ETV Bharat / business

ଲକଡାଉନ: ମୋବାଇଲ ସେବା ମହଙ୍ଗାକୁ ନା

author img

By

Published : Mar 29, 2020, 8:10 AM IST

ଆରବିଆଇର ଇଏମଆଇ ସ୍ଥଗିତ ଘୋଷଣା ପରେ ଟେଲିକମ କମ୍ପାନୀଙ୍କୁ ଆଶ୍ବସ୍ତି । ଭାରତୀୟ ବ୍ୟାଙ୍କରୁ ନେଇଥିବା ଋଣର କିସ୍ତି ପୈଠକୁ ଚାହିଁଲେ 3 ପର୍ଯ୍ୟନ୍ତ ଟାଳିପାରିବ । କିନ୍ତୁ ମୋବାଇଲ ଟାରିଫ ବୃଦ୍ଧି କରିପାରିବେ ନାହିଁ ।

ମୋବାଇଲ ସେବା ମହଙ୍ଗାକୁ ନା
ମୋବାଇଲ ସେବା ମହଙ୍ଗାକୁ ନା

ନୂଆଦିଲ୍ଲୀ: ଋଣ ବୋଝରେ ବୁଡିଥିବା ଦୂର ସଞ୍ଚାର କମ୍ପାନୀଙ୍କୁ କିସ୍ତି ପୈଠ ପାଇଁ 3 ମାସର ଆଶ୍ବସ୍ତି । ନଗଦ ସଙ୍କଟରୁ ବଞ୍ଚିବା ପାଇଁ କମ୍ପାନୀ ଚାହିଁଲେ 3 ମାସର ଋଣ କିସ୍ତି ପୈଠର ମୁକ୍ତି । ଶନିବାର ଦୂରସଞ୍ଚାର କମ୍ପାନୀର ସଙ୍ଗଠନ ସିଓଏଆଇ ଏ ନେଇ ଘୋଷଣା କରିଛନ୍ତି ।

ସିଓଏଆଇର ମହାନିର୍ଦ୍ଦେଶକ ରାଜନ ମୈଥ୍ୟୁଜ କହିଛନ୍ତି ଯେ, ଦୂରସଞ୍ଚାର କମ୍ପନୀଗୁଡିକ ସେମାନଙ୍କ କିସ୍ତି ପୈଠ ପାଇଁ ତୁରନ୍ତ ମୋବାଇଲ କଲ ଓ ଇଣ୍ଟରନେଟ ଦରକୁ ବଢାଇବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ବର୍ତ୍ତମାନ ଦେଶବ୍ୟାପି ତାଲା ବନ୍ଦ ଯୋଗୁଁ ମୋବାଇଲ ସେବା ମହଙ୍ଗା ହୋଇପାରିବ ନାହିଁ ।

ଏ ନେଇ ସେ ସୂଚନା ଦେଇଛନ୍ତି ଯେ, ଦୂରସଞ୍ଚାର ପରିଚାଳକଙ୍କ ଉପରେ ଭାରତୀୟ ବ୍ୟାଙ୍କର ପାଖାପାଖ 1.6 ରୁ 2 ଲକ୍ଷ କୋଟିର ଋଣ ରହିଛି । ତେବେ କମ୍ପାନୀ ନିଜ ପାଖରେ ନଗଦ ପର୍ଯ୍ୟାପ୍ତ ରଖିବାକୁ ଯଦି ଚାହଁଥିଲେ ଋଣ କିସ୍ତିକୁ 3 ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ବିକଳ୍ପ ବି ବାଛିପାରିବ । ଫଳରେ କମ୍ପାନୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିପାରିବ ।

ପ୍ରକାଶ ଯେ, ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରି ବ୍ୟାଙ୍କ ଲୋନ ଉପରେ ଇଏଆଇକୁ 3ମାସ ପର୍ଯ୍ୟନ୍ତ ଟାଳିଦେଇଛି । ଏଥିସହ ରୋପୋରେଟ ଦରକୁ ମଧ୍ୟ ହ୍ରାସ କରି ଗ୍ରାହକଙ୍କୁ ଏହାର ଫାଇଦା ଦେବା ପାଇଁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ।

ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.