାର କାରବାର ବନ୍ଦ କରିବା ନେଇ ଘୋଷଣା କରିଛି । ଭାରତରେ ଟିକଟକ ଓ ହାଲୋ ଆପର ମାଲିକାନା ରଖିଥିବା ଏହି କମ୍ପାନୀର ସେବା ଉପରେ ପ୍ରତିବନ୍ଧକ ଜାରି ରହିଛି ।

ଟିକଟିକର ବୈଶ୍ବିକ ଅନ୍ତରିଣ ପ୍ରମୁଖ ବେନେସା ପାପ୍ସପ (Vanessa Pappas) ଓ ଗ୍ଲୋବାଲ ବିଜନେସ ସଲ୍ୟୁସନ୍ସ ବ୍ଲାକ ଚାଣ୍ଡଲେ (Blake Chandley) କର୍ମଚାରୀଙ୍କୁ ପଠାଇଥିବା ଏକ ଇମେଲରେ କମ୍ପାନୀର ନିର୍ଣ୍ଣୟ ବିଷୟରେ କହିଛନ୍ତି କି, ସେମାନେ ଟିମର ଆକାରକୁ କମ କରିବାକୁ ଯାଉଛନ୍ତି । ଆଉ ଏହି ନିର୍ଣ୍ଣୟ ଦ୍ବାରା ଭାରତର ସମସ୍ତ କର୍ମଚାରୀ ପ୍ରଭାବିତ ହେବେ । ଅଧିକାରୀମାନେ ପୁଣି ଭାରତକୁ କମ୍ପାନୀର କମବ୍ୟାକ ଉପରେ ଅନିଶ୍ଚିତତା ବ୍ୟକ୍ତ କରିଛନ୍ତି । ତେବେ ଆଗାମୀ ସମୟରେ ପୁଣି କମ୍ପାନୀ ଆସିବ ଆଶା ରହିଛି ।

ଇମେଲରେ କୁହାଯାଇଛି କି, ‘‘ ଆମେ ଜାଣିନୁ କି ଆମେ ଭାରତକୁ କେବେ ଫେରିବୁ, ଆମେ ଆମର Flexibility ଉପରେ ଭରସା କରୁଛୁ । ଆଉ ଆଗାମୀ ସମୟରେ ଏଭଳି କରିବାକୁ ଇଚ୍ଛା ରଖିଛୁ । ’’

ବାଇଟଡ୍ୟାନ୍ସର ଏକ ସୂତ୍ର ଅନୁସାରେ କମ୍ପାନୀ ବୁଧବାରକୁ ଏକ କାର୍ଯ୍ୟକ୍ରମ ଆୟୋଜନ କରି ଭାରତରେ କାରବାର ବନ୍ଦ କରିବା ବିଷୟରେ ଜଣାଇଛି । ଏ ନେଇ ଟିକଟକର ପ୍ରବକ୍ତା କହିଛନ୍ତି କି, କମ୍ପାନୀ 2020 ଜୁନ 29ରୁ ଜାରି ଭାରତ ସରକାରଙ୍କ ଆଦେଶକୁ ଲଗାତାର ପାଳନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.