ETV Bharat / business

ଜାଣିରଖନ୍ତୁ...ଏପ୍ରିଲରୁ ପ୍ରଭାବିତ ହୋଇପାରେ ଆପଣଙ୍କ ପକେଟ - ଆଇଟି ରିଟର୍ଣ୍ଣ

ସତର୍କ , ସାବଧାନ ! ଏପ୍ରିଲ ପହିଲାରୁ ବଦଳିବ ଏହି ସବୁ ନିୟମ । ଏହା ଆପଣଙ୍କ ପକେଟକୁ କରିପାରେ ପ୍ରଭାବିତ । ସେହିପରି ଏ ବର୍ଷ ଶେଷ ହେଉଥିବା ସେବା ଉପରେ ବି ପକାନ୍ତୁ ନଜର..

ଜାଣିରଖନ୍ତୁ.. ଏପ୍ରିଲରୁ ପ୍ରଭାବିତ ହୋଇପାରେ ଆପଣଙ୍କ ପକେଟ

author img

By

Published : Mar 29, 2021, 8:32 PM IST

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଏଥିସହ ବଦଳିବ ଏଭଳି ବହୁ ନିୟମ, ଯାହା ଆପଣଙ୍କ ଦୈନନ୍ଦିନ ଜୀବନକୁ କରିବ ପରିବର୍ତ୍ତନ । ମାର୍ଚ୍ଚ 31ରେ ଆର୍ଥିକ ବର୍ଷ ଶେଷ ହୋଇଥାଏ । ଏଭଳି ସ୍ଥିତିରେ ବହୁ କାମ ରହିଥାଏ, ଯାହାର ସମୟସୀମା ମାର୍ଚ୍ଚ 31 ଯାଏଁ ନିର୍ଦ୍ଧାରିତ ହୋଇଛି । ବିଶେଷ କରି ଟିକସ ସହ ଜଡିତ କାମ, ଯଦି ଧାର୍ଯ୍ୟ ସମୟରେ ଏସବୁ ନ ସାରନ୍ତି ତେବେ ଗଣିବାକୁ ହେବ ମୋଟା ଅଙ୍କର ଜୋରିମାନା । କେବଳ ଆୟକର ଟିକସ ନୁହେଁ , ହୋମ ଲୋନ, ପାନ ସହ ଆଧାର ଲିଙ୍କ ଆଦି କାମ ତୁରନ୍ତ ସାରନ୍ତୁ ।

କୋରୋନା ଭାଇରସ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ବିଭିନ୍ନ ସ୍କିମ ଓ ଅନେକ ପ୍ରକାର ନିୟମ ପାଳନ କରିବା ସମୟସୀମାକୁ ବଢାଇଛନ୍ତି । ତେବେ ଜାଣିରଖନ୍ତୁ ମାର୍ଚ୍ଚ ଶେଷରେ ସରୁଥିବା ବିଭିନ୍ନ କାର୍ଯ୍ୟ ପ୍ରକ୍ରିୟା ଓ ଏପ୍ରିଲରୁ ବଦଳୁଥିବା ନିୟମ ।

1.ଏଲପିଜି ସିଲିଣ୍ଡର ଦାମ

ସରକାର ପ୍ରତି ମାସରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଘୋଷଣା କରନ୍ତି । ଏଣୁ ଏପ୍ରିଲ ପହିଲାରେ ମଧ୍ୟ ଏଲପିଜି ମୂଲ୍ୟରେ ବୃଦ୍ଧି ଘଟିପାରେ । 2021 ମାର୍ଚ୍ଚରେ, ନୂଆଦିଲ୍ଲୀରେ LPG ସିଲିଣ୍ଡର ପିଛା 769 ରୁ ବଢି 819 ଟଙ୍କା ହୋଇଛି ।

2. ପିଏଫ ଉପରେ ଲାଗିବ ଟିକସ

ଏପ୍ରିଲ ପହିଲାରୁ ଉଚ୍ଚ ଆୟକାରୀ ବେତନଭୋଗୀଙ୍କୁ ଲାଗିବ ବଡ ଝଟକା । ବଜେଟ ପ୍ରସ୍ତାବ ଅନୁସାରେ ବର୍ଷକୁ 2.5 ଲକ୍ଷ ପର୍ଯ୍ୟନ୍ତ ପିଏଫ ସୁଧ ଆୟ ଉପରେ ଲାଗିବ ଟିକସ । ତେବେ ଏହା କେବଳ କର୍ମଚାରୀଙ୍କ ଯୋଗଦାନ ଉପରେ ଲଗାଯିବ । ଫଳରେ ଉଚ୍ଚ ଆୟକାରୀ ବେତନଭୋଗୀ ପ୍ରଭାବିତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜଣାଇଥିଲେ କି ପ୍ରତି ମାସରେ 2 ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

