ETV Bharat / business

ଇସ୍ତଫା ଦେଲେ ଟିକଟକ ସିଇଓ - TikTok CEO

ଭାରତରେ ଟିକଟକ ବ୍ୟାନ ଓ ଆମେରିକାର ଚାପ ମଧ୍ୟରେ ଟିକଟକ ନୂଆ ସିଇଓ କେଭିନ ମେୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ..

ଇସ୍ତଫା ଦେଲେ ଟିକଟକ ସିଇଓ
ଇସ୍ତଫା ଦେଲେ ଟିକଟକ ସିଇଓ
author img

By

Published : Aug 27, 2020, 1:21 PM IST

ନୂଆଦିଲ୍ଲୀ: ଚୀନ ସର୍ଟ ଭିଡିଓ ଆପ ଟିକଟକର ସମସ୍ୟା ଥମିବା ନା ଧରୁନି । ଭାରତରେ ଏହି ଆପ ବ୍ୟାନ ପରେ ଆମେରିକା ମଧ୍ୟ ଟିକଟକକୁ ବ୍ୟାନ କରିବାକୁ ଚେତାବନୀ ଦେଇଛି । ଏସବୁ ବିବାଦ ମଧ୍ୟରେ ଟିକଟକ ନୂଆ ସିଇଓ କେଭିନ ମେୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

କେଭିନ ମେୟର ଏ ବର୍ଷ ମେ ମାସରେ ଡିଜନୀ ଷ୍ଟ୍ରିମିଂର ପ୍ରମୁଖ ପଦ ଛାଡିବା ପରେ ଟିକଟକରେ ଯୋଗ ଦେଇଥିଲେ ।

କେଭିନ ଚିଠି ଲେଖିଛନ୍ତି କି, ‘‘ ନିକଟ ସପ୍ତାହରେ ରାଜନୈତିକ ବାତାବରଣରେ ଦ୍ରୁତ ଗତିରେ ପରିବର୍ତ୍ତନ ଆସିଛି । ମୁଁ ଏ ନେଇ ଅନେକ ମହତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି , ଯାହା କର୍ପୋରେଟ୍ ଭିତ୍ତିଭୂମି ପାଇଁ ଆବଶ୍ୟକ । ମୁଁ ଭାରି ହୃଦୟରେ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ କମ୍ପାନୀ ଛାଡିବାକୁ ନିଷ୍ପତ୍ତି ନେଇଛି।’’

ଆମେରିକା ବ୍ୟବସାୟ ବିକ୍ରୟ ପାଇଁ ଟିକଟକ ଉପରେ ଚାପରେ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚେତାବନୀ ସ୍ୱରରେ କହିଛନ୍ତି ଯେ ଯଦି ଟିକଟକ ଆମେରିକାରେ ବ୍ୟବସାୟ କରିବାକୁ ଚାହେଁ ତେବେ ଚୀନ ସହ ସମ୍ପର୍କ ଭାଙ୍ଗିବାକୁ ପଡିବ ଏବଂ ଆମେରିକାର ବ୍ୟବସାୟକୁ ଆମେରିକୀୟ କମ୍ପାନୀକୁ ଦେବାକୁ ପଡିବ। ଏଥିପାଇଁ ଟିକଟକକୁ 90 ଦିନ ସମୟ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.