ETV Bharat / business

ଭାରତରେ ଟିକଟକ୍‌ ବ୍ୟାନ, 6 ଅରବ ଡଲାର କ୍ଷତି ସହିପାରେ ଚୀନ - ଟିକଟିକ ବ୍ୟାନ

ଦେଶରେ ଟିକଟକ ବ୍ୟାନ ପରେ ଚୀନ କମ୍ପାନୀକୁ ପ୍ରାୟ 6 ଅରବ ଡଲାର କ୍ଷତି ହେବା ସମ୍ଭାବନା ରହିଛି । ଏ ନେଇ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

ଭାରତରେ ଟିକଟକ ବ୍ୟାନ, 6 ଅରବ ଡଲାର କ୍ଷତି ସହିପାରେ ଚୀନ

author img

By

Published : Jul 4, 2020, 1:17 PM IST

ବେଜିଂ: ଟିକଟକ ଆପ ଉପରେ ମାଲିକାନା ହକ ରଖିଥିବା ଚୀନ ବାଇଟଡ୍ୟାନ୍ସ ଡିମିଟେଡର 3ଟି ଆପକୁ ଭାରତରେ ବ୍ୟାନ କରାଯାଇଛି । ଏଥିଯୋଗୁଁ କମ୍ପାନୀକୁ ପ୍ରାୟ 6 ଅରବ ଡଲାର କ୍ଷତି ହେବା ଅନୁମାନ ରହିଛି ।

ଟିକଟକ ସମେତ ବାଇଟଡ୍ୟାନ୍ସର ଭିଗୋ ଭିଡିଓ ଏବଂ ହାଲୋ ଆପ ଉପରେ ପ୍ରତିବନ୍ଧକ ଲଗାଇଛି । କେବଳ ଏତିକି ନୁହେଁ ସୋମବାର ଭାରତ ସରକାର ଚୀନର ମୋଟ 59 ଆପ ଉପରେ ରୋକ ଲଗାଇଛନ୍ତି । ଏଥିରେ ୟୁସି ବ୍ରାଉଚର, ଭିଚାଟ, ସେୟାରଚାଟ ଆଦି ସାମିଲ ରହିଛି । ଦେଶର ସୁରକ୍ଷା, ଅଖଣ୍ଡତା ବଜାୟ ରଖିବା ଲକ୍ଷ୍ୟରେ ସରକାର ଏହି ଆପକୁ ବନ୍ଦ କରିଥିବା ଦର୍ଶାଇଛନ୍ତି । ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ସହ ଯୋଡାଯାଇଛି । ଏହି ସଂଘର୍ଷରେ ଭାରତର 20 ଯବାନ ସହିଦ ହୋଇଛନ୍ତି ।

ଚୀନର ଫାଇନାନ୍ସିଆଲ ଗ୍ଲୋବାଲ ଡକ କମ୍‌ ପକ୍ଷରୁ ବାଇଟଡ୍ୟାନ୍ସର ଜଣେ ବରିଶ୍ଠ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ କୁହାଯାଇଛି କି ଭାରତରେ ଆପ ବ୍ୟାନ ଦ୍ବାରା କମ୍ପାନୀରୁ ପ୍ରାୟ 6 ଅରବ ଡଲାର କ୍ଷତି ହେବ। ଯାହାକି ଅନ୍ୟ ଆପ ତୁଳନାରେ ବହୁତ ଅଧିକ । ବାଇଡ୍ୟାନ୍ସର ଚୀନର ଏକ ନାମୀଦାମୀ ଟେକ୍ନୋଲୋଜି କମ୍ପାନୀ । ତେବେ ଡାଟା ସୁରକ୍ଷା ନେଇ କମ୍ପାନୀକୁ ଭାରତ ବ୍ୟତିତ ଅନ୍ୟ ଦେଶରେ ସ୍ଥାନୀୟ ସରକାରଙ୍କ ବିରୋଧରେ ସାମ୍ନା କରିବାକୁ ପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.