3.ବରିଷ୍ଠ ନାଗରିକ ଭରିବେନି ଆଇଟି ରିଟର୍ଣ୍ଣ

75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ଆୟକର ରିଟର୍ଣ୍ଣ ଛାଡ କରିବାକୁ ବଜେଟରେ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବରିଷ୍ଠ ପେନସନଭୋଗୀ ITR ଭରିବେନି । ପେନସନରୁ ଆୟ ଉପରେ ଟିକସ ଦେବାକୁ ପଡିବନି ବୋଲି ଦର୍ଶାଇଛନ୍ତି ଅର୍ଥମନ୍ତ୍ରୀ । ଅର୍ଥାତ ଯେଉଁମାନେ ପେନସନ ସୁଧ ଓ ଏଫଡି ସୁଧ ଉପରେ ନିର୍ଭର କରୁଥିଲେ ସେମାନେ ରିଟର୍ଣ୍ଣ ଟେନସନରୁ ଏପ୍ରିଲ ପହିଲାରୁ ମୁକ୍ତି ପାଇବେ ।

4. ବେକାର ହୋଇଯିବ ଏହି ବ୍ୟାଙ୍କ ପାସବୁକ

ଯଦି ଆପଣ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନାଟାଇଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଆହ୍ଲାବାଦ ବ୍ୟାଙ୍କ ଗ୍ରାହକ ତେବେ ଏପ୍ରିଲ ପହିଲାରୁ ହୁଅନ୍ତୁ ସତର୍କ । ଏହି 7ଟି ବ୍ୟାଙ୍କର ଗ୍ରାହକଙ୍କ ପାସବୁକ ଏବଂ ଚେକ ବୁକ ହେବ ନିଷ୍କ୍ରିୟ । ଏହି ସବୁ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହ ହୋଇଛି ମିଶ୍ରଣ ।

5.ଗଣିବେ ଦୁଇଗୁଣା ଟିଡିଏସ

କଡାକଡି ହେବ ଆଇଟି ରିଟର୍ଣ୍ଣ । ଏପ୍ରିଲ୍ 1, 2021 ରୁ TDS ପାଇଁ ଆୟକର ନିୟମ ମଧ୍ୟ ପରିବର୍ତ୍ତନ ହେବ । ଯଦି ଜଣେ ବ୍ୟକ୍ତି ଆୟକର ରିଟର୍ଣ୍ଣ (ITR) ଦାଖଲ ନ କରନ୍ତି, ତେବେ ବ୍ୟାଙ୍କ ଜମା ଉପରେ TDS ହାର ଦୁଇଗୁଣା ହେବ ।

6.ପାନ- ଆଧାର ଲିଙ୍କ

ପାନ ସହ ଯଦି ଆଧାର ଆପଣ ଲିଙ୍କ କରିନଥିବେ ତେବେ ଏପ୍ରିଲରୁ ଏହା ହେବ ଅବୈଧ । ଏଥିସହ ଆପଣଙ୍କୁ କୌଣସି କାମ ପାଇଁ ଏପ୍ରିଲ ପରେ 1000 ଟଙ୍କା ଗଣିବାକୁ ହେବ ।

7.ଆଇଟିଆର ଫାଇଲ

ଏପର୍ଯ୍ୟନ୍ତ, ଯଦି 2019-20 ଆର୍ଥିକ ବର୍ଷର ସଂଶୋଧିତ କିମ୍ବା ବିଳମ୍ବିତ ଆୟକର ରିଟର୍ଣ୍ଣ (ITR) ଭରଣା ହୋଇନାହିଁ, ତେବେ ଏହାକୁ ପୂରଣ କରିବାର ସମୟସୀମା 2021 ମାର୍ଚ୍ଚ31 ରେ ଶେଷ ହେବ । ନଚେତ ବିଳମ୍ବିତ ଆୟକର ରିଟର୍ଣ୍ଣ ଦାଖଲ କରିବା ବେଳେ ଆପଣଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ବିଳମ୍ବ ଜୋରିମାନା ଦେବାକୁ ପଡିପାରେ । ଯଦି ଆପଣଙ୍କର ଆୟ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ତେବେ ଆପଣଙ୍କୁ କେବଳ 1000 ଟଙ୍କା ଫି ଦେବାକୁ ପଡିବ ।

8.ଜିଏସଟି ରିଟର୍ଣ୍ଣ ଫାଇଲିଂ

2019-20 ଆର୍ଥିକ ବର୍ଷ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ଶେଷ ତାରିଖ 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ ରହିଛି । ଟିକସଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି GSTR-9 ଏବଂ GSTR-9C ଦାଖଲ ତାରିଖ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା ।

