ETV Bharat / business

‘ବ୍ୟାଙ୍କ ଋଣ ଦେବାକୁ ପ୍ରସ୍ତୁତ, ହେଲେ ଗ୍ରାହକଙ୍କୁ ଘାରିଛି ଭୟ’ - SBI Chairman

ବ୍ୟାଙ୍କ ଋଣ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ନେବାକୁ ନାରାଜ ଗ୍ରାହକ । ଏଥିପାଇଁ ଟଙ୍କା ରିଜର୍ଭ ବ୍ୟାଙ୍କ ପାଖରେ ରଖିବା ବ୍ୟତୀତ ବ୍ୟାଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି କହିଛନ୍ତି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର । ଅଧିକ ପଢନ୍ତୁ..

There is risk aversion at borrowers' end, says SBI Chairman
‘ବ୍ୟାଙ୍କ ଋଣ ଦେବାକୁ ପ୍ରସ୍ତୁତ, ହେଲେ ଗ୍ରାହକଙ୍କୁ ଘାରିଛି ଭୟ’
author img

By

Published : Jun 3, 2020, 3:47 PM IST

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଦେବାକୁ ପ୍ରସ୍ତୁତ ରହିଛି । ହେଲେ ଗ୍ରାହକ ଋଣ ନେବାକୁ ଆଗକୁ ଆସୁନାହାଁନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଅଧ୍ୟକ୍ଷ ରଜନୀଶ କୁମାର ଏ ନେଇ ନିଜ ପ୍ରତିକ୍ରିୟାରେ ଦେଇଛନ୍ତି ।

ଏବେ ଗ୍ରାହକ ବିପଦ ମୁଣ୍ଡାଇ ଋଣ ନେବାକୁ ଭୟ କରୁଛନ୍ତି ବୋଲି କୁମାର କହିଛନ୍ତି । ସେ କହିଛନ୍ତି ଯେ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) କ୍ଷେତ୍ରକୁ 3 ଲକ୍ଷ କୋଟି ଋଣ ଗ୍ୟାରେଣ୍ଟି ଯୋଜନାକୁ ନେଇ ବ୍ୟାଙ୍କ ଆଶାବାଦୀ । ଏହି ଯୋଜନା ମାଧ୍ୟମରେ ସରକାର ପରୋକ୍ଷରେ 30,000 କୋଟି ଟଙ୍କା ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କକୁ ଯୋଗାଇଛନ୍ତି ।

ଭାରତୀୟ ଉଦ୍ୟୋଗ ପରିସଂଘ(CII)ର ବାର୍ଷିକ ବୈଠକକୁ ସମ୍ବୋଧନ କରି କୁମାର ବ୍ୟାଙ୍କର ଜମା ରିଜର୍ଭ ବ୍ୟାଙ୍କ ପାଖରେ ରଖିବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେ କହିଛନ୍ତି କି, ଆମେ ପାଖରେ ପାଣ୍ଠି ଅଛି , ହେଲେ ଋଣ ଚାହିଦା ନାହଁ ।

ଏପରି ସ୍ଥିତିରେ ଟଙ୍କା ରିଜର୍ଭ ବ୍ୟାଙ୍କ ପାଖରେ ରଖିବା ବ୍ୟତିତ ବ୍ୟାଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ । କାରଣ ଗ୍ରାହକ ଏବେ ରିସ୍କ ନେବାକୁ ପ୍ରସ୍ତୁତ ନୁହଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.