ETV Bharat / business

ଅକ୍ଟୋବରରେ 25 ଲକ୍ଷ ବଢିଲା ଟେଲିକମ ଗ୍ରାହକ ସଂଖ୍ୟା - ମୋବାଇଲ ୟୁଜର୍ସ

ବଢୁଛି ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା । ଅକ୍ଟୋବର ମାସରେ ଟେଲିକମ ଉଦ୍ୟୋଗର ସକ୍ରିୟ ଗ୍ରାହକ ସଂଖ୍ୟା 25 ଲକ୍ଷ ବୃଦ୍ଧି ହୋଇଛି । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

ଅକ୍ଟୋବରରେ 25 ଲକ୍ଷ ବଢିଲା  ଟେଲକମ ଗ୍ରାହକ ସଂଖ୍ୟା

author img

By

Published : Dec 25, 2020, 9:20 PM IST

ନୂଆଦିଲ୍ଲୀ: ଟେଲିକମ ସେବା ଉଦ୍ୟୋଗର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା 2020 ଅକ୍ଟୋବର ମାସରେ ପ୍ରାୟ 25 ଲକ୍ଷ ବୃଦ୍ଧି ହୋଇ 96.1 କୋଟିରେ ପହଞ୍ଚିଛି । ଆଇସିଆଇସିଆଇ ସିକ୍ୟୁରିଟିଜ ଶୁକ୍ରବାରକୁ ଜାରି ଏହାର ସଦ୍ୟ ରିପୋର୍ଟରେ ଏ ନେଇ କହିଛି ।

ରିପୋର୍ଟ ମୁତାବକ ଶୁଳ୍କରେ ବୃଦ୍ଧି ଯୋଗୁଁ ସିମ ଓ ଏକୀକରଣର ପ୍ରଭାବ କମୁଛି । ଯାହା ଦ୍ବାରା ସକ୍ରିୟ କନେକ୍ସନର ସଂଖ୍ୟାରେ ବୃ୍ଦ୍ଧି ହୋଇଛି । ରିପୋର୍ଟରେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ତଥ୍ୟ ଆଧାରରେ କୁହାଯାଇଛି କି, ଅକ୍ଟୋବର ମାସରେ ଭାରତୀ ଏୟାରଟେଲର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ପାଖାପାଖୀ 30 ଲକ୍ଷ ବୃଦ୍ଧି ପାଇ 32 କୋଟିରେ ପହଞ୍ଚିଛି ।

ମହାରାଷ୍ଟ୍ର (7 ଲକ୍ଷ) ଓ ଗୁଜୁରାଟ (5 ଲକ୍ଷ) ସର୍କିଲରେ ଭାରତୀ ଏୟାରଟେଲ ସର୍ବାଧିକ ଗ୍ରାହକ ଯୋଡିଛି । ସକ୍ରିୟ ଗ୍ରାହକଙ୍କ ଗଣନା ଭିଜିଟର ଲୋକେସନ ରେଜିଷ୍ଟର ର ଆଧାରରେ କରାଯାଇଥାଏ ।

ରିପୋର୍ଟ ଅନୁସାରେ ଅକ୍ଟୋବର ମାସରେ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ପ୍ରାୟ 25 ଲକ୍ଷ ବଢି 96.1 କୋଟିରେ ପହଞ୍ଚିଯାଇଛି । ଏଥିରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା 11 ଲକ୍ଷ ବୃଦ୍ଧି ପାଇ 31.9 କୋଟିରେ ପହଞ୍ଚିଛି । ସେହିଭଳି ଭୋଡାଫୋନ ଆଇଡିଆ ଲିମିଟେଡର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ହ୍ରାସ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.