9.ବିବାଦ ସେ ବିଶ୍ବାସ ସ୍କିମ

ବିବାଦ ସେ ବିଶ୍ବାସ ' ଯୋଜନା ଅଧୀନରେ ଘୋଷଣାପତ୍ର ଦାଖଲ କରିବାର ଶେଷ ତାରିଖ 31 ମାର୍ଚ୍ଚକୁ ବୃଦ୍ଧି କରାଯାଇଥିଲା । ପ୍ରତ୍ୟକ୍ଷ କର ‘ବିବାଦ ସେ ବିଶ୍ବାସ’ ଆଇନ 17 ମାର୍ଚ୍ଚ 2020 ରେ ଲାଗୁ ହୋଇଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିଚାରାଧୀନ ବିବାଦର ସମାଧାନ କରିବା । ତମାମ କୋର୍ଟରେ 9.32 ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସହ ଜଡିତ 4.83 ଲକ୍ଷ ମାମଲା ବିଚାରାଧୀନ ଅଛି। ଏହି ଯୋଜନା ଅଧୀନରେ ଟିକସଦାତାଙ୍କୁ କେବଳ ବିବାଦୀୟ ଟିକସ ରାଶି ଦେବାକୁ ପଡିବ । ସେମାନେ ସୁଧ ଏବଂ ଜୋରିମାନା ଉପରେ ସମ୍ପୂର୍ଣ୍ଣ ରିହାତି ପାଇବେ ।

10.PMAY କ୍ରେଡିଟ ଲିଙ୍କଡ ସବସିଡି ସ୍କିମ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କ୍ରେଡିଟ୍ ସବସିଡି ଫାଇଦା ନେବାର ଶେଷ 2021 ମାର୍ଚ୍ଚ 31 । ଏହା ଅଧୀନରେ ଗୃହ ଋଣ ଉପରେ କ୍ରେଡିଟ୍ ଲିଙ୍କ୍ ସବସିଡି ମିଳିଥାଏ । 6 ଲକ୍ଷରୁ 18 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତିମାନେ ଏହି ଯୋଜନା ପାଇପାରିବେ ।

11.ଏପ୍ରିଲରୁ ହାତକୁ ଆସିବ କମ ଦରମା

ଆସନ୍ତା ଏପ୍ରିଲରୁ ଦେଶରେ ନୂଆ ଦରମା କୋଡ ଲାଗୁ ହେବ । ଏହା ଅଧିନରେ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କ ପେ’ ପ୍ୟାକେଜର ପୁନଃ ସଂରଞ୍ଚନା କରିବେ । ଏହା ଅଧିନରେ ପିଏଫ ଓ ଗ୍ରାଚ୍ୟୁଇଟି ରାଶିକୁ ବୃଦ୍ଧି କରାଯାଉଥିଲାବେଳେ କର୍ମଚାରୀଙ୍କ ହାତକୁ ଆସୁଥିବା ଦରମା ହ୍ରାସ ହେବ । ନୂଆ ନିୟମ ଅନୁସାରେ କର୍ମଚାରୀଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରକାର ଭତ୍ତା ମୋଟ ପାରିଶ୍ରମିକର 50 ପ୍ରତିଶତରୁ ଅଧିକ ହେବ ନାହିଁ । ଅର୍ଥାତ ଏପ୍ରିଲ ମାସରୁ ମୂଳ ଦରମା , ମୋଟ ଦରମାର 50 ପ୍ରତିଶତ କିମ୍ବା ତା ଠାରୁ ଅଧିକ ରହିବ । ଫଳରେ କର୍ମଚାରୀଙ୍କ ଅବସର ପରବର୍ତ୍ତୀ ଗ୍ରାଚ୍ୟୁଇଟି ରାଶି ଅଧିକ ରହିବ । ତେବେ ଗ୍ରାଚ୍ୟୁଇଟିକୁ ମୂଳ ଦରମା ଆଧାରରେ ହିସାବ କରାଯିବ । ଏସବୁ ଦ୍ବାରା ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ପ୍ରଭାବିତ ହେବ । କାରଣ ଏମାନଙ୍କ ଭତ୍ତା ଅଧିକ ରହିଥାଏ । ହେଲେ ନୂଆ ଆଇନ ପରେ ସେମାନଙ୍କ ହାତକୁ କମ ଟଙ୍କା ଆସିବ ।

12.ଅବସର ପରେ ମିଳିବ ଅଧିକ ଟଙ୍କା

ଦରମାର ନୂଆ ନିୟମ ଦ୍ବାରା ଗ୍ରାଚ୍ୟୁଇଟି ଓ ପିଏଫରେ ଯୋଗଦାନ ବଢିବ । ଯାହା ଦ୍ବାରା ଅବସର ପରେ ମିଳିବାକୁ ଥିବା ରାଶିରେ ବୃଦ୍ଧି ହେବ । ଉଚ୍ଚ ବେତନଭୋଗୀଙ୍କ ଦରମାରେ ସବୁଠୁ ଅଧିକ ପରିବର୍ତ୍ତନ ହେବ । ଆଉ ଏଥିଯୋଗୁଁ ସେମାନେ ସବୁଠୁ ଅଧିକ ପ୍ରଭାବିତ ହେବ । ପିଏଫ ଓ ଗ୍ରାଚ୍ୟୁଇଟି ବଢିବା ଦ୍ବାରା କମ୍ପାନୀର ଖର୍ଚ୍ଚ ମଧ୍ୟ ବଢିବ । ସେମାନେ କର୍ମଚାରୀଙ୍କ ପିଏଫରେ ଅଧିକ ଯୋଗଦାନ ଦେବେ । ଫଳରେ କମ୍ପାନୀର ବାଲାନ୍ସ ସିଟ ପ୍ରଭାବିତ ହେବ ।

13.LTC ଯୋଜନାରେ ରିହାତି

ଗତ ବର୍ଷ କୋଭିଡ-19 ପ୍ରକୋପ ଯୋଗୁଁ କେନ୍ଦ୍ର ସରକାର ଅବକାଶ ଯାତ୍ରା ରିହାତି ଯୋଜନାରେ ରିହାତି ଘୋଷଣା କରିଛନ୍ତି । ଏହି ରିହାତି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ 2020 ଅକ୍ଟୋବର 12 ମଧ୍ୟରେ କରାଯାଇଥିବା ଖର୍ଚ୍ଚ ଉପରେ ଆୟକର ଲାଭର ଦାବି କରିବା ଅନୁମତି ମିଳିଛି । 2021 ମାର୍ଚ୍ଚ 31, ପର୍ଯ୍ୟନ୍ତ ଯାତ୍ରା ଖର୍ଚ୍ଚ ବଦଳରେ ଜିଏସଟି ହାର 12 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ସାମଗ୍ରୀ କ୍ରୟ ଉପରେ ରିହାତି ମିଳିପାରିବ । ଏହି ଛାଡ 1 ଏପ୍ରିଲରୁ ପ୍ରଯୁଜ୍ୟ ହେବ ନାହିଁ ।

14.ହୋମ ଲୋନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ , କୋଟାକ ବ୍ୟାଙ୍କ , ଏଚଡିଏଫସି , ଆଇସିଆଇସିଆଇ ହୋମ ଲୋନ ସୁଧ ହ୍ରାସ ହୋଇଛି । ମାର୍ଚ୍ଚ 31 ଭିତରେ ଯଦି ଆବେଦନ କରନ୍ତି ତେବେ 6.70 ପ୍ରତିଶତ ହାରରେ ମିଳିବ ହୋମ ଲୋନ । କୋଟାକ ବ୍ୟାଙ୍କ 6.65 ପ୍ରତିଶତ ସୁଧ ହାରରେ ଲୋନ ଦେଉଛି ।

15.ମହଙ୍ଗା ହେବ କାର ଦାମ

ଏପ୍ରିଲରୁ ଗାଡି କିଣିବା ହେବ ମହଙ୍ଗା । ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଦାମ ବୃଦ୍ଧି ଘୋଷଣା ପରେ ନିସାନ ଇଣ୍ଡିଆ ଏହାର କାର ଦାମ ବଢାଇବ । ସେହିଭଳି ଅନ୍ୟ କେତେକ ବ୍ରାଣ୍ଡ ବି ସେମାନଙ୍କ ଉତ୍ପାଦ ଖର୍ଚ୍ଚ ବ୍ୟୟବହୁଳ ଦର୍ଶାଇ ଗାଡି ଦାମ ବଢାଇବାକୁ ନିର୍ଣ୍ଣୟ ନେଇଛନ୍ତି ।

16.ଏପ୍ରିଲରୁ ବଢିବ ବିମାନ ସିକ୍ୟୁରିଟି ଫି’

ବିମାନ ଯାତ୍ରା ପାଇଁ ଭଡା ବଢିବା ପରେ ଏବେ ଆଭିଏସନ ସିକ୍ୟୁରିଟିଜ ଫିସ (ASF, ବିମାନ ସୁରକ୍ଷା ଶୁଳ୍କ ) ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ଆଭିଏସନ ସିକ୍ୟୁରିଟିଜ ଫିସର ନୂଆ ଦର ଏପ୍ରିଲ 1ରୁ ଲାଗୁ ହେବ । ଘରୋଇ ଯାତ୍ରୀଙ୍କ ପାଇଁ ଆଭିଏସନ ସିକ୍ୟୁରିଟିଜ ଫିସ 200 ଟଙ୍କା ରହିବ । ଯାହାକି ଏବେ 160 ଟଙ୍କା ରହିଛି । ସେହିପରି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଆଭିଏସନ ସିକ୍ୟୁରିଟିଜ ଫିସ 12 ଡଲାର ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.